ନିଆଁ ଲାଗି ଜଳିଗଲା ୩ ଦୋକାନ, ସବୁ ପୋଡ଼ି ଛାରଖାର

ଭବାନୀପାଟଣା,୨୦ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଘୋଡ଼ାଘାଟ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୩ ଟି ଦୋକାନରେ ଗୁରୁବାର ନିଆଁ ଲାଗି ଧ୍ୱଂସ ହୋଇଯାଇଥିବା ଦେଖିବାକୁ ମିଳିଛି। ନିଆଁ ପ୍ରଥମେ ଗଦି ଦୋକାନରୁ ଲାଗି ଥିବାବେଳେ ପରେ ପାଖରେ ଥିବା ପନି ପରିବା,ସୋଡ଼ା ଦୋକାନରେ ଲାଗି ଯାଇଥିଲା। ଏହାସହ ନିକଟରେ ଥିବା ଡେଲି ନିଡ୍ସ ଦୋକାନରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଗଦିରେ ନିଆଁ ଲାଗି ଯିବାରୁ ନିଆଁର ବେଗ […] The post ନିଆଁ ଲାଗି ଜଳିଗଲା ୩ ଦୋକାନ, ସବୁ ପୋଡ଼ି ଛାରଖାର appeared first on Dharitri Odia News.

ନିଆଁ ଲାଗି ଜଳିଗଲା ୩ ଦୋକାନ, ସବୁ ପୋଡ଼ି ଛାରଖାର

ଭବାନୀପାଟଣା,୨୦ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଘୋଡ଼ାଘାଟ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୩ ଟି ଦୋକାନରେ ଗୁରୁବାର ନିଆଁ ଲାଗି ଧ୍ୱଂସ ହୋଇଯାଇଥିବା ଦେଖିବାକୁ ମିଳିଛି। ନିଆଁ ପ୍ରଥମେ ଗଦି ଦୋକାନରୁ ଲାଗି ଥିବାବେଳେ ପରେ ପାଖରେ ଥିବା ପନି ପରିବା,ସୋଡ଼ା ଦୋକାନରେ ଲାଗି ଯାଇଥିଲା। ଏହାସହ ନିକଟରେ ଥିବା ଡେଲି ନିଡ୍ସ ଦୋକାନରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଗଦିରେ ନିଆଁ ଲାଗି ଯିବାରୁ ନିଆଁର ବେଗ ପ୍ରଖର ହୋଇଯାଇଥିଲା। ଖବର ପାଇ ଭବାନୀପାଟଣା ଅଗ୍ନିଶମ ଟିମ୍‌ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ଏହଯୋଗୁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି। ତେବେ ନିଆଁ କେଉଁ କାରଣରୁ ଲାଗିଲା ତାହା ବର୍ତ୍ତମାନ ସ୍ପଷ୍ଟ ଜଣାପଡ଼ି ନ ଥିବାବେଳେ ହଠାତ୍‌ ନିଆଁ ଲାଗିବାରୁ ସ୍ଥାନୀୟ ଦୋକାନୀ ମଧ୍ୟ ଆହତ ହୋଇଛନ୍ତି। ସେହିପରି କେତେ କ୍ଷୟକ୍ଷତି ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ଜଣାପଡ଼ିନାହିଁ।

 

The post ନିଆଁ ଲାଗି ଜଳିଗଲା ୩ ଦୋକାନ, ସବୁ ପୋଡ଼ି ଛାରଖାର appeared first on Dharitri Odia News.