ନିଜ ନିଷ୍ପତ୍ତିରେ ସମସ୍ତଙ୍କୁ ଚମକାଇଦେଲେ ରୋହିତ ଶର୍ମା: ଏବେ….

ନୂଆଦିଲ୍ଳୀ,୨୧।୧: ନିକଟରେ ରୋହିତ ଶର୍ମା ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ସେ ପତ୍ନୀ ରିତିକା ସଜଦେହଙ୍କ ସହ ସମୟ ବିତାଇବା ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେ ଭାରତ ବନାମ ଅଷ୍ଟ୍ରେଲିଆର ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଟିମ ଇଣ୍ଡିଆରେ ଯୋଗ ଦେବେ। ଭାରତୀୟ ଦଳର ଅନ୍ୟ ଖେଳାଳିମାନେ ୧୦ ଏବଂ ୧୧ ନଭେମ୍ବରରେ ତିନିଟି ପୃଥକ ଦଳରେ ଅଷ୍ଟ୍ରେଲିଆ ଯାଇଥିଲେ। ରୋହିତ ପ୍ରଥମ ଟେଷ୍ଟ ଆରମ୍ଭ ହେବାର […] The post ନିଜ ନିଷ୍ପତ୍ତିରେ ସମସ୍ତଙ୍କୁ ଚମକାଇଦେଲେ ରୋହିତ ଶର୍ମା: ଏବେ…. appeared first on Dharitri Odia News.

ନିଜ ନିଷ୍ପତ୍ତିରେ ସମସ୍ତଙ୍କୁ ଚମକାଇଦେଲେ ରୋହିତ ଶର୍ମା: ଏବେ….

ନୂଆଦିଲ୍ଳୀ,୨୧।୧: ନିକଟରେ ରୋହିତ ଶର୍ମା ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ସେ ପତ୍ନୀ ରିତିକା ସଜଦେହଙ୍କ ସହ ସମୟ ବିତାଇବା ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେ ଭାରତ ବନାମ ଅଷ୍ଟ୍ରେଲିଆର ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଟିମ ଇଣ୍ଡିଆରେ ଯୋଗ ଦେବେ। ଭାରତୀୟ ଦଳର ଅନ୍ୟ ଖେଳାଳିମାନେ ୧୦ ଏବଂ ୧୧ ନଭେମ୍ବରରେ ତିନିଟି ପୃଥକ ଦଳରେ ଅଷ୍ଟ୍ରେଲିଆ ଯାଇଥିଲେ।
ରୋହିତ ପ୍ରଥମ ଟେଷ୍ଟ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ପର୍ଥରେ ପହଞ୍ଚିଥାନ୍ତେ। କିନ୍ତୁ ବର୍ତ୍ତମାନ ସେ ବିସିସିଆଇ ଅଧିକାରୀଙ୍କୁ କହିଛନ୍ତି, ସେ ନଭେମ୍ବର ୨୪ ଭାରତୀୟ ଦଳରେ ଯୋଗଦେବାକୁ ଯାଉଛନ୍ତି। ଏଥିରୁ ଏହା ମଧ୍ୟ ସ୍ପଷ୍ଟ ଯେ ରୋହିତ ପ୍ରଥମ ନୁହେଁ, ଦ୍ୱିତୀୟ ଟେଷ୍ଟ ଖେଳିବାକୁ ଯାଉଛନ୍ତି।

ପର୍ଥ ଟେଷ୍ଟରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଜସପ୍ରୀତ ବୁମ୍‌ରା ଟିମ ଇଣ୍ଡିଆର ଅଧିନାୟକ ହେବେ। ବୁମରା କହିଥିଲେ, ମୁଁ ରୋହିତଙ୍କ ସହ ପୂର୍ବରୁ କଥା ହୋଇଥିଲି, କିନ୍ତୁ ଅଷ୍ଟ୍ରେଲିଆ ଆସିବା ପରେ ଏହା ସ୍ପଷ୍ଟ ହୋଇଗଲା, ମୁଁ ଅଧିନାୟକ ହେବାକୁ ଯାଉଛି। ଏହି ସମୟରେ ବର୍ଡର-ଗାଭାସ୍କର ଟ୍ରଫିରେ ମହମ୍ମଦ ଶାମିଙ୍କ ପ୍ରତ୍ୟାବର୍ତ୍ତନ ନେଇ କଳ୍ପନାଜଳ୍ପନା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବୁମରା କହିଥିଲେ , ଶାମି କ୍ରିକେଟ ପଡ଼ିଆକୁ ଫେରିଛନ୍ତି। ବୁମରା ଆଶା ପ୍ରକଟ କରିଛନ୍ତି ଯେ, ଯଦି ସବୁ ଠିକ ହୁଏ ତେବେ ଶାମି ବର୍ଡର-ଗାଭାସ୍କର ଟ୍ରଫିରେ ଖେଳୁଥିବା ଦେଖିବାକୁ ମିଳିବ।

୨୦୨୩ ବିଶ୍ୱକପ ସମୟରେ ମହମ୍ମଦ ଶାମି ଆହତ ହୋଇଥିଲେ। ପ୍ରାୟ ଏକ ବର୍ଷ ପରେ ସେ ରଣଜୀ ଟ୍ରଫିର ବର୍ତ୍ତମାନର ସିଜନରେ ପ୍ରତ୍ୟାବର୍ତ୍ତନ କରିଥିଲେ। ବେଙ୍ଗଲ ପାଇଁ ଖେଳୁଥିବା ବେଳେ ସେ ପ୍ରଥମ ମ୍ୟାଚରେ ୭ ଉଇକେଟ ନେଇଥିଲେ। କେବଳ ଏତିକି ନୁହେଁ, ବ୍ୟାଟିଂରେ ଯୋଗଦାନ କରି ଦୁଇଟି ଇନିଂସରେ ବଙ୍ଗଳାର ବିଜୟରେ ଶାମି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ ସେ ସୟଦ ମୁସ୍ତାକ ଅଲି ଟି-୨୦ ଟ୍ରଫିରେ ବେଙ୍ଗଲ ପାଇଁ ଖେଳୁଥିବା ଦେଖିବାକୁ ମିଳିବ।

The post ନିଜ ନିଷ୍ପତ୍ତିରେ ସମସ୍ତଙ୍କୁ ଚମକାଇଦେଲେ ରୋହିତ ଶର୍ମା: ଏବେ…. appeared first on Dharitri Odia News.