ନାଲକୋର ୧୩,୧୪୯ କୋଟି ଟଙ୍କାର ବ୍ୟବସାୟ; ୨,୦୬୦ କୋଟିର ନିଟ୍ ଲାଭ
ଭୁବନେଶ୍ଵର: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼(ନାଲକୋ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୩-୨୪ର ଫଳାଫଳ ଘୋଷଣା ହୋଇଛି। ନିଜ ସଫଳତାର ଧାରା ବଜାୟ ରଖି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି।ଆଜିର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ ହୋଇଥିବା ଫଳାଫଳ ଅନୁଯାୟୀ, ନାଲକୋ ଆର୍ଥିକ ବର୍ଷ ୨୦୨୩-୨୪ରେ ୧୩,୧୪୯କୋଟି ଟଙ୍କାର ବ୍ୟବସାୟ ସହ ୨୦୬୦କୋଟି ଟଙ୍କାର ନିଟ୍ ଲାଭ କରିଛି।ଆର୍ଥିକ ବର୍ଷ ୨୦୨୩-୨୪ର ଚତୁର୍ଥ ତ୍ରୈମାସିକରେ କମ୍ପାନୀର ନେଟ୍ ଲାଭ୯୫ ପ୍ରତିଶତ ଅଭିବୃଦ୍ଧି ସହ ୧୦୧୬ କୋଟି ଟଙ୍କା ହୋଇଥିବା ବେଳେ ଆର୍ଥିକବର୍ଷ ୨୦୨୨-୨୩ର ଚତୁର୍ଥ ତ୍ରୈମାସରେ ନିଟ୍ ଲାଭ ୫୨୨କୋଟି ଟଙ୍କା ଥିଲା।ଉଲ୍ଲେଖଯୋଗ୍ୟ ଯେ, ବଜାର ଅସ୍ଥିରତା ଏବଂ ମେଟାଲ ଦର ନିମ୍ନ ସ୍ତରରେ ଥିବା ସତ୍ତ୍ୱେ, କମ୍ପାନୀ ବ୍ୟବସାୟର ବିଭିନ୍ନ ଦିଗରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ନାଲକୋ ଆର୍ଥିକ ବର୍ଷ ୨୦୨୩-୨୪ରେ ନିଜର ସମସ୍ତ ୟୁନିଟରେ ଉନ୍ନତ ପ୍ରଦର୍ଶନ ସହ ସର୍ବକାଳୀନ ସର୍ବାଧିକ ୭୬,୦୦,୨୩୦ ମେଟ୍ରିକ ଟନ ବକ୍ସାଇଟ୍ ଉତ୍ତୋଳନ, ସର୍ବକାଳୀନ ସର୍ବାଧିକ ୪,୬୩,୪୨୮ ମେଟ୍ରିକ ଟନ କାଷ୍ଟ ମେଟାଲ ଉତ୍ପାଦନ, ସର୍ବକାଳୀନ ସର୍ବାଧିକ ୪,୭୦,୧୦୮ମେଟ୍ରିକ ଟନ ଧାତୁ ବିକ୍ରୟ ଏବଂ କୋଇଲା ଖଣି କାର୍ଯ୍ୟକ୍ଷମ ହେବାର ପ୍ରଥମ ବର୍ଷରେ ୨ ମିଲିୟନ
ଭୁବନେଶ୍ଵର: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼(ନାଲକୋ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୩-୨୪ର ଫଳାଫଳ ଘୋଷଣା ହୋଇଛି। ନିଜ ସଫଳତାର ଧାରା ବଜାୟ ରଖି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି।
