ନା ବିରାଟ, ନା ରୋହିତ, ନା ଶୁଭମନ୍ ; କଙ୍ଗାରୁଙ୍କୁ ଘାରିଛି ଏହି ଯୁବ ବ୍ୟାଟରଙ୍କ ଟେନ୍ସନ୍
ମୁମ୍ବାଇ ୨୦।୦୮ : ବାଜ୍ବଲ୍ ନୁହେଁ କି ଆସେସ ବି ନୁହେଁ । ଏବେ କଙ୍ଗାରୁଙ୍କୁ ଘାରିଛି ଜାସ୍ବଲ୍ର ଟେନ୍ସନ୍ । ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ପୂର୍ବରୁ ସବୁ ଅଷ୍ଟ୍ରେଲିଆ ଖେଳାଳି ଜଣେ ଭାରତୀୟ ଖେଳାଳିଙ୍କୁ ନେଇ ଚିନ୍ତାର ଅଛନ୍ତି । ଏକ ସାକ୍ଷାତକାର ଅବସରରେ ଏହି କଥା କହିଛନ୍ତି ଅଷ୍ଟ୍ରେଲିଆ ଟିମ୍ର ବରିଷ୍ଠ ତଥା ମହାନ୍ ସ୍ପିନ୍ର ନାଥନ୍ ଲାୟନ । ଆସନ୍ତା ନଭେମ୍ବର ମାସରୁ ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କର ଟ୍ରଫି । ଚଳିତ ଥର ଅଷ୍ଟ୍ରେଲିଆରେ ଖେଳାଯିବ ଏହି ସିରିଜ୍ । ଭାରତ ଲଗାତର ଭାବେ ବର୍ଡର-ଗାଭାସ୍କରର ୪ଟି ସିରିଜ୍ ଜିତିସାରିଛି । ୨୦୧୭ରୁ ଭାରତ ଏହି ସିରିଜ୍ ଉପରେ କବ୍ଜା ଜାରି ରଖିଛି । ହେଲେ ୨୦୨୪ରେ ହେବାକୁ ଥିବା ସିରିଜ୍କୁ ନେଇ ଅଷ୍ଟ୍ରେଲିଆ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ହେଲେ ଅଷ୍ଟ୍ରେଲିଆ କ୍ରିକେଟର ନାଥନ୍ ଲାୟନ କହିଛନ୍ତି ଯେ, ଇଣ୍ଡିଆନ୍ ଟିମ୍ ଏକ ଶ୍ରେଷ୍ଠ ଦଳ । ଆଜିକା ଦିନରେ ଭାରତୀୟ ଦଳରେ ଅନେକ ଷ୍ଟାର୍ ଖେଳାଳି ଅଛନ୍ତି । ଯେଉଁମାନେ କି ଅନ୍ୟ ଉପରେ ଭାରି ପଡିବାରେ ମାହିର । ଟିମ୍ ଇଣ୍ଡିଆର ଜଣେ ଯୁବ ଖେଳାଳି କିଛି ଦିନ ତଳେ ଟେଷ୍ଟ କ୍ରିକେଟ୍ରେ ପଦାର୍ପଣ କରିଥିଲେ । ହେଲେ ତାଙ୍କ ଖେଳରୁ କେହି ବି କହିବେ ନାହିଁ , ଏତେ ଯୁବ ବୋଲି । ଖାସ୍ କରି ଭାରତରେ ଖେଳାଯାଇଥିବା ଇଂଲଣ୍ଡ ସିରିଜ୍ରେ ଟମ୍ ହାଟ୍ଲି ଯେତେବେଳେ ସବୁ ବ୍ୟାଟରଙ୍କ ଉପରେ ଭାରି ପଡୁଥି
ମୁମ୍ବାଇ ୨୦।୦୮ : ବାଜ୍ବଲ୍ ନୁହେଁ କି ଆସେସ ବି ନୁହେଁ । ଏବେ କଙ୍ଗାରୁଙ୍କୁ ଘାରିଛି ଜାସ୍ବଲ୍ର ଟେନ୍ସନ୍ । ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ପୂର୍ବରୁ ସବୁ ଅଷ୍ଟ୍ରେଲିଆ ଖେଳାଳି ଜଣେ ଭାରତୀୟ ଖେଳାଳିଙ୍କୁ ନେଇ ଚିନ୍ତାର ଅଛନ୍ତି । ଏକ ସାକ୍ଷାତକାର ଅବସରରେ ଏହି କଥା କହିଛନ୍ତି ଅଷ୍ଟ୍ରେଲିଆ ଟିମ୍ର ବରିଷ୍ଠ ତଥା ମହାନ୍ ସ୍ପିନ୍ର ନାଥନ୍ ଲାୟନ ।
