ନାଲ୍କୋରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ
ଭୁବନେଶ୍ୱର,୫।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲକୋ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ନିକଟରେ ପାଳିତ ହୋଇଯାଇଛି। ଏପରିକି ଚଳିତ ବର୍ଷର ବିଷୟବସ୍ତୁ ‘ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି’ ଆଧାରରେ ନାଲକୋର ସମସ୍ତ ୟୁନିଟ ତଥା ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ପୋର୍ଟ ଫାସିଲିଟିଠାରେ ମଧ୍ୟ ବିଭିନ୍ନ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିଭଳି ଜୀବନରେ ଅଖଣ୍ଡତା, ସାଧୁତା ଏବଂ ଉତ୍ତରଦାୟିତ୍ୱର […] The post ନାଲ୍କୋରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ appeared first on Dharitri Odia News.
ଭୁବନେଶ୍ୱର,୫।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲକୋ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ନିକଟରେ ପାଳିତ ହୋଇଯାଇଛି। ଏପରିକି ଚଳିତ ବର୍ଷର ବିଷୟବସ୍ତୁ ‘ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି’ ଆଧାରରେ ନାଲକୋର ସମସ୍ତ ୟୁନିଟ ତଥା ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ପୋର୍ଟ ଫାସିଲିଟିଠାରେ ମଧ୍ୟ ବିଭିନ୍ନ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ସେହିଭଳି ଜୀବନରେ ଅଖଣ୍ଡତା, ସାଧୁତା ଏବଂ ଉତ୍ତରଦାୟିତ୍ୱର ବାର୍ତ୍ତା ପ୍ରଚାର ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏପରିକି ଅଖଣ୍ଡତା ଶପଥ ପାଠ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ତର୍କ ପ୍ରତିଯୋଗିତା, କର୍ମଚାରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ ମଧ୍ୟ ଆୟୋଜିତ ହୋଇଥିଲା।
ଅପରପକ୍ଷରେ କଟକ-ଭୁବନେଶ୍ୱରର ୩୫ରୁ ଅଧିକ ଶିକ୍ଷାନୁଷ୍ଠାନରୁ ପ୍ରାୟ ୩୦୦ ପ୍ରତିଯୋଗୀ ଏହି ତର୍କ ତଥା ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ସେହିପରି ନାଲକୋ କର୍ପୋରେଟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ନାଲକୋର ନିର୍ଦ୍ଦେଶକ (ପି ଆଣ୍ଡ ଟି) ଏବଂ ନିର୍ଦ୍ଦେଶକ (ଏଚ୍ଆର୍, ଅତିରିକ୍ତ ଦାୟିତ୍ୱ) ଜଗଦୀଶ ଅରୋରା, ନିର୍ଦ୍ଦେଶକ (ଉତ୍ପାଦନ) ପଙ୍କଜ କୁମାର ଶର୍ମା, ଆଇଆର୍ଏସ୍ଇ, ସିଭିଓ ହରଶିମରନ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ।
The post ନାଲ୍କୋରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ appeared first on Dharitri Odia News.