ଆଜିର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ ହୋଇଥିବା ଫଳାଫଳ ଅନୁଯାୟୀ, ନାଲକୋ ଆର୍ଥିକ ବର୍ଷ ୨୦୨୩-୨୪ରେ ୧୩,୧୪୯କୋଟି ଟଙ୍କାର ବ୍ୟବସାୟ ସହ ୨୦୬୦କୋଟି ଟଙ୍କାର ନିଟ୍ ଲାଭ କରିଛି।
ଆର୍ଥିକ ବର୍ଷ ୨୦୨୩-୨୪ର ଚତୁର୍ଥ ତ୍ରୈମାସିକରେ କମ୍ପାନୀର ନେଟ୍ ଲାଭ୯୫ ପ୍ରତିଶତ ଅଭିବୃଦ୍ଧି ସହ ୧୦୧୬ କୋଟି ଟଙ୍କା ହୋଇଥିବା ବେଳେ ଆର୍ଥିକବର୍ଷ ୨୦୨୨-୨୩ର ଚତୁର୍ଥ ତ୍ରୈମାସରେ ନିଟ୍ ଲାଭ ୫୨୨କୋଟି ଟଙ୍କା ଥିଲା।
ଉଲ୍ଲେଖଯୋଗ୍ୟ ଯେ, ବଜାର ଅସ୍ଥିରତା ଏବଂ ମେଟାଲ ଦର ନିମ୍ନ ସ୍ତରରେ ଥିବା ସତ୍ତ୍ୱେ, କମ୍ପାନୀ ବ୍ୟବସାୟର ବିଭିନ୍ନ ଦିଗରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ନାଲକୋ ଆର୍ଥିକ ବର୍ଷ ୨୦୨୩-୨୪ରେ ନିଜର ସମସ୍ତ ୟୁନିଟରେ ଉନ୍ନତ ପ୍ରଦର୍ଶନ ସହ ସର୍ବକାଳୀନ ସର୍ବାଧିକ ୭୬,୦୦,୨୩୦ ମେଟ୍ରିକ ଟନ ବକ୍ସାଇଟ୍ ଉତ୍ତୋଳନ, ସର୍ବକାଳୀନ ସର୍ବାଧିକ ୪,୬୩,୪୨୮ ମେଟ୍ରିକ ଟନ କାଷ୍ଟ ମେଟାଲ ଉତ୍ପାଦନ, ସର୍ବକାଳୀନ ସର୍ବାଧିକ ୪,୭୦,୧୦୮ମେଟ୍ରିକ ଟନ ଧାତୁ ବିକ୍ରୟ ଏବଂ କୋଇଲା ଖଣି କାର୍ଯ୍ୟକ୍ଷମ ହେବାର ପ୍ରଥମ ବର୍ଷରେ ୨ ମିଲିୟନ ଟନ କୋଇଲା ଉତ୍ପାଦନ କରିଛି।
କମ୍ପାନୀର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି ଶ୍ରୀଶ୍ରୀଧରପାତ୍ର, ସିଏମଡି, ନାଲକୋ କହିଛନ୍ତି ଯେ, ଚତୁର୍ଥ ତ୍ରୈମାସରେ କମ୍ପାନୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଯାହାକି ବ୍ୟବସାୟିକ ପ୍ରଦର୍ଶନ, ତଥା ଅଭିବୃଦ୍ଧିରେ ପ୍ରତିଫଳିତ ହୋଇଛି। କର୍ମଚାରୀ ଏବଂ ବିଭିନ୍ନ ହିତାଧିକାରୀଙ୍କ ପ୍ରତିବଦ୍ଧତା ଏବଂ ସହଯୋଗରେ କମ୍ପାନୀ ଏହି ସଫଳତା ହାସଲ କରିପାରିଛି। ଶ୍ରୀପାତ୍ର ଆହୁରି ଆଶା ପ୍ରକଟ କରିଛନ୍ତି ଯେ, ଭବିଷ୍ୟତରେ ଆଲୁମିନିୟମ ଦରରେ ସ୍ଥିରତା ଏବଂ ଚାହିଦା ବୃଦ୍ଧି ସହିତ ନାଲକୋନିଜ ଅଭିବୃଦ୍ଧିର କାହାଣୀ ଜାରି ରଖିବାକୁ ସଦାସର୍ବଦା ପ୍ରସ୍ତୁତ ଅଛି।