ନିଖୋଜ ଡାକ୍ତରଙ୍କୁ ପରିବାରକୁ ହସ୍ତାନ୍ତର କଲା ପୋଲିସ
ମାଲକାନଗିରି,୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଡାକ୍ତର ଅମ୍ଳାନ କୁମାର ଭୋଇ ଗତ ଜୁନ୍ ୨ ତାରିଖର ନିଜ କ୍ୱାର୍ଟରୁ ନିଖୋଜ ହେଇଥିବା କାଲିମେଳା ଥାନାରେ ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗ ପରେ ପୋଲିସ ଡାକ୍ତର ଅମ୍ଳାନଙ୍କ କ୍ୱାର୍ଟରକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ତଦନ୍ତ ସମୟରେ ଡାକ୍ତରଙ୍କ ରୁମ୍ରୁ ଏକ ସିପିଆଇ ମାଓବାଦୀଙ୍କ ହାତ ଲେଖା ଚିଠି ମିଳିଥିଲା। ତେବେ ଏହାପରେ […] The post ନିଖୋଜ ଡାକ୍ତରଙ୍କୁ ପରିବାରକୁ ହସ୍ତାନ୍ତର କଲା ପୋଲିସ appeared first on Dharitri Odia News.
ମାଲକାନଗିରି,୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଡାକ୍ତର ଅମ୍ଳାନ କୁମାର ଭୋଇ ଗତ ଜୁନ୍ ୨ ତାରିଖର ନିଜ କ୍ୱାର୍ଟରୁ ନିଖୋଜ ହେଇଥିବା କାଲିମେଳା ଥାନାରେ ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗ ପରେ ପୋଲିସ ଡାକ୍ତର ଅମ୍ଳାନଙ୍କ କ୍ୱାର୍ଟରକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ତଦନ୍ତ ସମୟରେ ଡାକ୍ତରଙ୍କ ରୁମ୍ରୁ ଏକ ସିପିଆଇ ମାଓବାଦୀଙ୍କ ହାତ ଲେଖା ଚିଠି ମିଳିଥିଲା। ତେବେ ଏହାପରେ ପୋଲିସ ଏକ ଟିମ୍ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ୫ ତାରିଖରେ ଡାକ୍ତର ଅମ୍ଳାନ କର୍ନାଟକର ରାମନଗର ଜିଲାର ହରାହୋଲି ବସ୍ଷ୍ଟାଣ୍ଡରେ ଥିବା ଖବର ମିଳିଥିଲା। ଏହା ପରେ ଏକ ଟିମ୍ ସେଠାରେ ପହଞ୍ଚି ଡାକ୍ତରଙ୍କୁ ଉଦ୍ଧାର କରିଥିଲେ। ତେବେ ଡାକ୍ତର ନିଜ ଇଚ୍ଛାରେ ଯାଇଥିଲେ ଏହି ଘଟଣାରେ ମାଓବାଦୀଙ୍କ ସମୃକ୍ତି ନ ଥିବା ମାଲକାନଗିରି ଏସ୍ପି ପ୍ରକାଶ କରିଛନ୍ତ
The post ନିଖୋଜ ଡାକ୍ତରଙ୍କୁ ପରିବାରକୁ ହସ୍ତାନ୍ତର କଲା ପୋଲିସ appeared first on Dharitri Odia News.