ନିଜ ଲଢ଼େଇ ନିଜେ ଲଢ଼ିବେ ଛାତ୍ରୀ : ତାଲିମ ପାଇ ନେଲେ ସାର୍ଟିଫିକେଟ୍
ଦିଗପହଣ୍ଡି,୧।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିସରରେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ନିମନ୍ତେ ଅନୁଷ୍ଠିତ ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ଅଞ୍ଜଳି ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ଡ.ଅସୀତ କୁମାର ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ଯୁକ୍ତ ୨ କାର୍ଯ୍ୟକ୍ରମ ସଂଯୋଜିକା […] The post ନିଜ ଲଢ଼େଇ ନିଜେ ଲଢ଼ିବେ ଛାତ୍ରୀ : ତାଲିମ ପାଇ ନେଲେ ସାର୍ଟିଫିକେଟ୍ appeared first on Dharitri Odia News.
ଦିଗପହଣ୍ଡି,୧।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିସରରେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ନିମନ୍ତେ ଅନୁଷ୍ଠିତ ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ଅଞ୍ଜଳି ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ଡ.ଅସୀତ କୁମାର ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ଯୁକ୍ତ ୨ କାର୍ଯ୍ୟକ୍ରମ ସଂଯୋଜିକା ତଥା ଅଧ୍ୟାପିକା ଡ. ନିର୍ମଳା ମହାନ୍ତି, ଅଧ୍ୟାପିକା ପ୍ରିୟଙ୍କା ପାତ୍ର, ଡ. ରଞ୍ଜିତା ପାତ୍ର, ବରିଷ୍ଠ ଅଧ୍ୟାପକ ଡ. ହର୍ଷ ଚନ୍ଦ୍ର ରଥ, ଅଧ୍ୟାପକ ମାନସ କୁମାର ସାହୁ, ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷିକା ଉଷାରାଣୀ ଦୋରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ୮ ଦିନ ଶିବିରରେ ପ୍ରଶିକ୍ଷଣ ନେଇଥିବା ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ୍ ବଣ୍ଟନ କରାଯାଇଥିଲା।
The post ନିଜ ଲଢ଼େଇ ନିଜେ ଲଢ଼ିବେ ଛାତ୍ରୀ : ତାଲିମ ପାଇ ନେଲେ ସାର୍ଟିଫିକେଟ୍ appeared first on Dharitri Odia News.