ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବୁଚ ୱିଲ୍ମୋର ୯ ମାସ ପରେ ଫେରିଲେ ପୃଥିବୀକୁ
ଫ୍ଲୋରିଡା: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ ୱିଲ୍ମୋର ୯ ମାସ ପରେ ଫେରିଛନ୍ତି ପୃଥିବୀକୁ।ଉଭୟ ମହାକାଶଚାରୀ ୧୯. ୦୩. ୨୦୨୫(ବୁଧବାର) ଭାରତୀୟ ସମୟ ସକାଳ ସାଢ଼େ ୩ଟାରେ ସୁରକ୍ଷିତ ଭାବେ ଫ୍ଲୋରିଡା ଉପକୂଳରେ ଅବତରଣ କରିଥିଲେ। ୧୭ ଘଣ୍ଟାର ଯାତ୍ରା ପରେ ସେମାନେ ପୃଥିବୀକୁ ଫେରିଛନ୍ତି। ଏଥିପାଇଁ ସାରା ଇଲାକାରେ ପ୍ରକାଶ ପାଇଛି ଉତ୍ସାହ। ବୁଧବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରୁ ବାହାରିବାର ମାତ୍ର କିଛି ଘଣ୍ଟା ପରେ ମହାକାଶଚାରୀଙ୍କ ସ୍ପେସ ଏକ୍ସ […] The post ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବୁଚ ୱିଲ୍ମୋର ୯ ମାସ ପରେ ଫେରିଲେ ପୃଥିବୀକୁ appeared first on Odisha.News.

ଫ୍ଲୋରିଡା: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ ୱିଲ୍ମୋର ୯ ମାସ ପରେ ଫେରିଛନ୍ତି ପୃଥିବୀକୁ।ଉଭୟ ମହାକାଶଚାରୀ ୧୯. ୦୩. ୨୦୨୫(ବୁଧବାର) ଭାରତୀୟ ସମୟ ସକାଳ ସାଢ଼େ ୩ଟାରେ ସୁରକ୍ଷିତ ଭାବେ ଫ୍ଲୋରିଡା ଉପକୂଳରେ ଅବତରଣ କରିଥିଲେ। ୧୭ ଘଣ୍ଟାର ଯାତ୍ରା ପରେ ସେମାନେ ପୃଥିବୀକୁ ଫେରିଛନ୍ତି। ଏଥିପାଇଁ ସାରା ଇଲାକାରେ ପ୍ରକାଶ ପାଇଛି ଉତ୍ସାହ।
ବୁଧବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରୁ ବାହାରିବାର ମାତ୍ର କିଛି ଘଣ୍ଟା ପରେ ମହାକାଶଚାରୀଙ୍କ ସ୍ପେସ ଏକ୍ସ କ୍ୟାପସୁଲ ମେକ୍ସିକୋ ଉପସାଗରରେ ପାରାସୁଟ ହୋଇଥିଲା। ଫ୍ଲୋରିଡାର ତଲ୍ଲାହାସି ଉପକୂଳରେ ସେମାନେ ଅବତରଣ କରିଥିଲେ। ମହାକାଶ ଏଜେନ୍ସି ନାସା ପକ୍ଷରୁ ମହାକାଶଚାରୀଙ୍କ ଅବତରଣର ଏକ ଭିଡିଓ ମଧ୍ୟ ଜାରି କରାଯାଇଛି।ଯାହା ଏକ୍ସରେ ବି ସ୍ଥାନ ପାଇଛି।
ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହକର୍ମୀ ବୁଚ ୱିଲ୍ମୋର ୨୦୨୪ ଜୁନ ୫ ତାରିଖରେ ବୋଇଂ ଷ୍ଟାରଲାଇନର କ୍ରୁ କ୍ୟାପସୁଲରେ ମହାକାଶ ଅଭିମୁଖେ ଯାତ୍ରା କରିଥିଲେ। ସେମାନଙ୍କ ଅଭିଯାନ ମାତ୍ର ଏକ ସପ୍ତାହ ପାଇଁ ଥିଲା। କିନ୍ତୁ ମହାକାଶ ଷ୍ଟେଶନରେ ବୈଷୟିକ ତ୍ରୁଟି କାରଣରୁ ନାସାକୁ ଷ୍ଟାରଲାଇନରକୁ ବାହାର କରିବାକୁ ପଡିଥିଲା ଏବଂ ମହାକାଶଚାରୀମାନଙ୍କୁ ମହାକାଶକୁ ସ୍ଥାନାନ୍ତର କରିବାକୁ ପଡିଥିଲା । ବୈଷୟିକ ତ୍ରୁଟି କାରଣରୁ ସେମାନଙ୍କ ପ୍ରତ୍ୟାବର୍ତ୍ତନକୁ ଚଳିତ ବର୍ଷ ଫେବ୍ରୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।
ଫେରିବା ସମୟରେ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲ୍ମୋରଙ୍କ ସହ ଅନ୍ୟ ଦୁଇ ଜଣ କ୍ରୁ-୯ ମହାକାଶଚାରୀ ନିକ ହେଗ ଏବଂ ଆଲେକ୍ସାଣ୍ଡର ଗୋର୍ବୁନୋଭ ମଧ୍ୟ ଉପସ୍ଥିତ ଥିଲେ। ଡ୍ରାଗନ ମହାକାଶଯାନ ମାଧ୍ୟମରେ ସେମାନେ ପୃଥିବୀକୁ ଫେରିଥିଲେ।
ମହାକାଶରୁ ଫେରିବା ପରେ ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀଙ୍କୁ ଷ୍ଟ୍ରେଚରରେ ନିଆଯାଇଥିଲା। ଏହା ଏକ ପ୍ରକାର ପ୍ରୋଟୋକଲ, ଯାହା ପ୍ରତ୍ୟେକ ମହାକାଶଚାରୀ ଅନୁସରଣ କରିବା ଆବଶ୍ୟକ। ଏହାର କାରଣ ହେଉଛି ମହାକାଶଚାରୀମାନେ ମହାକାଶରୁ ଫେରିବା ପରେ ସେମାନଙ୍କ ଶରୀରରେ ବିଭିନ୍ନ ପରିବର୍ତ୍ତନ ହେତୁ ତୁରନ୍ତ ଚାଲିପାରନ୍ତି ନାହିଁ । ଫଳରେ ନାସା କଡ଼ା ସୁରକ୍ଷା ପଦ୍ଧତି ଅବଲମ୍ବନ କରି ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଥାଏ।
The post ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବୁଚ ୱିଲ୍ମୋର ୯ ମାସ ପରେ ଫେରିଲେ ପୃଥିବୀକୁ appeared first on Odisha.News.