ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ଧୂଷୁରୀ,୧୦।୩( ଦୀପ୍ତି ରଞ୍ଜନ ନାୟକ ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ କୋଠାର ପଞ୍ଚାୟତର ବାଙ୍କ ସାହି ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା। ଏହି ଗାଆଁର ସମୀର ରାଉତ (୧୮) ରବିବାର ଦିନ ନିକଟସ୍ଥ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। ମାତ୍ର ଆଉ ଫେରି ନଥିଲେ। ଘର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ତାଙ୍କର ମୃତ ଦେହ ପୋଖରୀରେ ଭାସୁଥିବାର ଗାଁଲୋକ ଦେଖି ଧୂଷୁରୀ […] The post ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର appeared first on Dharitri Odia News.

ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ଧୂଷୁରୀ,୧୦।୩( ଦୀପ୍ତି ରଞ୍ଜନ ନାୟକ ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ କୋଠାର ପଞ୍ଚାୟତର ବାଙ୍କ ସାହି ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା। ଏହି ଗାଆଁର ସମୀର ରାଉତ (୧୮) ରବିବାର ଦିନ ନିକଟସ୍ଥ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। ମାତ୍ର ଆଉ ଫେରି ନଥିଲେ। ଘର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ତାଙ୍କର ମୃତ ଦେହ ପୋଖରୀରେ ଭାସୁଥିବାର ଗାଁଲୋକ ଦେଖି ଧୂଷୁରୀ ପୋଲିସକୁ ସୂଚନା ଦେଇଥିଲେ। ଥାନା ପୋଲିସ ମୃତଦେହ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ମଙ୍ଗଳବାର ପଠାଇଛି। ଏ ସଂକ୍ରାନ୍ତରେ ଧୂଷୁରୀ ଥାନାରେ କେଶ ନଂ ୧୩/୨୫ ରେ ଏକ ଅପମୃ୍ୟତ୍ୟୁ ମାମଲା ରୁଜ୍ଜୁ ହୋଇଛି ।

The post ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର appeared first on Dharitri Odia News.