ନିଖୋଜ ନାବାଳିକାଙ୍କ ମୃତଦେହ ଠାବ
ରାୟଗଡ଼ା: ନିଖୋଜ ନାବାଳିକାଙ୍କ ମୃତଦେହ ଠାବ। ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଇନିବସା ନର୍ସରି ନିକଟରୁ ନାବାଳିକାଙ୍କ ମୃତଦେହ... The post ନିଖୋଜ ନାବାଳିକାଙ୍କ ମୃତଦେହ ଠାବ appeared first on .
ରାୟଗଡ଼ା: ନିଖୋଜ ନାବାଳିକାଙ୍କ ମୃତଦେହ ଠାବ। ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଇନିବସା ନର୍ସରି ନିକଟରୁ ନାବାଳିକାଙ୍କ ମୃତଦେହ ଠାବ ହୋଇଛି। ଛାତ୍ରୀ ଜଣକ ଗତ ୧୨ଦିନ ତଳେ ରାତିରୁ ନିଖୋଜ ହୋଇଯାଇଥିଲେ । ପରିବାରଲୋକେ ଆଖପାଖ ଗାଁରେ ଖୋଜାଖୋଜି କରିବା ପରେ ନାବାଳିକାଙ୍କ ସନ୍ଧାନ ନପାଇ ମୁନିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଗାଁ ନିକଟ ଜଙ୍ଗଲରେ ଏକ ମୃତଦେହ ପଡିଥିବା ଦେଖି ଗାଁରେ ଖବର ଦେଇଥିଲେ କିଛି ଛେଳି ଚରାଳି। ଖବରପାଇବା ପରେ ପରିବାର ଲୋକେ ମୃତଦେହର ପୋଷାକ ଦେଖି ନିଜଝିଅ ବୋଲି ଚିହ୍ନଟ କରିଥିଲେ। ହତ୍ୟା ନେଇ ପୁଣି ପରିବାର ଲୋକାଙ୍କ ଅଭିଯୋଗ ପରେ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ନିଖୋଜ ନାବାଳିକାଙ୍କ ମୃତଦେହ ଠାବ appeared first on .