ଲୋକ ଅଦାଲତରେ ୬୮ ହଜାର ୯୭ ଟଙ୍କା ଆଦାୟ
କେସିଙ୍ଗା,୧୪ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଳୁକ୍ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଧନଞ୍ଜୟ ନାୟକଙ୍କ ଅଧ୍ୟକ୍ଷତାରେ ଅଦାଲତ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ୧୯ଟି ଫାଇନାଲ କେସ୍ ବିଚାର କରାଯାଇଥିଲା। ଏତଦ୍ ବ୍ୟତୀତ ୨ଟି ଚେକ୍ ବାଉନ୍ସ ମାମଲା ବିଚାର କରାଯାଇ ୩ ଲକ୍ଷ ୩୫ହଜାର ଆଦାୟ କରାଯାଇଥିଲା। ଏହା ସହିତ ୫୬ଟି ପ୍ରାକ୍ ବ୍ୟାଙ୍କ ଜନିତ ମୋକଦ୍ଦମା ବାବଦକୁ ୧୨ ଲକ୍ଷ […] The post ଲୋକ ଅଦାଲତରେ ୬୮ ହଜାର ୯୭ ଟଙ୍କା ଆଦାୟ appeared first on Dharitri Odia News.
କେସିଙ୍ଗା,୧୪ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଳୁକ୍ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଧନଞ୍ଜୟ ନାୟକଙ୍କ ଅଧ୍ୟକ୍ଷତାରେ ଅଦାଲତ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ୧୯ଟି ଫାଇନାଲ କେସ୍ ବିଚାର କରାଯାଇଥିଲା। ଏତଦ୍ ବ୍ୟତୀତ ୨ଟି ଚେକ୍ ବାଉନ୍ସ ମାମଲା ବିଚାର କରାଯାଇ ୩ ଲକ୍ଷ ୩୫ହଜାର ଆଦାୟ କରାଯାଇଥିଲା। ଏହା ସହିତ ୫୬ଟି ପ୍ରାକ୍ ବ୍ୟାଙ୍କ ଜନିତ ମୋକଦ୍ଦମା ବାବଦକୁ ୧୨ ଲକ୍ଷ ୫୮ହଜାର ୮୪ଟଙ୍କା ଋଣ ଖିଲାପି ରାଶି ଆଦାୟ କରାଯାଇଥିଲା।
ସେହିପରି ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ଲୋକ ଅଦାଲତରେ ୫୪ଟି ରାଜସ୍ବ ମାମଲା ବାବଦକୁ ୬୮ ହଜାର ୯୭ଟଙ୍କା ରାଜସ୍ବ ଆଦାୟ କରାଯାଇଥିଲା। କେସିଙ୍ଗାର ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କ ଯୋଗ ଦେଇଥିଲେ। ଏଥିରେ ସରକାରୀ ଓକିଲ ପ୍ରକାଶ କୁମାର ଦାଶଙ୍କ ସମେତ ଓକିଲ ସଂଘର ଆଇନଜୀବୀ ବୃନ୍ଦ ଉପସ୍ଥିତ ଥିଲେ। ଏଥିରେ ଅଦାଲତର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଲୋକ ଅଦାଲତକୁ ପରିଚାଳନା ଓ ସହାୟତା କରିଥିଲେ।
The post ଲୋକ ଅଦାଲତରେ ୬୮ ହଜାର ୯୭ ଟଙ୍କା ଆଦାୟ appeared first on Dharitri Odia News.