ନାବାଳିକା ଶାଳୀଙ୍କୁ ବଳାତ୍କାର କରୁଥିଲେ ଭିଣେଇ, ସେ ଗର୍ଭବତୀ ଥିବା ଜଣାଇବା ପରେ…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଏକ ଗାଁରେ ଅଭାବନୀୟ ଘଟଣା ଘଟିଛି। ୧୦ମ ଶ୍ରେଣୀରେ ପାଠ ପଢୁଥିବା ଜଣେ ନାବାଳିକା ଶାଳୀଙ୍କୁ ଭିଣୋଇ ଗର୍ଭବତୀ କରିଥିବା ନେଇ ଦିଗପହଣ୍ଡି ଥାନାରେ ଏତଲା ହୋଇଛି। ପୀଡ଼ିତାଙ୍କ ଏତଲାକୁ ଭିତ୍ତି କରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୫୫/୨୫ ଅନୁଯାୟୀ ଭିଣୋଇଙ୍କ ନାଁରେ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ପାଇଁ ଥାନାଏସଆଇ ସୋଫିଆ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗିରଫ ଭୟରେ […] The post ନାବାଳିକା ଶାଳୀଙ୍କୁ ବଳାତ୍କାର କରୁଥିଲେ ଭିଣେଇ, ସେ ଗର୍ଭବତୀ ଥିବା ଜଣାଇବା ପରେ… appeared first on Dharitri Odia News.

ନାବାଳିକା ଶାଳୀଙ୍କୁ ବଳାତ୍କାର କରୁଥିଲେ ଭିଣେଇ, ସେ ଗର୍ଭବତୀ ଥିବା ଜଣାଇବା ପରେ…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଏକ ଗାଁରେ ଅଭାବନୀୟ ଘଟଣା ଘଟିଛି। ୧୦ମ ଶ୍ରେଣୀରେ ପାଠ ପଢୁଥିବା ଜଣେ ନାବାଳିକା ଶାଳୀଙ୍କୁ ଭିଣୋଇ ଗର୍ଭବତୀ କରିଥିବା ନେଇ ଦିଗପହଣ୍ଡି ଥାନାରେ ଏତଲା ହୋଇଛି। ପୀଡ଼ିତାଙ୍କ ଏତଲାକୁ ଭିତ୍ତି କରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୫୫/୨୫ ଅନୁଯାୟୀ ଭିଣୋଇଙ୍କ ନାଁରେ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ପାଇଁ ଥାନାଏସଆଇ ସୋଫିଆ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗିରଫ ଭୟରେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ଅଭିଯୁକ୍ତ ପୀଡ଼ିତାଙ୍କ ବଡ଼ ଭଉଣିିଙ୍କୁ ବିବାହ କରିଛନ୍ତି। ମା’ ବାପା କାମ ପାଇଁ ବାହାରକୁ ପଳାଉଥିବା ବେଳେ ଘରେ କେହି ରହୁ ନ ଥିବା ସୁଯୋଗ ନେଇ ଅଭିଯୁକ୍ତ ଭିଣୋଇ ନାବାଳିକା ଶାଳୀଙ୍କୁ ଭୟଭୀତ କରାଇ ଏକାଧିକ ଥର ଳାତ୍କାର କରି ଆସୁଥିଲେ। ଘଟଣା କାହାରିକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ। ଏପରିକି ସେ ନିକଟସ୍ଥ ଏକ ଗାଁ ହାଇସ୍କୁଲକୁ ଯିବାବେଳେ ସେ ବାଇକ୍‌ରେ ଆସି ତାଙ୍କ ସହ ଯିବାକୁ ବାଧ୍ୟ କରୁଥିଲେ। ମନାକଲେ ତାଙ୍କୁ ଭୟଭୀତ କରାଇ ବାଇକ୍‌ରେ ନେଉଥିଲେ। ବାରମ୍ବାର ତାଙ୍କୁ ବଳାତ୍କାର କରିବା ପରେ ନାବାଳିକା ଶାଳୀ ଜଣକ ଗର୍ଭବତୀ ହୋଇଥିବା ଜାଣିବା ପରେ ଏନେଇ ଭିଣୋଇଙ୍କୁ ଜଣାଇଥିଲେ। ଭିଣୋଇ ତାଙ୍କୁ ବ୍ରହ୍ମପୁର ନେଇ ଗର୍ଭନଷ୍ଟ କରିବାକୁ ବାଧ୍ୟ କରିଥିଲେ। ଏଥିରେ ସେ ଅରାଜି ହେବାରୁ ତାଙ୍କୁ ହତ୍ୟା କରିବାକୁ ଧମକ ଦେଉଥିବା ନେଇ ପୀଡ଼ିତା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି।

The post ନାବାଳିକା ଶାଳୀଙ୍କୁ ବଳାତ୍କାର କରୁଥିଲେ ଭିଣେଇ, ସେ ଗର୍ଭବତୀ ଥିବା ଜଣାଇବା ପରେ… appeared first on Dharitri Odia News.