ଆଜି ପୁଣି ସୁନା ଦରରେ ପରିବର୍ତ୍ତନ, ସାମାନ୍ୟ କମିଛି ମୂଲ୍ୟ

ଉପର ମୁହାଁ ସୁନା ଦର । ଦିନକୁ ଦିନ ନୂଆ ରେକର୍ଡ କରି ଚାଲିଛି ସୁନା । ବର୍ତ୍ତମାନ ଲକ୍ଷେ ମୁହାଁଇଲାଣି ସୁନା ଦର । ବିଶ୍ୱ ବଜାରରେ ଅସ୍ଥିରତା ଏବଂ ଭୁ- ରାଜନୈତିକ ସମସ୍ୟା ମଧ୍ୟରେ ହୁ ହୁ ହୋଇ ବଢିଚାଲିଛି ଦର । ଗୋଲ୍ଡ କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି । ଆଜି ପୁଣି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୯୦ ହଜାର ଛୁଇଁଛି ସୁନା ଦର […] The post ଆଜି ପୁଣି ସୁନା ଦରରେ ପରିବର୍ତ୍ତନ, ସାମାନ୍ୟ କମିଛି ମୂଲ୍ୟ appeared first on KNews Odisha.

ଆଜି ପୁଣି ସୁନା ଦରରେ ପରିବର୍ତ୍ତନ, ସାମାନ୍ୟ କମିଛି ମୂଲ୍ୟ
gold

ଉପର ମୁହାଁ ସୁନା ଦର । ଦିନକୁ ଦିନ ନୂଆ ରେକର୍ଡ କରି ଚାଲିଛି ସୁନା । ବର୍ତ୍ତମାନ ଲକ୍ଷେ ମୁହାଁଇଲାଣି ସୁନା ଦର । ବିଶ୍ୱ ବଜାରରେ ଅସ୍ଥିରତା ଏବଂ ଭୁ- ରାଜନୈତିକ ସମସ୍ୟା ମଧ୍ୟରେ ହୁ ହୁ ହୋଇ ବଢିଚାଲିଛି ଦର । ଗୋଲ୍ଡ କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି । ଆଜି ପୁଣି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୯୦ ହଜାର ଛୁଇଁଛି ସୁନା ଦର । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ୧୦ ଗ୍ରାମ ପିଛା ୯୦ ହଜାର ୨୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୨ ହଜାର ୭୦୦ ଟଙ୍କାକୁ ପହଞ୍ଚିଛି ।

ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୦ହଜାର ୨୨୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୨, ୭୦୦ ଟଙ୍କା ଛୁଇଁଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୨,୭୦୦ ଟଙ୍କା ଓ ୯୦,୨୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୨, ୮୫୦ ଟଙ୍କା ଓ ୯୦, ୩୭୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୨,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୯୦, ୨୨୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୮୨,୭୦୦ ଓ ୯୦,୨୨୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୩,୦୦୦ ଟଙ୍କା ହୋଇଛି ।

 

 

ଆହୁରି ପଢ଼ନ୍ତୁ :  କମିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆଜି କେତେ ରହିଛି ଭୁବନେଶ୍ବରରେ ଦାମ୍

 

The post ଆଜି ପୁଣି ସୁନା ଦରରେ ପରିବର୍ତ୍ତନ, ସାମାନ୍ୟ କମିଛି ମୂଲ୍ୟ appeared first on KNews Odisha.