ନାଇଜେରିଆରେ ଆତ୍ମଘାତୀ ବିସ୍ଫୋରଣ; ୧୮ ମୃତ, ୪୮ରୁ ଅଧିକ ଆହତ

ନୂଆଦିଲ୍ଲୀ: ନାଇଜେରିଆରେ ଆତ୍ମଘାତୀ ବିସ୍ଫୋରଣ । ନର୍ଥ-ଇଷ୍ଟ ବର୍ଣ୍ଣୋ ପ୍ରଦେଶରେ ଏହି ଆତଙ୍କବାଦୀ ବିସ୍ଫୋରଣ ହୋଇଛି । ହସ୍ପିଟାଲ, ବିବାହ ମଣ୍ଡପ ଓ ଶ୍ମଶାନକୁ ଟାର୍ଗେଟ୍ କରିଛନ୍ତି ଆତଙ୍କୀ । ଏହି ବ୍ଲାଷ୍ଟରେ ୧୮ଜଣଙ୍କ ମୃତ ହୋଇଥିବା ବେଳେ ୪୮ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁଯାୟୀ, ନାଇଜେରିଆର ଗ୍ବେଜା ସହରେ ଏହି ବ୍ଲାଷ୍ଟ ହୋଇଛି । ପ୍ରଥମେ ଏକ ବିବାହ ମଣ୍ଡପକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ ।  ବାହାଘର ଚାଲିଥିବା ବେଳେ ଏହି ଆତ୍ମଘାତୀ ହମଲା ହୋଇଥିଲା । ଫଳରେ ଆଖିପିଛୁଳାକେ ଖୁସିର ମୁହୂର୍ତ୍ତ ଶୋକରେ ପରିଣତ ହୋଇଯାଇଥିଲା । ଚାରିଆଡେ ବିଛାଡି ହୋଇ ପଡିଲା ମୃତଦେହ । କେବଳ ବିବାହ ମଣ୍ଡପ ନୁହେଁ ଶ୍ମଶାନ ଓ ହସ୍ପିଟାଲରେ ମଧ୍ୟ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ନାଇଜେରିଆରେ ସିରିଜ ଆତ୍ମଘାତୀ ବିସ୍ପୋରଣରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୪୮ ଜଣ ଗୁରୁତର ଅଛନ୍ତି । ଶନିବାର ପୂର୍ବୋତ୍ତର ନାଇଜେରିଆର ଗ୍ୱେଜା ସହରରେ ତିନୋଟି ସିରିଜ ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିବାହ ସମାରୋହକୁ ଜଣେ ମହିଳା ପିଠିରେ ଛୁଆକୁ ବାନ୍ଧି ସାମିଲ ହୋଇଥିଲେ। ଏହାପରେ ସେଠାରେ ନିଜକୁ ସେ ବିସ୍ଫୋରଣରେ ଉଡାଇ ଦେଇଥିଲେ । 

ନାଇଜେରିଆରେ ଆତ୍ମଘାତୀ ବିସ୍ଫୋରଣ; ୧୮ ମୃତ, ୪୮ରୁ ଅଧିକ ଆହତ

ନୂଆଦିଲ୍ଲୀ: ନାଇଜେରିଆରେ ଆତ୍ମଘାତୀ ବିସ୍ଫୋରଣ । ନର୍ଥ-ଇଷ୍ଟ ବର୍ଣ୍ଣୋ ପ୍ରଦେଶରେ ଏହି ଆତଙ୍କବାଦୀ ବିସ୍ଫୋରଣ ହୋଇଛି । ହସ୍ପିଟାଲ, ବିବାହ ମଣ୍ଡପ ଓ ଶ୍ମଶାନକୁ ଟାର୍ଗେଟ୍ କରିଛନ୍ତି ଆତଙ୍କୀ । ଏହି ବ୍ଲାଷ୍ଟରେ ୧୮ଜଣଙ୍କ ମୃତ ହୋଇଥିବା ବେଳେ ୪୮ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ନାଇଜେରିଆର ଗ୍ବେଜା ସହରେ ଏହି ବ୍ଲାଷ୍ଟ ହୋଇଛି । ପ୍ରଥମେ ଏକ ବିବାହ ମଣ୍ଡପକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ ।  ବାହାଘର ଚାଲିଥିବା ବେଳେ ଏହି ଆତ୍ମଘାତୀ ହମଲା ହୋଇଥିଲା । ଫଳରେ ଆଖିପିଛୁଳାକେ ଖୁସିର ମୁହୂର୍ତ୍ତ ଶୋକରେ ପରିଣତ ହୋଇଯାଇଥିଲା । ଚାରିଆଡେ ବିଛାଡି ହୋଇ ପଡିଲା ମୃତଦେହ । କେବଳ ବିବାହ ମଣ୍ଡପ ନୁହେଁ ଶ୍ମଶାନ ଓ ହସ୍ପିଟାଲରେ ମଧ୍ୟ ଆତ୍ମଘାତୀ ବିସ୍ଫୋରଣ ହୋଇଛି। 

ନାଇଜେରିଆରେ ସିରିଜ ଆତ୍ମଘାତୀ ବିସ୍ପୋରଣରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୪୮ ଜଣ ଗୁରୁତର ଅଛନ୍ତି । ଶନିବାର ପୂର୍ବୋତ୍ତର ନାଇଜେରିଆର ଗ୍ୱେଜା ସହରରେ ତିନୋଟି ସିରିଜ ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିବାହ ସମାରୋହକୁ ଜଣେ ମହିଳା ପିଠିରେ ଛୁଆକୁ ବାନ୍ଧି ସାମିଲ ହୋଇଥିଲେ। ଏହାପରେ ସେଠାରେ ନିଜକୁ ସେ ବିସ୍ଫୋରଣରେ ଉଡାଇ ଦେଇଥିଲେ ।