ଆସନ୍ତା ନଭେମ୍ବର ମାସରୁ ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କର ଟ୍ରଫି । ଚଳିତ ଥର ଅଷ୍ଟ୍ରେଲିଆରେ ଖେଳାଯିବ ଏହି ସିରିଜ୍ । ଭାରତ ଲଗାତର ଭାବେ ବର୍ଡର-ଗାଭାସ୍କରର ୪ଟି ସିରିଜ୍ ଜିତିସାରିଛି । ୨୦୧୭ରୁ ଭାରତ ଏହି ସିରିଜ୍ ଉପରେ କବ୍ଜା ଜାରି ରଖିଛି । ହେଲେ ୨୦୨୪ରେ ହେବାକୁ ଥିବା ସିରିଜ୍କୁ ନେଇ ଅଷ୍ଟ୍ରେଲିଆ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ହେଲେ ଅଷ୍ଟ୍ରେଲିଆ କ୍ରିକେଟର ନାଥନ୍ ଲାୟନ କହିଛନ୍ତି ଯେ, ଇଣ୍ଡିଆନ୍ ଟିମ୍ ଏକ ଶ୍ରେଷ୍ଠ ଦଳ । ଆଜିକା ଦିନରେ ଭାରତୀୟ ଦଳରେ ଅନେକ ଷ୍ଟାର୍ ଖେଳାଳି ଅଛନ୍ତି । ଯେଉଁମାନେ କି ଅନ୍ୟ ଉପରେ ଭାରି ପଡିବାରେ ମାହିର । ଟିମ୍ ଇଣ୍ଡିଆର ଜଣେ ଯୁବ ଖେଳାଳି କିଛି ଦିନ ତଳେ ଟେଷ୍ଟ କ୍ରିକେଟ୍ରେ ପଦାର୍ପଣ କରିଥିଲେ । ହେଲେ ତାଙ୍କ ଖେଳରୁ କେହି ବି କହିବେ ନାହିଁ , ଏତେ ଯୁବ ବୋଲି । ଖାସ୍ କରି ଭାରତରେ ଖେଳାଯାଇଥିବା ଇଂଲଣ୍ଡ ସିରିଜ୍ରେ ଟମ୍ ହାଟ୍ଲି ଯେତେବେଳେ ସବୁ ବ୍ୟାଟରଙ୍କ ଉପରେ ଭାରି ପଡୁଥିଲେ, ସେତେବେଳେ ଏହି ଯୁବ ବ୍ୟାଟର ଜଣଙ୍କ ବୋଲରଙ୍କ ଉପରେ ଆଟାକ୍ କରୁଥିଲେ । ଆଉ ସେହି ଯୁବ ବ୍ୟାଟର ଜଣଙ୍କ ହେଉଛନ୍ତି ଯଶସ୍ୱୀ ଜୈସ୍ୱାଲ୍ । ଇଂଲଣ୍ଡ ବିପକ୍ଷ ୭ଟି ଇନିଂସରେ ଜୈସ୍ଓ୍ୱାଲ୍ ସଂଗ୍ରହ କରିଥିଲେ ୭୦୦ରୁ ଅଧିକ୍ ରନ୍ । ଯାହାକି ଏକ ରେକର୍ଡ । ତେଣୁ ବର୍ଡର-ଗାଭାସ୍କର ସିରିଜ୍ରେ ଜୈସ୍ଓ୍ୱାଲ୍ଙ୍କ ପାଇଁ ଆମକୁ ଖାସ୍ ପ୍ଲାନିଂ କରିବାକୁ ପଡିବ । ଏନେଇ ଆମେ ଦଳ ମିଟିଂରେ ବି ଆଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଯାଏଁ ଯଶସ୍ୱୀ ଜୈସ୍ୱାଲ୍ ୯ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୧୦୨୮ ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟ କ୍ୟାରିୟରରେ ଏବେ ଯାଏଁ ସେ ୩ଟି ଶତକ ହାସଲ କରିଥିବା ବେଳେ ୨ଟି ଦ୍ୱିଶତକ ରହିଛି । ଏହାବାଦ୍ ୪ଟି ଅର୍ଦ୍ଧଶତକ ବି ରହିଛି । ବ୍ୟକ୍ତିଗତ ଭାବେ ୨୧୪ ତାଙ୍କର ସର୍ବାଧିକ ସ୍କୋର । ସେହିପରି ୨୩ଟି ଟି-୨୦ ମ୍ୟାଚ୍ ଖେଳି ୭୨୩ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୫ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ରହିଛି ।