ନର୍ସ ଆନ୍ଦୋଳନରେ ପେଶି ହେଲେ ରୋଗୀ, ସେବା ଯୋଗାଉଛନ୍ତି ଟିଚିଂ କର୍ମଚାରୀ

କଟକ ୨୭/୦୯: ଏସ୍‌ସିବି ମେଡିକାଲରେ କାର୍ଯ୍ୟରତ ନର୍ସଙ୍କ ଜାରି ରହିଛି କାର୍ଯ୍ୟ ବନ୍ଦ ଆନ୍ଦୋଳନ । ଗତ ବୁଧବାର ଠାରୁ ଦଶ ଦଫା ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏସ୍‌ସିବିରେ କାର୍ଯ୍ୟରତ ଏକ ହଜାର କୋଡ଼ିଏ ଜଣ ନର୍ସ । କେବଳ ଏସ୍‌ସିବି ନୁହେଁ ସାରା ରାଜ୍ୟରେ ଜାରି ରହିଛି ଆନ୍ଦୋଳନ। ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନ କୁ ଜୋରଦାର କରିବା ସହ ସମ୍ପୂର୍ଣ୍ଣ ରୋଗୀ ସେବା ବନ୍ଦ କରି ଦେଇଛନ୍ତି ନର୍ସ । ଯାହା ଦ୍ଵାରା ରୋଗୀ ସେବା ବାଧା ପ୍ରାପ୍ତ ହୋଇଛି । ଟିଚିଂ ନର୍ସଙ୍କୁ ଆଣି କାର୍ଯ୍ୟ ଜାରି ରହିଛି ମେଡିକାଲ୍ । ସରକାର ଏସ୍‌ମା ଲଗାଇବାକୁ କହିଥିବା ବଳେ ଏହାକୁ ଖାତିର ନ କରି ଆନ୍ଦୋଳନ ଜାରି ରଖିଛନ୍ତି ଓଡ଼ିଶା ନର୍ସିଂ ଏମ୍ପ୍ଲୟିସ ଆସୋସିଏସନ୍ । ଯଦି ସରକାର ଦାବି ନ ମନିବେ ତେବେ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି କହିଛି ଏସ୍‌ସିବି ନର୍ସିଂ ସଂଘ ।  

ନର୍ସ ଆନ୍ଦୋଳନରେ ପେଶି ହେଲେ ରୋଗୀ, ସେବା ଯୋଗାଉଛନ୍ତି ଟିଚିଂ କର୍ମଚାରୀ

କଟକ ୨୭/୦୯: ଏସ୍‌ସିବି ମେଡିକାଲରେ କାର୍ଯ୍ୟରତ ନର୍ସଙ୍କ ଜାରି ରହିଛି କାର୍ଯ୍ୟ ବନ୍ଦ ଆନ୍ଦୋଳନ । ଗତ ବୁଧବାର ଠାରୁ ଦଶ ଦଫା ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏସ୍‌ସିବିରେ କାର୍ଯ୍ୟରତ ଏକ ହଜାର କୋଡ଼ିଏ ଜଣ ନର୍ସ । 

କେବଳ ଏସ୍‌ସିବି ନୁହେଁ ସାରା ରାଜ୍ୟରେ ଜାରି ରହିଛି ଆନ୍ଦୋଳନ। ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନ କୁ ଜୋରଦାର କରିବା ସହ ସମ୍ପୂର୍ଣ୍ଣ ରୋଗୀ ସେବା ବନ୍ଦ କରି ଦେଇଛନ୍ତି ନର୍ସ । ଯାହା ଦ୍ଵାରା ରୋଗୀ ସେବା ବାଧା ପ୍ରାପ୍ତ ହୋଇଛି । 

ଟିଚିଂ ନର୍ସଙ୍କୁ ଆଣି କାର୍ଯ୍ୟ ଜାରି ରହିଛି ମେଡିକାଲ୍ । ସରକାର ଏସ୍‌ମା ଲଗାଇବାକୁ କହିଥିବା ବଳେ ଏହାକୁ ଖାତିର ନ କରି ଆନ୍ଦୋଳନ ଜାରି ରଖିଛନ୍ତି ଓଡ଼ିଶା ନର୍ସିଂ ଏମ୍ପ୍ଲୟିସ ଆସୋସିଏସନ୍ । ଯଦି ସରକାର ଦାବି ନ ମନିବେ ତେବେ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି କହିଛି ଏସ୍‌ସିବି ନର୍ସିଂ ସଂଘ ।