ନିଆରା ଢଙ୍ଗରେ ଶିକ୍ଷକଙ୍କୁ ଅବସର । ଏକାଠି ହେଲେ ୧୯୮୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ
କନକ ବ୍ୟୁରୋ: ଶିକ୍ଷକ ହେଉଛନ୍ତି ଛାତ୍ରଛାତ୍ରୀଙ୍କ ଜୀବନର ଆଲୋକବର୍ତ୍ତିକା। ସେମାନଙ୍କ ଅବଦାନ କୌଣସି ଛାତ୍ର କେବେ ଭୁଲି ପାରନ୍ତିନି। ସେହିମାନଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି ରାଜକନିକା ବ୍ଲକ କୋଇଲିପୁର ପଞ୍ଚାୟତ ସ୍ଥିତ ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପୀଠରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଗୁରୁପୂଜନ ଓ ସମ୍ଵର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । ଏହି ସମ୍ବର୍ଦ୍ଧନା ସଭାରେ ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପୀଠର ପ୍ରତିଷ୍ଠାତା ତଥା ପଞ୍ଚାୟତ ହାଇସ୍କୁଲ, ଆୟତନର ପ୍ରାପ୍ତନ ପ୍ରଧାନଶିକ୍ଷକ ରଘୁନାଥ ରାଉତ ମୁଖ୍ୟ ଅତିଥି […] The post ନିଆରା ଢଙ୍ଗରେ ଶିକ୍ଷକଙ୍କୁ ଅବସର । ଏକାଠି ହେଲେ ୧୯୮୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ first appeared on Kanak News.

କନକ ବ୍ୟୁରୋ: ଶିକ୍ଷକ ହେଉଛନ୍ତି ଛାତ୍ରଛାତ୍ରୀଙ୍କ ଜୀବନର ଆଲୋକବର୍ତ୍ତିକା। ସେମାନଙ୍କ ଅବଦାନ କୌଣସି ଛାତ୍ର କେବେ ଭୁଲି ପାରନ୍ତିନି। ସେହିମାନଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି ରାଜକନିକା ବ୍ଲକ କୋଇଲିପୁର ପଞ୍ଚାୟତ ସ୍ଥିତ ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପୀଠରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଗୁରୁପୂଜନ ଓ ସମ୍ଵର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି ।
ଏହି ସମ୍ବର୍ଦ୍ଧନା ସଭାରେ ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପୀଠର ପ୍ରତିଷ୍ଠାତା ତଥା ପଞ୍ଚାୟତ ହାଇସ୍କୁଲ, ଆୟତନର ପ୍ରାପ୍ତନ ପ୍ରଧାନଶିକ୍ଷକ ରଘୁନାଥ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଅବଦୁଲପୁର୍ ହାଇସ୍କୁଲର ପ୍ରାପ୍ତନ ପ୍ରଧାନ ଶିକ୍ଷକ ବିଦ୍ୟାଧର ଦାସ, ସୁଶ୍ରୀଦେବୀ ହାଇସ୍କୁଲର ପ୍ରାପ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମିଶ୍ର ଯୋଗ ଦେଇଥିଲେ।
ଏହି ସମ୍ବର୍ଦ୍ଧନା ସଭାରେ ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପୀଠରୁ ନିକଟ ଅତୀତରେ ଅବସର ନେଇ ଥିବା ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ହୋଇଥିବା ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ୍ ମଧ୍ୟରେ ପୁରୁଷୋତ୍ତମ ପତି, ନାରାୟଣ ଚନ୍ଦ୍ର ଦାସ, ନୃସିଂହ ନାଥ ଜେନା, ବିଷ୍ନୁ କୁମାର ମିଶ୍ର, ବୀର କିଶୋର ସାହୁ, ପ୍ରସନ୍ନ କୁମାର ପଲେଇ ପ୍ରମୁଖ ଉପସ୍ଥିତ ରହିଥିଲେ।
ଅନ୍ୟପଟେ ସଭାରେ ବର୍ତ୍ତମାନ ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପୀଠରେ ଶିକ୍ଷକ ରୂପେ କାର୍ଯ୍ୟରତ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ବେହେରା, ଉମାକାନ୍ତ ସାହୁ, ବିପିନ ବିହାରୀ ବେହୁରା, ଅଭୟ କୁମାର ବେହେରା ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ। ସଭାକାର୍ଯ୍ୟ ଶେଷ ହେବା ପରେ ଏହି ନିଆରା ଉତ୍ସବ ଏବଂ ଗୁରୁଶିଶ୍ୟ ପରମ୍ପରାକୁ ମନେ ରଖିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା। ପରିଶେଷରେ ପୁରାତନ ଛାତ୍ରଛାତ୍ରୀ ଏବଂ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ମାନେ ବିଦ୍ୟାଳୟରୁ ଅବସର ନେଇଥିବା ସମସ୍ତ ଶିକ୍ଷକମାନଙ୍କୁ ବାଜା ବାଣର ରୋଷଣୀ କରି ଗ୍ରାମ ପରିକ୍ରମା କରାଇଥିଲେ।
The post ନିଆରା ଢଙ୍ଗରେ ଶିକ୍ଷକଙ୍କୁ ଅବସର । ଏକାଠି ହେଲେ ୧୯୮୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ first appeared on Kanak News.