ନିଖୋଜ ନାବାଳକ ଉଦ୍ଧାର
ପିପିଲି: ପିପିଲି ଥାନା ଅର୍ନ୍ତଗତ ଖେଲଉର ନିକଟ ବଡବରହମପୁର ଗ୍ରାମରୁ ନିଖୋଜ ହୋଇଥିବା ଜଣେ ନାବାଳକକୁ ପିପିଲି ପୁଲିସ ଉଦ୍ଧାର କରିଛି। ରବିବାର ସକାଳ ସାଢେ ୯ଟା ସମୟରେ ବଡବରହମପୁର ଗ୍ରାମରୁ ଜଣେ ୧୩ ବର୍ଷୀୟ ନାବାଳକ ନିଖୋଜ ହୋଇଥିବା ନେଇ ତାଙ୍କ ମାଆ ପିପିଲି ଥାନାରେ ଅଭିଯୋଗ କରିଥିଲେ। ପିଲାଟିକୁ ଉଦ୍ଧାର କରିବା ପାଇଁ ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ନେତୃତ୍ୱରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସନ୍ଦୀପ ଦାସ, ପିପିଲି ଥାନା ଏସ୍ଆଇ ସୁରମା ସ୍ୱାଇଁ […]

ପିପିଲି: ପିପିଲି ଥାନା ଅର୍ନ୍ତଗତ ଖେଲଉର ନିକଟ ବଡବରହମପୁର ଗ୍ରାମରୁ ନିଖୋଜ ହୋଇଥିବା ଜଣେ ନାବାଳକକୁ ପିପିଲି ପୁଲିସ ଉଦ୍ଧାର କରିଛି। ରବିବାର ସକାଳ ସାଢେ ୯ଟା ସମୟରେ ବଡବରହମପୁର ଗ୍ରାମରୁ ଜଣେ ୧୩ ବର୍ଷୀୟ ନାବାଳକ ନିଖୋଜ ହୋଇଥିବା ନେଇ ତାଙ୍କ ମାଆ ପିପିଲି ଥାନାରେ ଅଭିଯୋଗ କରିଥିଲେ। ପିଲାଟିକୁ ଉଦ୍ଧାର କରିବା ପାଇଁ ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ନେତୃତ୍ୱରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସନ୍ଦୀପ ଦାସ, ପିପିଲି ଥାନା ଏସ୍ଆଇ ସୁରମା ସ୍ୱାଇଁ ଓ ଏଏସ୍ଆଇ ସୁମନ୍ତ କୁମାର ସାହୁଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଥିଲେ। ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ କରି ପିପିଲି ନିକଟବର୍ତ୍ତୀ ମଙ୍ଗଳପୁର ବଜାରରୁ ଉକ୍ତ ନାବାଳକକୁ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଥିଲା। ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ପୁଲିସ ନାବାଳକକୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରିଥିଲା। ପିପିଲି ପୁଲିସର ତ୍ୱରିତ ପଦକ୍ଷେପ ଯୋଗୁ ମାତ୍ର ୨ଘଣ୍ଟା ମଧ୍ୟରେ ନିଖୋଜ ନାବାଳକ ଉଦ୍ଧାର ହୋଇପାରିଥିବାରୁ ଏଥିପାଇଁ ପିପିଲି ପୁଲିସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।