ନଷ୍ଟ କରାଗଲା ୧ କୁଇଣ୍ଟାଲ ଆଇସ୍କ୍ରିମ
ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ବିନା ଲାଇସେନ୍ସ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ଆଇସ୍କ୍ରିମ୍ ପ୍ରସ୍ତୁତ କରି ମାର୍କେଟକୁ ବିକ୍ରି ପାଇଁ ପଠାଯାଉଥିଲା। ଆଇସ୍କ୍ରିମ୍ ପ୍ୟାକେଟ୍ ଉପରେ ବ୍ୟାଚ୍ ନମ୍ବର, ପ୍ରସ୍ତୁତ ତାରିଖ ଓ ବ୍ୟବହାର ତାରିଖ ଆଦି ଲେଖା ଯାଇ ନ ଥିଲା। ପ୍ରାୟ ୨ ମାସ ହେଲା ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଓ ଖାଦ୍ୟ ନିରାପତ୍ତା ବିଭାଗ ଦୃଷ୍ଟିରେ ଥିଲେ ମଧ୍ୟ ନିଜର ତ୍ରୁଟି ସଂଶୋଧନ କରାଯାଇ ନ ଥିଲା। ଏ ନେଇ ଆରଏମ୍ସି ଏବଂ ଖାଦ୍ୟ […] The post ନଷ୍ଟ କରାଗଲା ୧ କୁଇଣ୍ଟାଲ ଆଇସ୍କ୍ରିମ appeared first on Dharitri Odia News.
ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ବିନା ଲାଇସେନ୍ସ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ଆଇସ୍କ୍ରିମ୍ ପ୍ରସ୍ତୁତ କରି ମାର୍କେଟକୁ ବିକ୍ରି ପାଇଁ ପଠାଯାଉଥିଲା। ଆଇସ୍କ୍ରିମ୍ ପ୍ୟାକେଟ୍ ଉପରେ ବ୍ୟାଚ୍ ନମ୍ବର, ପ୍ରସ୍ତୁତ ତାରିଖ ଓ ବ୍ୟବହାର ତାରିଖ ଆଦି ଲେଖା ଯାଇ ନ ଥିଲା। ପ୍ରାୟ ୨ ମାସ ହେଲା ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଓ ଖାଦ୍ୟ ନିରାପତ୍ତା ବିଭାଗ ଦୃଷ୍ଟିରେ ଥିଲେ ମଧ୍ୟ ନିଜର ତ୍ରୁଟି ସଂଶୋଧନ କରାଯାଇ ନ ଥିଲା। ଏ ନେଇ ଆରଏମ୍ସି ଏବଂ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ନୋଟିସ ମଧ୍ୟ ଜାରି କରାଯାଇଥିଲା।
ଶେଷରେ ଗୁରୁବାର ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସୁଦକ୍ଷ ପଟେଲଙ୍କ ଉପସ୍ଥିତିରେ ଆର୍ଏମ୍ସି ସହାୟକ ଆୟୁକ୍ତ ଅଜିତ ପଟ୍ଟନାୟକ, ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ବାଗତିକା ବେହେରା, ଦୀକ୍ଷା ଦେ, ମୋନାଲିସା ଟପ୍ପୋ ପ୍ରମୁଖ ରାଉରକେଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ରେନ୍ବୋ ଆଇସ୍କ୍ରିମ୍ ଫ୍ୟାକ୍ଟ୍ରିକୁ ଅର୍ନିଦ୍ଦିଷ୍ଟକାଳ ପାଇଁ ସିଲ୍ କରିଛନ୍ତି।
ଖାଦ୍ୟ ନିରାପତ୍ତା ଅଧିକାରୀ ବେହେରା ସୂଚନା ଦେଇ କହିଛନ୍ତି, ପ୍ରାୟ ୨ ବର୍ଷ ହେଲା ପ୍ରଭାତ ସାହୁ ନାମକ ବ୍ୟକ୍ତି ରେନ୍ବୋ ଆଇସ୍କ୍ରିମ୍ ଫ୍ୟାକ୍ଟ୍ରି ଚଳାଇ ଆସୁଥିଲେ। ବଜାରରେ ଏହି ଆଇସ୍କ୍ରିମ୍ ବିକ୍ରି ହେଉଥିଲା। ଏହାର ଗୁଣବତ୍ତା ଓ ସ୍ବଚ୍ଛତା ନେଇ ପ୍ରାୟ ୨ ମାସ ହେଲା ଅନେକ ଅଭିଯୋଗ ଆସୁଥିଲା। ଏଥିପାଇଁ ପୂର୍ବରୁ ଉକ୍ତ ଫ୍ୟାକ୍ଟ୍ରିକୁ ନୋଟିସ୍ ଜାରି କରାଯାଇଥିଲା। ହେଲେ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ତ୍ରୁଟି ସଂଶୋଧନ କରି ନ ଥିଲେ। ଫଳରେ ଉକ୍ତ ଫ୍ୟାକ୍ଟ୍ରିକୁ ସିଲ୍ କରାଯାଇଛି।
ଫ୍ୟାକ୍ଟ୍ରି ମାଲିକଙ୍କୁ ଫୁଡ୍ ଲାଇସେନ୍ସ ମଗାଯାଇଥିଲା। ସେ ଏହାକୁ ଦେଖାଇପାରି ନ ଥିଲେ। ପ୍ରାୟ ୧୦ଟି ଫ୍ରିଜରରେ ଥିବା ଏକ କୁଇଣ୍ଟାଲ ଆଇସ୍କ୍ରିମ୍ ଏବଂ ବିଭିନ୍ନ ସାମଗ୍ରୀ ଜବତ କରି ନଷ୍ଟ କରାଯାଇଛି ବୋଲି ବେହେରା କହିଥିଲେ। ସେହିପରି ଆର୍ଏମ୍ ସହାୟକ ଆୟୁକ୍ତ ପଟ୍ଟନାୟକ କହିଥିଲେ, ସହରରେ ଏପରି ଆହୁରି କିଛି ଆଇସ୍କ୍ରିମ ଫ୍ୟାକ୍ଟ୍ରି ଠାବ କରାଯାଉଛି। ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ପୂଜା ପାର୍ବଣ ପାଇଁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ପଟ୍ଟନାୟକ ସୂଚନା ଦେଇଥିଲେ।
The post ନଷ୍ଟ କରାଗଲା ୧ କୁଇଣ୍ଟାଲ ଆଇସ୍କ୍ରିମ appeared first on Dharitri Odia News.