ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡ
ଫୁଲବାଣୀ,୨୫ା୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅପହରଣ ଏବଂ ବଳାତ୍କାର ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାସ ମାମଲାର ବିଚାର କରି ଅଭିଯୁକ୍ତ ଟିକାବାଲି ଥାନା ଅଞ୍ଚଳର ବାଦଲ ଦିଗାଲ(୨୫)ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୫୭ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦାୟ ଅଧିକ ୧୧ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। […] The post ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡ appeared first on Dharitri Odia News.
ଫୁଲବାଣୀ,୨୫ା୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅପହରଣ ଏବଂ ବଳାତ୍କାର ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାସ ମାମଲାର ବିଚାର କରି ଅଭିଯୁକ୍ତ ଟିକାବାଲି ଥାନା ଅଞ୍ଚଳର ବାଦଲ ଦିଗାଲ(୨୫)ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୫୭ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦାୟ ଅଧିକ ୧୧ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୭ ଲକ୍ଷ ଟଙ୍କା ଦେବାକୁ ଜିଲା ଆଇନ ପ୍ରାଧିକାରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ବାଦଲଙ୍କର ନାବାଳିକାଙ୍କ ସହ ଏକ ଭୋଜିରେ ଦେଖା ସାକ୍ଷାତ ହୋଇଥିଲା । ପ୍ରାୟ ୪ ମାସ ପରେ ୨୦୨୦ ଜୁନ ୧୩ ତାରିଖ ରାତି ସାଢ଼େ ୮ଟାରେ ବାଦଲ ନାବାଳିକାଙ୍କ ଘରକୁ ଆସି ତାଙ୍କୁ ଭଲ ପାଉଥିବା କହିବା ସହ ବିବାହ ପ୍ରତିଶ୍ରୁତି ଦେଇ ସାଙ୍ଗରେ ପଳାଇ ଆସିବାକୁ କହିଥିଲେ। ନାବାଳିକା ଜଣକ ମନା କରିବା ସତ୍ତ୍ୱେ ସେ ବିଭିନ୍ନ ପ୍ରଲୋଭନ ଦେଖାଇ ନେଇ ପଳାଇଥିଲେ। ବାଦଲ ବୌଦ୍ଧ ଜିଲା ଲଣ୍ଡ୍ରେୁଜୁ ଗ୍ରାମରେ ଥିବା ମାମୁ ଘରକୁ ନାବାଳିକାଙ୍କୁ ନେଇ ରଖିବା ସହ ସେଠାରେ ଶାରୀରିକ ସମ୍ପର୍କ ରଖିଥିଲେ।
ଏପଟେ ନାବାଳିକାଙ୍କ ପରିବାର ଲୋକେ ଝିଅକୁ ବହୁ ଖୋଜାଖୋଜି କରି ପାଇ ନ ଥିଲେ। କିଛି ଦିନ ପରେ ଝିଅ ବୌଦ୍ଧରେ ଥିବା ଜାଣି ପରିବାର ଲୋକେ ସେଠାକୁ ଯାଇଥିଲେ। ଝିଅକୁ ଛାଡ଼ି ଦେବାକୁ କହିବାରୁ ବାଦଲ ସେମାନଙ୍କୁ ଗାଳିଗୁଲଜ କରି ତଡି ଦେଇଥିଲେ। ଏ ନେଇ ନାବାଳିକାଙ୍କ ମା’ ଥାନାରେ ଏତଲା ଦେଇଥିଲେ । ପୋଲିସ ଏକ ମାମଲା(ନଂ.୩୭/୨୦) ରୁଜୁ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲା। ପୋଲିସ ନାବାଳିକାଙ୍କ ଡାକ୍ତରୀ ମାଇନା ପରେ ବାଦଲଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ବିଚାରପତି ୧୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଏବଂ ମେଡିକାଲ ରିପୋର୍ଟକୁ ଆଧାର କରି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।
The post ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡ appeared first on Dharitri Odia News.