ନାବାଳିକା ଛାତ୍ରୀଙ୍କୁ ବଳାତ୍କାର, ଟ୍ୟୁଶନ ସାର୍‌ ଗିରଫ

ବାଣପୁର,୧୧ା୧୦(ଦିଲୀପ କୁମାର ସ୍ବାଇଁ): ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ। ଖୋର୍ଦ୍ଧା ଜିଲା ଗମ୍ଭାରୀମୁଣ୍ଡା ପୋଲିସ ବିଟ୍‌ ହାଉସ ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଶୁକ୍ରବାର ପୋଲିସ ଜଣେ ଟ୍ୟୁଶନ ସାର୍‌ଙ୍କୁ ଗିରଫ କରିଛି। ଅଭିଯୁକ୍ତ ସାର୍‌ ହେଲେ ଆୟତ୍ତପୁର ପଞ୍ଚାୟତ ଅଞ୍ଚଳର ଲିଙ୍ଗରାଜ ମୁଦୁଲି। ଅଭିଯୋଗ ମୁତାବକ, ଗମ୍ଭାରୀମୁଣ୍ଡା ଅଞ୍ଚଳର କେତେଜଣ ଛାତ୍ରୀଛାତ୍ରଙ୍କୁ ଲିଙ୍ଗରାଜ ଟ୍ୟୁଶନ କରୁଥିଲେ। ଗତ ଶନିବାର ସନ୍ଧ୍ୟାରେ ଟ୍ୟୁଶନ ସମୟରେ ଲିଙ୍ଗରାଜ ୬ଜଣ ଛାତ୍ରୀଛାତ୍ରଙ୍କୁ ନିକଟ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟକୁ ଡାକିନେଇଥିଲେ। […] The post ନାବାଳିକା ଛାତ୍ରୀଙ୍କୁ ବଳାତ୍କାର, ଟ୍ୟୁଶନ ସାର୍‌ ଗିରଫ appeared first on Dharitri Odia News.

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର, ଟ୍ୟୁଶନ ସାର୍‌ ଗିରଫ

ବାଣପୁର,୧୧ା୧୦(ଦିଲୀପ କୁମାର ସ୍ବାଇଁ): ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ। ଖୋର୍ଦ୍ଧା ଜିଲା ଗମ୍ଭାରୀମୁଣ୍ଡା ପୋଲିସ ବିଟ୍‌ ହାଉସ ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଶୁକ୍ରବାର ପୋଲିସ ଜଣେ ଟ୍ୟୁଶନ ସାର୍‌ଙ୍କୁ ଗିରଫ କରିଛି। ଅଭିଯୁକ୍ତ ସାର୍‌ ହେଲେ ଆୟତ୍ତପୁର ପଞ୍ଚାୟତ ଅଞ୍ଚଳର ଲିଙ୍ଗରାଜ ମୁଦୁଲି।
ଅଭିଯୋଗ ମୁତାବକ, ଗମ୍ଭାରୀମୁଣ୍ଡା ଅଞ୍ଚଳର କେତେଜଣ ଛାତ୍ରୀଛାତ୍ରଙ୍କୁ ଲିଙ୍ଗରାଜ ଟ୍ୟୁଶନ କରୁଥିଲେ। ଗତ ଶନିବାର ସନ୍ଧ୍ୟାରେ ଟ୍ୟୁଶନ ସମୟରେ ଲିଙ୍ଗରାଜ ୬ଜଣ ଛାତ୍ରୀଛାତ୍ରଙ୍କୁ ନିକଟ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟକୁ ଡାକିନେଇଥିଲେ। ତନ୍ମଧ୍ୟରୁ ୫ଜଣ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ଗେଟ୍‌ ନିକଟରେ ଅପେକ୍ଷା କରିବାକୁ କହିଥିଲେ। ଜଣେ ଛାତ୍ରୀଙ୍କୁ ବିଦ୍ୟାଳୟର ରୋଷେଇ ଘରକୁ ନେଇ ସେଠାରେ ବଳାତ୍କାର କରିଥିଲେ। ଘରେ କିମ୍ବା ଅନ୍ୟ କାହାକୁ ଏ ସମ୍ପର୍କରେ ଜଣାଇଲେ ଛାତ୍ରୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ଲିଙ୍ଗରାଜ। ଫଳରେ ଭୟରେ ଛାତ୍ରୀଜଣଙ୍କ ଘରେ କିଛି କହି ନ ଥିଲେ। ତେବେ ଘଟଣା ପରଠାରୁ ଛାତ୍ରୀଜଣଙ୍କ ଆଉ ଟ୍ୟୁଶନ ନ ଯିବାରୁ ତାଙ୍କ ମା’ ପଚାରିବାରୁ ସମସ୍ତ ଘଟଣା କହିଥିଲେ। ଏନେଇ ସମ୍ପୃକ୍ତ ଛାତ୍ରୀଙ୍କ ମା’ ଗମ୍ଭାରୀମୁଣ୍ଡା ପୋଲିସ ବିଟ୍‌ ହାଉସରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୩୨୭/୨୪)ରୁଜୁକରି ସମ୍ପୃକ୍ତ ଛାତ୍ରୀଙ୍କ ଡାକ୍ତରୀ ମାଇନା କରାଇବା ସହ ଅଭିଯୁକ୍ତ ସାର୍‌ଙ୍କୁ ଗିରଫ କରିଛି।

The post ନାବାଳିକା ଛାତ୍ରୀଙ୍କୁ ବଳାତ୍କାର, ଟ୍ୟୁଶନ ସାର୍‌ ଗିରଫ appeared first on Dharitri Odia News.