ନାଗପୁର ହିଂସା କ୍ଷତିଗ୍ରସ୍ତ ଙ୍କୁ ୪୮ ଘଣ୍ଟାରେ ମିଳିବ କ୍ଷତିପୂରଣ, ମଙ୍ଗଳବାର ସୁଦ୍ଧା ଆକାଉଣ୍ଟକୁ ଯିବ ପଇସା
ମୁମ୍ବାଇ ୨୩।୩: ମହାରାଷ୍ଟ୍ର ନାଗପୁର ଦଙ୍ଗାଯୋଗୁ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଲୋକଙ୍କୁ ୪୮ ଘଣ୍ଟା ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ମଙ୍ଗଳବାର ସୁଦ୍ଧା ଏହି କ୍ଷତିପୂରଣ ପାଇଯିବେ। ଏହାକୁ ନିକଟ ଅତୀତରେ ପୀଡ଼ିତଙ୍କୁ ସବୁଠୁ ତ୍ୱରିତ କ୍ଷତିପୂରଣ ପ୍ରଦାନ ମନେ କରାଯାଉଛି। ମାର୍ଚ୍ଚ ୧୭ ତାରିଖ ଦିନ ନାଗପୁରରେ ହିଂସା ହୋଇଥିଲା। ଘଟଣାର ୮ ଦିନ ମଧ୍ୟରେ ସେହି ଲୋକମାନଙ୍କୁ କ୍ଷତିପୂରଣ ମିଳିଯିବ ଯେଉଁମାନଙ୍କ ବାହନ ଓ ସମ୍ପତ୍ତି କ୍ଷୟକ୍ଷତି ହୋଇଛି। ହିଂସାର ତୁରନ୍ତ ବାଦ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଓ ନାଗପୁର ସଂରକ୍ଷକ ମନ୍ତ୍ରୀ ଚନ୍ଦ୍ରଶେଖର ବାଭନକୁଲେ କଲେକ୍ଟରଙ୍କୁ ହିଂସା ପ୍ରଭାବିତଙ୍କ କ୍ଷୟକ୍ଷତି ତୁରନ୍ତ ଆକଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନାଗପୁର କଲେକ୍ଟରଙ୍କ କାର୍ଯ୍ୟାଳୟ ଅନୁସାରେ ମୁଖ୍ୟମନ୍ତ୍ରୀ ଫଡନବୀଶ ଶନିବାର ଆଗାମୀ ୪୮ ଘଣ୍ଟା ମଧ୍ୟରେ କ୍ଷତିପୂରଣ ରାଶି ବିତରଣ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନାଗପୁର କଲେକ୍ଟର ଡା. ବିପିନ କହିଛନ୍ତି ଯେ ଆମ ରେକର୍ଡ ଅନୁସାରେ ୭୧ ଜଣ ଲୋକ କ୍ଷତିପୂରଣ ପାଇବାକୁ ଯୋଗ୍ୟ ଓ ସେମାନଙ୍କ ତାଲିକା ଆମେ ପ୍ରସ୍ତୁତ କରିସାରିଛୁ। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଫଡନବୀଶ ଶନିବାର ନାଗପୁରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଙ୍ଗା କ୍ଷୟକ୍ଷତି ଦଙ୍ଗାକାରୀଙ୍କ ଦ୍ୱାରା ଭରଣା କରାଯିବ ବୋଲି ଘୋଷଣା କରିଥି
ମୁମ୍ବାଇ ୨୩।୩: ମହାରାଷ୍ଟ୍ର ନାଗପୁର ଦଙ୍ଗାଯୋଗୁ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଲୋକଙ୍କୁ ୪୮ ଘଣ୍ଟା ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ମଙ୍ଗଳବାର ସୁଦ୍ଧା ଏହି କ୍ଷତିପୂରଣ ପାଇଯିବେ। ଏହାକୁ ନିକଟ ଅତୀତରେ ପୀଡ଼ିତଙ୍କୁ ସବୁଠୁ ତ୍ୱରିତ କ୍ଷତିପୂରଣ ପ୍ରଦାନ ମନେ କରାଯାଉଛି। ମାର୍ଚ୍ଚ ୧୭ ତାରିଖ ଦିନ ନାଗପୁରରେ ହିଂସା ହୋଇଥିଲା। ଘଟଣାର ୮ ଦିନ ମଧ୍ୟରେ ସେହି ଲୋକମାନଙ୍କୁ କ୍ଷତିପୂରଣ ମିଳିଯିବ ଯେଉଁମାନଙ୍କ ବାହନ ଓ ସମ୍ପତ୍ତି କ୍ଷୟକ୍ଷତି ହୋଇଛି।
