ନର୍ଲା ବ୍ଲକରେ ନୂତନ ବିଡ଼ିଓଙ୍କୁ ସ୍ୱାଗତ ଜଣାଇଲେ ନର୍ଲା ପ୍ରେସ ଆସୋସିଏସନ୍
କଳାହାଣ୍ଡି, ୨୭/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ କାର୍ଯ୍ୟାଳୟରେ ଗତକାଲି ଦିବା ୧ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରେ ବିଡ଼ିଓ ଭାବରେ କର୍ଯ୍ୟକରିଥିବା ଶ୍ରୀଯୁକ୍ତ ବିପିନ ବିହାରୀ ଦୀପ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଗତ କାଲି କାର୍ଯ୍ୟ ରେ ଯୋଗଦାନ କରିଛନ୍ତି ଏବଂ ନର୍ଲା ରେ ପୂର୍ବରୁ କାର୍ଯ୍ୟରତ ଥିବା ବିଡ଼ିଓ ରିପୁନାଥ ସୁନା ଙ୍କୁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁ ବଦଳି ହୋଇଛି […] The post ନର୍ଲା ବ୍ଲକରେ ନୂତନ ବିଡ଼ିଓଙ୍କୁ ସ୍ୱାଗତ ଜଣାଇଲେ ନର୍ଲା ପ୍ରେସ ଆସୋସିଏସନ୍ appeared first on Odisha.News.

କଳାହାଣ୍ଡି, ୨୭/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ କାର୍ଯ୍ୟାଳୟରେ ଗତକାଲି ଦିବା ୧ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରେ ବିଡ଼ିଓ ଭାବରେ କର୍ଯ୍ୟକରିଥିବା ଶ୍ରୀଯୁକ୍ତ ବିପିନ ବିହାରୀ ଦୀପ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଗତ କାଲି କାର୍ଯ୍ୟ ରେ ଯୋଗଦାନ କରିଛନ୍ତି ଏବଂ ନର୍ଲା ରେ ପୂର୍ବରୁ କାର୍ଯ୍ୟରତ ଥିବା ବିଡ଼ିଓ ରିପୁନାଥ ସୁନା ଙ୍କୁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁ ବଦଳି ହୋଇଛି ଏହି ନୂତନ ଭାବରେ ଦାୟିତ୍ଵ ନେଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିପିନ ବିହାରୀ ଦୀପ ଙ୍କୁ ଆଜି ସକାଳ ୧୦ ଘଣ୍ଟା ସମୟରେ ନର୍ଲା ପ୍ରେସ ଆସୋସିଏସନ୍ ର ସଭାପତି ଶ୍ରୀ ଚିନ୍ତାମଣି ନାଏକ, ସମ୍ପାଦକ ସନ୍ତୋଷ କୁମାର ପାତ୍ର, ସଂଘର ଲିଗାଲ ଏଡଭାଇଜର ଦୀପକ କୁମାର ସାହୁ, ଉପସଭାପତି ନୃପରାଜ୍ ସାହୁ, ଡୋଳାମଣି ସାହୁ, ବରିଷ୍ଠ ସଦସ୍ୟ ଭିକାରୀ ଚରଣ ଗଉଡ, ସଞ୍ଜୀବ ଦାସ, ସଦାଶିବ ନାଗ, ଜଗନ୍ନାଥ ନାଏକ, ଚତୁର୍ଭୁଜ ନାଏକ, ନରୋତ୍ତମ ପାୟା ସିଂ ପ୍ରମୁଖ ବ୍ଲକ କାର୍ଯ୍ୟାଳୟ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପବିତ୍ର ଗୀତା ଉପଢୌକନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଏହି ଅବସରରେ ଶ୍ରୀଯୁକ୍ତ ଦୀପ କହିଛନ୍ତି ଯେ ନର୍ଲା ବ୍ଲକର ସାମଗ୍ରିକ ବିକାଶ ପାଇଁ ଦଳ ମତ ନିର୍ବିଶେଷରେ ସରକାରଙ୍କ ଯୋଜନା ମାନଙ୍କୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚେଇବା ମୋର ପ୍ରଥମ କର୍ତ୍ତବ୍ୟ ରହିବ ବୋଲି କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।
The post ନର୍ଲା ବ୍ଲକରେ ନୂତନ ବିଡ଼ିଓଙ୍କୁ ସ୍ୱାଗତ ଜଣାଇଲେ ନର୍ଲା ପ୍ରେସ ଆସୋସିଏସନ୍ appeared first on Odisha.News.