ମୋରଡ଼ା ଅଞ୍ଚଳରେ ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି, ପୋଲିସ ନିଷ୍କ୍ରିୟ

ମୋରଡ଼ା,୪ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅଞ୍ଚଳରେ ଚୋରିର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ମୋରଡ଼ା ପୋଲିସ ସେମିତି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚରମ ନିଦ୍ରାରେ ଶୋଇବା ଅଞ୍ଚଳରେ ଅସନ୍ତୋଷକୁ ଦୁଇଗୁଣିତ କରିଛି। ସୂଚନାନୁଯାୟୀ, କିଛିଦିନ ତଳେ ମୋରଡ଼ା ଗ୍ରାମର ସୁଧୀର କୁମାର ଧଳଙ୍କ ଅଟୋରୁ ଏକ ବ୍ୟାଟେରୀ ଚୋରି ହୋଇଥିବା ବେଳେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। […] The post ମୋରଡ଼ା ଅଞ୍ଚଳରେ ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି, ପୋଲିସ ନିଷ୍କ୍ରିୟ appeared first on Dharitri Odia News.

ମୋରଡ଼ା ଅଞ୍ଚଳରେ ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି, ପୋଲିସ ନିଷ୍କ୍ରିୟ

ମୋରଡ଼ା,୪ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅଞ୍ଚଳରେ ଚୋରିର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ମୋରଡ଼ା ପୋଲିସ ସେମିତି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚରମ ନିଦ୍ରାରେ ଶୋଇବା ଅଞ୍ଚଳରେ ଅସନ୍ତୋଷକୁ ଦୁଇଗୁଣିତ କରିଛି।
ସୂଚନାନୁଯାୟୀ, କିଛିଦିନ ତଳେ ମୋରଡ଼ା ଗ୍ରାମର ସୁଧୀର କୁମାର ଧଳଙ୍କ ଅଟୋରୁ ଏକ ବ୍ୟାଟେରୀ ଚୋରି ହୋଇଥିବା ବେଳେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିପରି ଉକ୍ତ ଥାନା ଅଧୀନ ପାଞ୍ଚଗୋଛିଆ ଗ୍ରାମର ଅଞ୍ଜନ କୁମାର ନାଏକଙ୍କ ଟ୍ରାକ୍ଟରରୁ ବ୍ୟାଟେରୀ, ଧଡ଼ାସାହି ପଞ୍ଚାୟତ କାର୍ଯ୍ୟାଳୟରୁ ଏଲ୍‌ସିଡି, ସିପିୟୁ, ୟୁପିଏସ୍‌ ଚୋରି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସେହିପରି ମାଳିହତା ଗ୍ରାମରୁ ଜଣଙ୍କ ଘରୁ ରାତିରେ ଏକ ଗାଈ ଚୋରି ହେବା ଭିଡିଓ ଭାଇରାଲ ହୋଇଥିଲା, ଯାହା ସିସିଟିଭିରେ କଏଦ ହୋଇଥିଲା। କେବଳ ଏତିକି ଘଟଣା ନୁହଁ ପୂର୍ବରୁ ଧାନଶୋଳ ହାଟରୁ ମଧ୍ୟ ବାରମ୍ବାର ଚୋରି ହୋଇଥିବାର ଘଟଣା ସାମ୍ନାକୁ ଆସିଛି, ଯାହା ଚୋରମାନେ ପୋଲିସକୁ ଖୋଲାଖୋଳି ଚ୍ୟାଲେଞ୍ଜ ଦେଉଛନ୍ତି।
ସେହିପରି ଶନିବାର ବିଳମ୍ବିତ ରାତିରେ ଶିଳଦା ଗ୍ରାମରୁ ଏକ ଟ୍ରାନ୍ସଫର୍ମରକୁ ଚୋରମାନେ ଚୋରି କରିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଦେଖି ଟ୍ରାନ୍ସଫର୍ମରକୁ ତଳେ ପକାଇ ପଳାଇଥିଲେ ଏବଂ ଶୀର୍ଷାପାଳସ୍ଥିତ ରଏକ ଦୋକାନରୁ ତାଲା ଭାଙ୍ଗି ଚୋରି କରିବାକୁ ଚେଷ୍ଟା କରିଥିଲେ ଚୋରମାନେ କିନ୍ତୁ ସଫଳ ହୋଇ ନ ଥିଲେ।
ଏତେସବୁ ଘଟଣା ଘଟିଯାଉଥିଲେ ମଧ୍ୟ ମୋରଡ଼ା ଥାନାଧିକାରୀଙ୍କ ନିଦ ନ ଭାଙ୍ଗିବା ତାଙ୍କର କାର୍ଯ୍ୟଦକ୍ଷତା ଆଡ଼କୁ ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ। ପୋଲିସର ଏପରି ନିଷ୍କ୍ରିୟତାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଛି।
ସେପଟେ ଅଞ୍ଚଳରେ କଡ଼ାକଡ଼ି ପାଟ୍ରୋଲିଂ ସହିତ ପୋଲିସ ସଠିକ ଭାବରେ କାର୍ଯ୍ୟ କରିବାକୁ ସେକ୍‌.ମୁସ୍ତାଫା, ପରିତୋଷ ବାରିକ, ସମୀର କୁମାର ବେହେରା, ଦୀପ୍ତି ରଞ୍ଜନ ମହାନ୍ତି ପ୍ରମୁଖ ଦାବି କରିଛନ୍ତି।

The post ମୋରଡ଼ା ଅଞ୍ଚଳରେ ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି, ପୋଲିସ ନିଷ୍କ୍ରିୟ appeared first on Dharitri Odia News.