ହିଂସାର ତୁରନ୍ତ ବାଦ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଓ ନାଗପୁର ସଂରକ୍ଷକ ମନ୍ତ୍ରୀ ଚନ୍ଦ୍ରଶେଖର ବାଭନକୁଲେ କଲେକ୍ଟରଙ୍କୁ ହିଂସା ପ୍ରଭାବିତଙ୍କ କ୍ଷୟକ୍ଷତି ତୁରନ୍ତ ଆକଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନାଗପୁର କଲେକ୍ଟରଙ୍କ କାର୍ଯ୍ୟାଳୟ ଅନୁସାରେ ମୁଖ୍ୟମନ୍ତ୍ରୀ ଫଡନବୀଶ ଶନିବାର ଆଗାମୀ ୪୮ ଘଣ୍ଟା ମଧ୍ୟରେ କ୍ଷତିପୂରଣ ରାଶି ବିତରଣ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନାଗପୁର କଲେକ୍ଟର ଡା. ବିପିନ କହିଛନ୍ତି ଯେ ଆମ ରେକର୍ଡ ଅନୁସାରେ ୭୧ ଜଣ ଲୋକ କ୍ଷତିପୂରଣ ପାଇବାକୁ ଯୋଗ୍ୟ ଓ ସେମାନଙ୍କ ତାଲିକା ଆମେ ପ୍ରସ୍ତୁତ କରିସାରିଛୁ।
ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଫଡନବୀଶ ଶନିବାର ନାଗପୁରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଙ୍ଗା କ୍ଷୟକ୍ଷତି ଦଙ୍ଗାକାରୀଙ୍କ ଦ୍ୱାରା ଭରଣା କରାଯିବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେଉଁମାନେ କ୍ଷୟକ୍ଷତି ବାବଦ ପୈଠ ନ କରିବେ ସେମାନଙ୍କ ସମ୍ପତ୍ତି ଜବତ କରାଯାଇ ବିକ୍ରି କରି ପଇସା ଅସୁଲ କରାଯିବ। କଲେକ୍ଟର ଡା. ବିପିନ କହିଛନ୍ତି ଯେ ୫ ଦିନ ମଧ୍ୟରେ ପଞ୍ଚନାମା ପୁରା କରାଯାଇଥିବା ବେଳେ ଘଟଣାର ୮ ଦିନ ମଧ୍ୟରେ ପ୍ରଭାବିତଙ୍କୁ ଆର୍ଥିକ ସହାୟତା ଦେଇ ଦିଆଯିବ।
ହିଂସାକୁ ନେଇ ନାଗପୁର ପୋଲିସ ସିସିଟିଭି କ୍ୟାମେରା ଫୁଟେଜ ବିଶ୍ଲେଷଣ କରିବା ପରେ ୧୨ ଜଣ ନାବାଳକଙ୍କ ସମେତ ୧୦୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ସମସ୍ତଙ୍କ ବିରୋଧରେ ଆଇନର ବିଭିନ୍ନ ଧାରାରେ ମକଦ୍ଦମା ରୁଜୁ କରାଯାଇଛି। ତେବେ ଏହି ଘଟଣାରେ କେବଳ ପ୍ରଶାସନ ନୁହେଁ ପୋଲିସ ମଧ୍ୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରିଥିବା ନାଗପୁର ଜିଲ୍ଲା କଲେକ୍ଟର କହିଛନ୍ତି।