ନାଚୁ ନାଚୁ ମଞ୍ଚରେ ପଡିଲେ ବିଦ୍ୟା, ଭାଇରାଲ ହେଉଛି ଭିଡିଓ

ମୁମ୍ଵାଇ ୨୭।୧୦: ଗତ ଶୁକ୍ରବାର ଅର୍ଥାତ୍‌ ୨୫ ତାରିଖ କାର୍ତ୍ତିକ ଆର‌୍ୟନ, ବିଦ୍ୟା ବାଲନ ଓ ମାଧୁରୀ ଦୀକ୍ଷିତଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଭୁଲ୍‌ ଭୁଲୈୟା-୩’ର ‘ଆମି ଯେ ତୋମର’ ଗୀତର ନୂଆ ସଂସ୍କରଣ ମୁକ୍ତିଲାଭ କରିଥିଲା । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଏହି ଗୀତ ଲଞ୍ଚ୍‌ ସମୟରେ ବିଦ୍ୟା ଓ ମାଧୁରୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ତେବେ ମଞ୍ଚରେ ନୃତ୍ୟ ପ୍ରଦର୍ଶନ ସମୟରେ ଏକ ଅଘଟଣରୁ ବର୍ତ୍ତିଗଲେ ବିଦ୍ୟା ।ବିଦ୍ୟାଙ୍କ ପାଦ ଶାଢ଼ିରେ ଫସିଯିବାରୁ ସେ ମଞ୍ଚରେ  ପଡ଼ିଗଲେ । ତେବେ ଏହି ମୁହୂର୍ତ୍ତକୁ ସେ ବେଶ ସୁନ୍ଦର  ଭାବେ ଓ ଚତୁରତାର  ସହ ସମ୍ଭାଳିନେଲେ ।  ପଡ଼ିଯିବା ପରେ ସଙ୍ଗେସଙ୍ଗେ ସେ  ଡ୍ୟାନ୍ସ ଷ୍ଟେପ୍‌ ବଦଳାଇ  ଦେଲେ । ପଡ଼ିବା ମାତ୍ରେ  ସେ ମଞ୍ଚରେ ବସିଗଲେ  ଏବଂ ନୃତ୍ୟ ଭଙ୍ଗୀକୁ  ବଦଳାଇଦେଲେ । ମୁମ୍ବାଇର ରୟାଲ ଅପେରା ହାଉସ୍‌ରେ ଆୟୋଜିକ ଏହି   କାର୍ଯ୍ୟକ୍ରମରେ ବିଦ୍ୟା ଓ ମାଧୁରୀଙ୍କ ସହ କାର୍ତ୍ତିକ  ଓ ଫିଲ୍ମ ନିର୍ମାତା ମଧ୍ୟ ଉପସ୍ଥିତ ଥିଲେ । ମାଧୁରୀ  ଓ ବିଦ୍ୟାଙ୍କ ନୃତ୍ୟ ପ୍ରଦର୍ଶନ ଜରିଆରେ ‘ଆମି ଯେ  ତୋମର’ ଗୀତ ଉନ୍ମୋଚିତ ହୋଇଥିଲା । ନୃତ୍ୟ ପ୍ରଦର୍ଶନ  ପରେ ବିଦ୍ୟା କହିଲେ, ମାଧୁରୀଙ୍କ ସହ ସ୍କ୍ରିନ୍‌ ଶେୟାର   କରିବା ମୋ ପାଇଁ ଅତ୍ୟନ୍ତ ସମ୍ମାନର କଥା । ଆଜି ମୁଁ  ମଞ୍ଚରେ ପଡ଼ିଗଲି । କିନ୍ତୁ ପୁଣି ଉଠି ନୃତ୍ୟ ଜାରି ରଖିଲି,   କେବଳ ମାଧୁରୀଙ୍କ ଭରସାରେ । ସୋସିଆଲ ମିଡିଆରେ  ଏହି ନୃତ୍ୟ ଭି

