ଜିଲ୍ଲା ସ୍ତରୀୟ ନୂଆ-ଓ କ୍ରୀଡ଼ା ପ୍ରତିଯୋଗିତା
ଝାରସୁଗୁଡା ୧୧/୦୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ ନୂଆ-ଓଡ଼ିଶା କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ଓ ମହିଳା ଉଭୟ ବିଭାଗର ଭଳିବଲ ପ୍ରତିଯୋଗିତାରେ ଲଖନପୁର ବ୍ଲକ ଚମ୍ପିୟାନ ହୋଇ ବ୍ଲକ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସୂଚନା ଥାଉକି ଝାରସୁଗୁଡା ଜିଲ୍ଲା ସଦର ମହକୁମା ଓଏମପି ଖେଳ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ନୂଆ- ଓଡ଼ିଶା କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ଭଳିବଲରେ ବେଳପାହାଡ଼ ମ୍ୟୁନିସିପାଲଟିକୁ ହରାଇ ଲଖନପୁର ବ୍ଲକର କଣ୍ଡେଇକେଲା ନଟବର ହାଇସ୍କୁଲ […] The post ଜିଲ୍ଲା ସ୍ତରୀୟ ନୂଆ-ଓ କ୍ରୀଡ଼ା ପ୍ରତିଯୋଗିତା appeared first on Odisha.News.
ଝାରସୁଗୁଡା ୧୧/୦୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ ନୂଆ-ଓଡ଼ିଶା କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ଓ ମହିଳା ଉଭୟ ବିଭାଗର ଭଳିବଲ ପ୍ରତିଯୋଗିତାରେ ଲଖନପୁର ବ୍ଲକ ଚମ୍ପିୟାନ ହୋଇ ବ୍ଲକ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ।
ସୂଚନା ଥାଉକି ଝାରସୁଗୁଡା ଜିଲ୍ଲା ସଦର ମହକୁମା ଓଏମପି ଖେଳ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ନୂଆ- ଓଡ଼ିଶା କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ଭଳିବଲରେ ବେଳପାହାଡ଼ ମ୍ୟୁନିସିପାଲଟିକୁ ହରାଇ ଲଖନପୁର ବ୍ଲକର କଣ୍ଡେଇକେଲା ନଟବର ହାଇସ୍କୁଲ ଚମ୍ପିୟାନ ହୋଇଥିଲା । ସେହିପରି ମହିଳା ଭଳିବଲ ପ୍ରତିଯୋଗିତାରେ ମଧ୍ୟ ଝାରସୁଗୁଡା ମ୍ୟୁନିସିପାଳଟିକୁ ହରାଇ ଲଖନପୁର ବ୍ଲକ ଜାମଗାଁ ଏଥେଲେଟିକ୍ସ ଏସୋସିଏସନ ଚମ୍ପିୟାନ ହୋଇ ପୁରସ୍କୃତ ହୋଇଛନ୍ତି । ଏହି ସଫଳତା ପାଇଁ ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ, ଜାମଗାଁ ସରପଞ୍ଚ ଗୋପୀନାଥ ସାଏ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ପଟେଲ, ଜାମଗାଁ ଆଞ୍ଚଳିକ ହାଇସ୍କୁଲ ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ଭୋଇYସହକାରୀ ଶିକ୍ଷକ ପ୍ରଦୀପ ଦାସ, ଅଶ୍ୱିନୀ ବଢ଼େଇ, କୃଷ୍ଣ ବିହାରୀ ସାହୁ ଲଏଥେଲେଟିକ୍ସ ଏସୋସିଏସନ ସଭାପତି ଧନିରାମ ସା, ସମ୍ପାଦକ କୃଷ୍ଣଚନ୍ଦ୍ର ଡନସନା ଉଭୟ ଦଳର ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପ୍ରତିଯୋଗିତାକୁ ଶିବ ଦାସ,ତନ୍ମୟ ସାହୁ, ଶୁଭ୍ରାଂଶୁ ଶେଖର ସାହୁ,ସୁଶାନ୍ତ ପଟେଲ, ସୁକାନ୍ତ କୁମାର ବାଗ ଖେଳ ପରିଚାଳନା କରିଥିଲେ । ଏଥିପାଇଁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ବାର୍ତ୍ତା ର ସୁଅ ଛୁଟିଛି ।
The post ଜିଲ୍ଲା ସ୍ତରୀୟ ନୂଆ-ଓ କ୍ରୀଡ଼ା ପ୍ରତିଯୋଗିତା appeared first on Odisha.News.