ନିଜ ଦେଶରେ ଅକ୍ରୋଶର ଶିକାର ହେଲେ ଟ୍ରୁଡୋ: ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ

ଓଟ୍ଟାଓ୍ବା,୧୯ା୧୦:କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅନ୍ୟାନ୍ୟ ବିବାଦରୁ ଧ୍ୟାନ ହଟାଇବା ପାଇଁ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାକୁ ବ୍ୟବହାର କରୁଥିବା ସେଠାର ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି। ଖଲିସ୍ତାନୀ ଆତଙ୍କବାଦୀଙ୍କ ନାଗରିକତ୍ୱ ମରଣୋତ୍ତର ଭାବେ ସରକାର ପ୍ରତ୍ୟାହାର କରିନେବା ପାଇଁ ପିପୁଲ୍ସ ପାର୍ଟି ଅଫ୍‌ କାନାଡାର ନେତା ମାକ୍ସିମ୍‌ ବେର୍ନିଏର ଆହ୍ବାନ ଦେଇଛନ୍ତି। ପୂରା ବିବାଦର କେନ୍ଦ୍ରବିନ୍ଦୁ ସାଜିଥିବା ନିଜ୍ଜାର ଜଣେ ବିଦେଶୀ ଆତଙ୍କବାଦୀ, ଯାହାଙ୍କୁ ୨୦୦୭ରେ ନାଗରିକତ୍ୱ ପ୍ରଦାନ କରାଯାଇଥିଲା। […] The post ନିଜ ଦେଶରେ ଅକ୍ରୋଶର ଶିକାର ହେଲେ ଟ୍ରୁଡୋ: ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ appeared first on Dharitri Odia News.

ନିଜ ଦେଶରେ ଅକ୍ରୋଶର ଶିକାର ହେଲେ ଟ୍ରୁଡୋ: ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ

ଓଟ୍ଟାଓ୍ବା,୧୯ା୧୦:କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅନ୍ୟାନ୍ୟ ବିବାଦରୁ ଧ୍ୟାନ ହଟାଇବା ପାଇଁ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାକୁ ବ୍ୟବହାର କରୁଥିବା ସେଠାର ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି। ଖଲିସ୍ତାନୀ ଆତଙ୍କବାଦୀଙ୍କ ନାଗରିକତ୍ୱ ମରଣୋତ୍ତର ଭାବେ ସରକାର ପ୍ରତ୍ୟାହାର କରିନେବା ପାଇଁ ପିପୁଲ୍ସ ପାର୍ଟି ଅଫ୍‌ କାନାଡାର ନେତା ମାକ୍ସିମ୍‌ ବେର୍ନିଏର ଆହ୍ବାନ ଦେଇଛନ୍ତି। ପୂରା ବିବାଦର କେନ୍ଦ୍ରବିନ୍ଦୁ ସାଜିଥିବା ନିଜ୍ଜାର ଜଣେ ବିଦେଶୀ ଆତଙ୍କବାଦୀ, ଯାହାଙ୍କୁ ୨୦୦୭ରେ ନାଗରିକତ୍ୱ ପ୍ରଦାନ କରାଯାଇଥିଲା। ଗତବର୍ଷ ଜୁନ୍‌ରେ ତାଙ୍କୁ ହତ୍ୟା କରାଯିବାରେ ଭାରତର ଉଚ୍ଚାୟୁକ୍ତ ଓ ଅନ୍ୟ ୫ ଜଣ କୂଟନୀତିଜ୍ଞ ସମ୍ପୃକ୍ତ ଥିବା ଗତ ସୋମବାର କାନାଡା ପୋଲିସ କହିଥିଲା। ହତ୍ୟାକାଣ୍ଡରେ ଭାରତୀୟ କୂଟନୀତିଜ୍ଞମାନେ ସମ୍ପୃକ୍ତ ଥିବା ନେଇ କାନାଡା ସରକାର ଏବଂ ପୋଲିସର ଅଭିଯୋଗ ଯଦି ସତ୍ୟ ହୋଇଥାଏ, ତାହା ଅତ୍ୟନ୍ତ ଗମ୍ଭୀର ମାମଲା। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ବେର୍ନିଏର କହିଛନ୍ତି। ନିଜ୍ଜାର ଜାଲ୍‌ କାଗଜପତ୍ର ଜରିଆରେ କାନାଡାରେ ଶରଣ ନେବା ପାଇଁ ୧୯୯୭ରୁ ଏକାଧିକ ଥର ଆବେଦନ କରିଥିଲେ ମଧ୍ୟ ତାହା ଅଗ୍ରାହ୍ୟ ହୋଇଯାଇଥିଲା ଏବଂ ତାଙ୍କୁ ଦେଶରେ ରହିବାକୁ ଅନୁମତି ଦିଆଯାଇ ନ ଥିଲା। ୨୦୦୭ରେ ସେ କୌଣସି ପ୍ରକାରେ ନାଗରିକତ୍ୱ ପାଇଯାଇଥିଲେ। ନିଜ୍ଜାର କାନାଡୀୟ ହୋଇ ନ ଥିବାରୁ ପୂର୍ବ ସରକାରଙ୍କ ତ୍ରୁଟି ସୁଧାରିବା ପାଇଁ ମରଣୋତ୍ତର ଭାବେ ତାଙ୍କ ନାଗରିକତ୍ୱ ପ୍ରତ୍ୟାହାର କରାଯିବା ଆବଶ୍ୟକ ବୋଲି ବିରୋଧୀ ଦଳ ନେତା କହିଛନ୍ତି।

The post ନିଜ ଦେଶରେ ଅକ୍ରୋଶର ଶିକାର ହେଲେ ଟ୍ରୁଡୋ: ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ appeared first on Dharitri Odia News.