ନାଚୁ ନାଚୁ ମଞ୍ଚରେ ପଡିଲେ ବିଦ୍ୟା, ଭାଇରାଲ ହେଉଛି ଭିଡିଓ

ମୁମ୍ଵାଇ ୨୭।୧୦: ଗତ ଶୁକ୍ରବାର ଅର୍ଥାତ୍‌ ୨୫ ତାରିଖ କାର୍ତ୍ତିକ ଆର‌୍ୟନ, ବିଦ୍ୟା ବାଲନ ଓ ମାଧୁରୀ ଦୀକ୍ଷିତଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଭୁଲ୍‌ ଭୁଲୈୟା-୩’ର ‘ଆମି ଯେ ତୋମର’ ଗୀତର ନୂଆ ସଂସ୍କରଣ ମୁକ୍ତିଲାଭ କରିଥିଲା । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଏହି ଗୀତ ଲଞ୍ଚ୍‌ ସମୟରେ ବିଦ୍ୟା ଓ ମାଧୁରୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ତେବେ ମଞ୍ଚରେ ନୃତ୍ୟ ପ୍ରଦର୍ଶନ ସମୟରେ ଏକ ଅଘଟଣରୁ ବର୍ତ୍ତିଗଲେ ବିଦ୍ୟା ।

ବିଦ୍ୟାଙ୍କ ପାଦ ଶାଢ଼ିରେ ଫସିଯିବାରୁ ସେ ମଞ୍ଚରେ  ପଡ଼ିଗଲେ । ତେବେ ଏହି ମୁହୂର୍ତ୍ତକୁ ସେ ବେଶ ସୁନ୍ଦର  ଭାବେ ଓ ଚତୁରତାର  ସହ ସମ୍ଭାଳିନେଲେ ।  ପଡ଼ିଯିବା ପରେ ସଙ୍ଗେସଙ୍ଗେ ସେ  ଡ୍ୟାନ୍ସ ଷ୍ଟେପ୍‌ ବଦଳାଇ  ଦେଲେ । ପଡ଼ିବା ମାତ୍ରେ  ସେ ମଞ୍ଚରେ ବସିଗଲେ  ଏବଂ ନୃତ୍ୟ ଭଙ୍ଗୀକୁ  ବଦଳାଇଦେଲେ । ମୁମ୍ବାଇର ରୟାଲ ଅପେରା ହାଉସ୍‌ରେ ଆୟୋଜିକ ଏହି   କାର୍ଯ୍ୟକ୍ରମରେ ବିଦ୍ୟା ଓ ମାଧୁରୀଙ୍କ ସହ କାର୍ତ୍ତିକ  ଓ ଫିଲ୍ମ ନିର୍ମାତା ମଧ୍ୟ ଉପସ୍ଥିତ ଥିଲେ । ମାଧୁରୀ  ଓ ବିଦ୍ୟାଙ୍କ ନୃତ୍ୟ ପ୍ରଦର୍ଶନ ଜରିଆରେ ‘ଆମି ଯେ  ତୋମର’ ଗୀତ ଉନ୍ମୋଚିତ ହୋଇଥିଲା । 

ନୃତ୍ୟ ପ୍ରଦର୍ଶନ  ପରେ ବିଦ୍ୟା କହିଲେ, ମାଧୁରୀଙ୍କ ସହ ସ୍କ୍ରିନ୍‌ ଶେୟାର   କରିବା ମୋ ପାଇଁ ଅତ୍ୟନ୍ତ ସମ୍ମାନର କଥା । ଆଜି ମୁଁ  ମଞ୍ଚରେ ପଡ଼ିଗଲି । କିନ୍ତୁ ପୁଣି ଉଠି ନୃତ୍ୟ ଜାରି ରଖିଲି,   କେବଳ ମାଧୁରୀଙ୍କ ଭରସାରେ । ସୋସିଆଲ ମିଡିଆରେ  ଏହି ନୃତ୍ୟ ଭିଡିଓ ଭାଇରାଲ ହେଉଛି । କିଛି ୟୁଜର  ବିଦ୍ୟାଙ୍କୁ ପ୍ରଶଂସା କରୁଥିବାବେଳେ ଆଉ କିଛି ଏହାକୁ  ପବ୍ଲିସିଟି ଷ୍ଟଣ୍ଟ୍‌ କହୁଛନ୍ତି ।