ବଜେଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ
ଭୁବନେଶ୍ୱର:ମୋଦି ୩.୦ ର ପ୍ରଥମ ପୂର୍ଣାଙ୍ଗ ବଜେଟକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି। ବଜେଟରେ ଓଡିଶା ପାଇଁ କିଛି ନାହିଁ। ଓଡିଶାକୁ ଅବହେଳିତ କରାଯାଇଛି ବୋଲି ଉଭୟ ବିଜେଡି ଓ କଂଗ୍ରେସ କହିଛନ୍ତି। ବିରୋଧୀ କହିଛନ୍ତି ଡବଲ ଇଂଜିନ ସରକାର ଥାଇ ଓଡିଶାବାସୀ କିଛି ପାଇଲେ ନାହିଁ। ରାଜନୈତିକ ଦୃଷ୍ଟିକୋଣରୁ ବିହାରକୁ ପୁଞ୍ଜି ବର୍ଷା କରାଯାଇଛି କିନ୍ତୁ ଓଡିଶା ପ୍ରତି ଅବହେଳା ହୋଇଛି ବୋଲି ବିରୋଧୀ କହିଛନ୍ତି।କିନ୍ତୁ ରାଜ୍ୟ ବିଜେପିର ଯୁକ୍ତି ପୂର୍ବ ଅପେକ୍ଷା ଢେର୍ […]

ଭୁବନେଶ୍ୱର:ମୋଦି ୩.୦ ର ପ୍ରଥମ ପୂର୍ଣାଙ୍ଗ ବଜେଟକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି। ବଜେଟରେ ଓଡିଶା ପାଇଁ କିଛି ନାହିଁ। ଓଡିଶାକୁ ଅବହେଳିତ କରାଯାଇଛି ବୋଲି ଉଭୟ ବିଜେଡି ଓ କଂଗ୍ରେସ କହିଛନ୍ତି। ବିରୋଧୀ କହିଛନ୍ତି ଡବଲ ଇଂଜିନ ସରକାର ଥାଇ ଓଡିଶାବାସୀ କିଛି ପାଇଲେ ନାହିଁ। ରାଜନୈତିକ ଦୃଷ୍ଟିକୋଣରୁ ବିହାରକୁ ପୁଞ୍ଜି ବର୍ଷା କରାଯାଇଛି କିନ୍ତୁ ଓଡିଶା ପ୍ରତି ଅବହେଳା ହୋଇଛି ବୋଲି ବିରୋଧୀ କହିଛନ୍ତି।କିନ୍ତୁ ରାଜ୍ୟ ବିଜେପିର ଯୁକ୍ତି ପୂର୍ବ ଅପେକ୍ଷା ଢେର୍ ଅଧିକ ମିଳିଛି।ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ କେନ୍ଦ୍ର ବଜେଟରୁ ଟିକସ ବାବଦକୁ ଓଡ଼ିଶା ପାଇବ ପ୍ରାୟ ୬୪ ହଜାର ୪୦୮ କୋଟି। ଯାହା ପୂର୍ବଥରଠାରୁ ପ୍ରାୟ ୯ ହଜାର କୋଟି ଅଧିକ। ବିଭିନ୍ନ କ୍ଷେତ୍ରରେ ଓଡିଶାକୁ ଗୁରୁତ୍ୱ ମିଳିଛି ବୋଲି ରାଜ୍ୟ ବିଜେପି କହିଛି।