ପାରଳାଖେମୁଣ୍ଡି ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ଇଂରାଜୀ ନବବର୍ଷ ପାଳନ

ପାରଳାଖେମୁଣ୍ଡି:୧/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ର ଅଗ୍ରଣୀ ମହିଳା ସଙ୍ଗଠନ ଆକାଂକ୍ଷା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଶିଶୁ ଗୃହ ଠାରେ ନୂତନ ବର୍ଷ -୨୦୨୫ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ୮୦ ଜଣ ରୁ ଉର୍ଦ୍ଧ୍ବ ଅନ୍ତେବାସୀ ଙ୍କୁ ନେଇ ଏକ ସଭାର ଆୟୋଜନ କରାଯିବା ସହିତ ବିଭିନ୍ନ ନାଚ ଗୀତ ଓ ଭାଷଣ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। କନ୍ୟା ଶିଶୁ ମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ବିତରଣ […] The post ପାରଳାଖେମୁଣ୍ଡି ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ଇଂରାଜୀ ନବବର୍ଷ ପାଳନ appeared first on Odisha.News.

ପାରଳାଖେମୁଣ୍ଡି ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ଇଂରାଜୀ ନବବର୍ଷ ପାଳନ

ପାରଳାଖେମୁଣ୍ଡି:୧/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ର ଅଗ୍ରଣୀ ମହିଳା ସଙ୍ଗଠନ ଆକାଂକ୍ଷା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଶିଶୁ ଗୃହ ଠାରେ ନୂତନ ବର୍ଷ -୨୦୨୫ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ୮୦ ଜଣ ରୁ ଉର୍ଦ୍ଧ୍ବ ଅନ୍ତେବାସୀ ଙ୍କୁ ନେଇ ଏକ ସଭାର ଆୟୋଜନ କରାଯିବା ସହିତ ବିଭିନ୍ନ ନାଚ ଗୀତ ଓ ଭାଷଣ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। କନ୍ୟା ଶିଶୁ ମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ବିତରଣ କରାଯିବା ସହିତ ସମସ୍ତ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଆକାଂକ୍ଷା ମହିଳା ସଙ୍ଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ଉପ ସଭାନେତ୍ରୀ ଶ୍ରୀମତୀ ଅନୀତା ମିଶ୍ର, ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ, ଉପଦେଷ୍ଟା ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠୀ, ନବଜୀବନ ଶିଶୁ ଗୃହ ର ମୁଖ୍ୟ ପରିଚାଳକ ଶ୍ରୀ ରାବଣୀୟା, ପରିଚାଳିକା ପ୍ରଭାସିନୀ ଇଂରାଜୀ ନୂତନ ବର୍ଷ ପାଳନ ସଂପର୍କ ରେ ଆଲୋକ ପାତ କରିଥିଲେ। ଏହାର ମୂଳ ଉଦ୍ଦେଶ୍ୟ ଥିଲା ପ୍ରତ୍ୟେକ ସକାଳ ନୂତନ କାର୍ଯ୍ୟ କରିବାର ସମୟ। ସେହିପରି ନୂତନ ବର୍ଷ କୁ ସ୍ଵାଗତ ଜଣାଇ, ସମସ୍ତ ଦୁଃଖ କଷ୍ଟ କୁ ଭୂଲି ନୂତନ ଆଶା ଆକାଂକ୍ଷା କୁ ନେଇ ଆଗକୁ ବଢିବା ପାଇଁ ଉତ୍ସାହିତ କରାଯାଇଥିଲା। ଶିଶୁ ମାନଙ୍କ ସହିତ କିଛି ବିତାଇ ଖୁସି ମନାଇଲୁ। ଏହି କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ ସଦସ୍ୟ ମାନେ ହେଲେ ପ୍ରିୟମ୍ବଦା ଓଁକାର , କବିତା ମଲ୍ଲିକ ଉପସ୍ଥିତ ରହି ସହଯୋଗ କରିଥିଲେ।

The post ପାରଳାଖେମୁଣ୍ଡି ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ଇଂରାଜୀ ନବବର୍ଷ ପାଳନ appeared first on Odisha.News.