ନାଗା-ଶୋଭିତାଙ୍କ ଲଭ୍ଷ୍ଟୋରି
ହାଇଦ୍ରାବାଦ: ଆଉ ଦିନ କେଇଟାର ଅପେକ୍ଷା। ପ୍ରେମିକା ଶୋଭିତା ଧୁଲିପାଲାଙ୍କ ହାତ ଧରିବେ ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ। ଇତିମଧ୍ୟରେ ବିବାହକୁ ନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କାର୍ଡ ଛପା ସରିଥିବା ବେଳେ ଅତିଥି ତାଲିକା ପ୍ରସ୍ତୁତ ହେଉଛି। ଏହି ସମୟରେ ବାପା ନାଗାର୍ଜୁନ ଅକ୍କିନେନୀ ନାଗାଙ୍କ ପ୍ରେମକାହାଣୀ ଉପରୁ ପରଦା ହଟାଇଛନ୍ତି। ୨୦୧୮ରେ ଶୋଭିତାଙ୍କ ଫିଲ୍ମ ‘ଗୁଡ଼ାଚାରୀ’ ରିଲିଜ ହୋଇଥିଲା। ଏଥିରେ ନାଗାର୍ଜୁନଙ୍କୁ ତାଙ୍କ ଅଭିନୟ ପ୍ରଶଂସନୀୟ ଲାଗିଥିଲା। ଏହାପରେ ସେ ଅଭିନେତ୍ରୀଙ୍କ ସହ […] The post ନାଗା-ଶୋଭିତାଙ୍କ ଲଭ୍ଷ୍ଟୋରି appeared first on Dharitri Odia News.
ହାଇଦ୍ରାବାଦ: ଆଉ ଦିନ କେଇଟାର ଅପେକ୍ଷା। ପ୍ରେମିକା ଶୋଭିତା ଧୁଲିପାଲାଙ୍କ ହାତ ଧରିବେ ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ। ଇତିମଧ୍ୟରେ ବିବାହକୁ ନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କାର୍ଡ ଛପା ସରିଥିବା ବେଳେ ଅତିଥି ତାଲିକା ପ୍ରସ୍ତୁତ ହେଉଛି। ଏହି ସମୟରେ ବାପା ନାଗାର୍ଜୁନ ଅକ୍କିନେନୀ ନାଗାଙ୍କ ପ୍ରେମକାହାଣୀ ଉପରୁ ପରଦା ହଟାଇଛନ୍ତି।
୨୦୧୮ରେ ଶୋଭିତାଙ୍କ ଫିଲ୍ମ ‘ଗୁଡ଼ାଚାରୀ’ ରିଲିଜ ହୋଇଥିଲା। ଏଥିରେ ନାଗାର୍ଜୁନଙ୍କୁ ତାଙ୍କ ଅଭିନୟ ପ୍ରଶଂସନୀୟ ଲାଗିଥିଲା। ଏହାପରେ ସେ ଅଭିନେତ୍ରୀଙ୍କ ସହ ଫୋନ୍ରେ କଥାହେବା ସହ ଭେଟିବାକୁ କହିଥିଲେ। କିଛି ସମୟ ପରେ ସେ ଘରକୁ ଆସିଥିଲେ। କର୍ମମୟ ଜୀବନ ବିଷୟରେ କଥା ହେଉ ହେଉ ତାହା ବ୍ୟକ୍ତିଗତ ଜୀବନ ଯାଏ ପହଞ୍ଚିଥିଲା। ଏହି ସମୟରେ ନାଗା ଚୈତନ୍ୟ ସେଠାକୁ ଆସିଥିଲେ। ବାସ୍ କିଛି ଏଭଳି ଥିଲା ଉଭୟଙ୍କ ପ୍ରଥମ ଭେଟ। ଅଭିନେତ୍ରୀ ଭାବେ ସେ ବହୁତ ପରିଶ୍ରମ କରି ଆଗକୁ ବଢ଼ିଥିବାରୁ ନାଗା ଚୈତନ୍ୟ ପ୍ରଭାବିତ ହୋଇଥିଲେ। ଏବେ ଦୁହେଁ ନୂଆ ସମ୍ପର୍କକୁ ନେଇ ବହୁତ ଖୁସି ଅଛନ୍ତି। ଅଗଷ୍ଟରେ ସେମାନଙ୍କ ନିର୍ବନ୍ଧ ହୋଇଥିଲା। ଡିସେମ୍ବର ୪ରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହେଉଥିବା ବାପା ନାଗାର୍ଜୁନ କହିଛନ୍ତି।
କହିରଖୁଛୁ, ପୂର୍ବରୁ ନାଗା ୨୦୧୭ରେ ସାଉଥ୍ ସୁନ୍ଦରୀ ସମାନ୍ଥା ରୁଥ୍ ପ୍ରଭୁଙ୍କୁ ବିବାହ କରିଥିଲେ। ହେଲେ ୨୦୨୧ରେ ସେମାନଙ୍କ ବାଟ ଅଲଗା ହୋଇଛି। ସମାନ୍ଥା କାମରେ ବ୍ୟସ୍ତ ଥିବା ବେଳେ ନାଗା ଚୈତନ୍ୟ ଜୀବନରେ ଆଗକୁ ବଢ଼ିବାକୁ ଯାଉଛନ୍ତି। ଏହାକୁ ନେଇ ପରିବାର ଲୋକଙ୍କ ସହ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି।
The post ନାଗା-ଶୋଭିତାଙ୍କ ଲଭ୍ଷ୍ଟୋରି appeared first on Dharitri Odia News.