ନିଜ ଦଳ ନାଁରେ ଏମିତି କହିଦେଲେ ବିଧାୟକ ସୌଭିକ ବିଶ୍ୱାଳ: ଚାଲିଛି ଚର୍ଚ୍ଚା
କଟକ,୧୦ା୧୦(ଶିଳ୍ପା ପ୍ରିୟଦର୍ଶିନୀ):ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ କଟକ ଜିଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ କଟକ ସାରଳା ଭବନଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ନିଆଳିର ପୂର୍ବତନ ବିଧାୟକ ପ୍ରମୋଦ ମଲ୍ଲିକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ନଗର ସଭାପତି ମଧୁସୂଦନ ସାହୁ, ଜିଲା ପରିଷଦ ସଭାପତି କିଶୋର ମହାନ୍ତି, […] The post ନିଜ ଦଳ ନାଁରେ ଏମିତି କହିଦେଲେ ବିଧାୟକ ସୌଭିକ ବିଶ୍ୱାଳ: ଚାଲିଛି ଚର୍ଚ୍ଚା appeared first on Dharitri Odia News.
କଟକ,୧୦ା୧୦(ଶିଳ୍ପା ପ୍ରିୟଦର୍ଶିନୀ):ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ କଟକ ଜିଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ କଟକ ସାରଳା ଭବନଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ନିଆଳିର ପୂର୍ବତନ ବିଧାୟକ ପ୍ରମୋଦ ମଲ୍ଲିକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ନଗର ସଭାପତି ମଧୁସୂଦନ ସାହୁ, ଜିଲା ପରିଷଦ ସଭାପତି କିଶୋର ମହାନ୍ତି, ଉପାଧ୍ୟକ୍ଷା ସୁଭଦ୍ରା ଦାସ ଯୋଗଦେଇଥିଲେ। ସଦସ୍ୟତା ଅଭିଯାନ ନେଇ ସମସ୍ତ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏଥିରେ ବିଧାୟକ ସୌଭିକ୍ ବିଶ୍ୱାଳ କୌଣସି ବ୍ୟକ୍ତିଙ୍କ ନଁା ନ ନେଇ ଦଳର ତୁଙ୍ଗ ନେତାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ବିଜେଡି ସରକାର ସମୟରେ ୨ ଜଣ ସରକାର ଚଳାଉଥିଲେ। ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀରେ ଏସ୍ସିବି ମେଡିକାଲ ସମ୍ପ୍ରସାରଣ, ନେତାଜୀ ବସ୍ ଟର୍ମିନାଲ, ଜାଇକା ପ୍ରକଳ୍ପ ଆଦି ବହୁ କୋଟି ଟଙ୍କାର କାମ ହୋଇଛି, ହେଲେ କେହି କହିବେନି ଟଙ୍କାଟିଏ ଆମେ ନେଇଛୁ। ଯେଉଁ ଜଣେ ଦୁଇ ଜଣ ସରକାର ଚଳାଉଥିଲେ ସେମାନେ ସବୁ କଥା ବୁଝୁଥିଲେ। ଯେବେ ସେ ଦୁଇ ଜଣ ସବୁ କିଛି ବୁଝୁଥିଲେ, ଦଳୀୟ କର୍ମୀଙ୍କୁ କିଭଳି କାମ ମିଳିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି। ନିଷ୍ଠାର ସହ ଆମେ ରହିଛୁ ହେଲେ ପଛରୁ ଆମକୁ ଛୁରି ଭୁଷିଛନ୍ତି, ଆମ ବିରୋଧରେ ଷଡଯନ୍ତ୍ର ଚାଲିଛି। ଏପରି କି ୨୦୧୯ ଏବଂ ୨୦୨୪ ନିର୍ବାଚନରେ ତାଙ୍କୁ ଓ ତାଙ୍କ ବାପା ତଥା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ହରେଇବା ପାଇଁ ସମସ୍ତ ଚେଷ୍ଟା କରାଯାଇଥିଲା। ଯେଉଁମାନେ ଦଳରେ ପୂର୍ବରୁ ନେତୃତ୍ୱ ନେଉଥିଲେ ଏବଂ ଏବେ ମଧ୍ୟ ନେଉଛନ୍ତି ସେମାନେ ତାଙ୍କ ବନ୍ଧୁବାନ୍ଧବଙ୍କୁ ଲଗେଇ କୋଟି କୋଟି ଟଙ୍କା କଳାଧନ ଖର୍ଚ୍ଚ କରିଥିଲେ। କେବଳ ପ୍ରଭାତ ବିଶ୍ୱାଳଙ୍କୁ ହରାଇବା ପାଇଁ। କିନ୍ତୁ ଧର୍ମର ବିଜୟ ହୋଇଛି ବୋଲି ବିଶ୍ୱାଳ କହିଛନ୍ତି। ଅନ୍ୟପଟେ କାର୍ଯ୍ୟକ୍ରମକୁ ନେଇ ଦେବାଶିଷ ସାମନ୍ତରାୟ କହିଛନ୍ତି, ଦଳର ସଭାପତି ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନରେ କିପରି ଅଧିକରୁ ଅଧିକ ଲୋକଙ୍କୁ ଦଳରେ ଯୋଡ଼ିବୁ ଏବଂ ଲୋକଙ୍କ ନିକଟତର ହେବୁ ସେନେଇ ଏଭଳି ଅଭିଯାନ ଆରମ୍ଭ କରାଯାଇଛି। ସମସ୍ତଙ୍କ ମତ ନେଇ ଏକ ଟାର୍ଗେଟ ସ୍ଥିର କରାଯାଇଥିବା ନେଇ ସାମନ୍ତରାୟ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେଡିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
The post ନିଜ ଦଳ ନାଁରେ ଏମିତି କହିଦେଲେ ବିଧାୟକ ସୌଭିକ ବିଶ୍ୱାଳ: ଚାଲିଛି ଚର୍ଚ୍ଚା appeared first on Dharitri Odia News.