ନିଜ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲେ ଅଜିତ ପାଓ୍ବାର, ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ
ମୁମ୍ବାଇ,୨୯।୮: ସିନ୍ଧୁ ଦୁର୍ଗରେ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିର ଭାଙ୍ଗିଯିବା ଘଟଣାରେ ମହାରାଷ୍ଟ୍ର ରାଜନୀତି ସରଗରମ ଅଛି। କ୍ଷମତାସୀନ ସରକାର ଓ ବିରୋଧୀଙ୍କ ମଧ୍ୟରେ ବାକ୍ଯୁଦ୍ଧ ଲାଗି ରହିଛି। ଶିବାଜୀଙ୍କ ମୂର୍ତ୍ତି ଭାଙ୍ଗିଯିବାକୁ ନେଇ ବିରୋଧୀ କ୍ଷମତାସୀନ ଭାଜପା-ଶିବସେନା-ଏନସିପି ମେଣ୍ଟ ସରକାରକୁ ଟାର୍ଗେଟ କରୁଛି। ତେବେ ଏହାରି ଭିତରେ ମହାରାଷ୍ଟ୍ର ଡେପୁଟି ସିଏମ ଅଜିତ ପାୱାର ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତ, ଏଥିପାଇଁ ମୁଁ ମହାରାଷ୍ଟ୍ରର ୧୩କୋଟି ଲୋକଙ୍କୁ କ୍ଷମା ମାଗୁଛି। ଛତ୍ରପତି ଶିବାଜୀ […] The post ନିଜ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲେ ଅଜିତ ପାଓ୍ବାର, ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ appeared first on Dharitri Odia News.
ମୁମ୍ବାଇ,୨୯।୮: ସିନ୍ଧୁ ଦୁର୍ଗରେ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିର ଭାଙ୍ଗିଯିବା ଘଟଣାରେ ମହାରାଷ୍ଟ୍ର ରାଜନୀତି ସରଗରମ ଅଛି। କ୍ଷମତାସୀନ ସରକାର ଓ ବିରୋଧୀଙ୍କ ମଧ୍ୟରେ ବାକ୍ଯୁଦ୍ଧ ଲାଗି ରହିଛି। ଶିବାଜୀଙ୍କ ମୂର୍ତ୍ତି ଭାଙ୍ଗିଯିବାକୁ ନେଇ ବିରୋଧୀ କ୍ଷମତାସୀନ ଭାଜପା-ଶିବସେନା-ଏନସିପି ମେଣ୍ଟ ସରକାରକୁ ଟାର୍ଗେଟ କରୁଛି। ତେବେ ଏହାରି ଭିତରେ ମହାରାଷ୍ଟ୍ର ଡେପୁଟି ସିଏମ ଅଜିତ ପାୱାର ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତ, ଏଥିପାଇଁ ମୁଁ ମହାରାଷ୍ଟ୍ରର ୧୩କୋଟି ଲୋକଙ୍କୁ କ୍ଷମା ମାଗୁଛି। ଛତ୍ରପତି ଶିବାଜୀ ମହାରାଜ ଆମର ଭଗବାନ। ଗୋଟିଏ ବର୍ଷ ମଧ୍ୟରେ ଏହିପରି ତାଙ୍କର ପ୍ରତିମା ଭାଙ୍ଗିଯିବା ସମସ୍ତଙ୍କୁ ଚକିତ କରିଛି।
ସେ କହିଛନ୍ତି, ଗତ ବର୍ଷ ନୌସେନା ଦିବସରେ ମାଲୱାନର ରାଜକୋଟ ଦୁର୍ଗରେ ମହାରାଷ୍ଟ୍ରର ଆଇକନ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। ମହାରାଷ୍ଟ୍ରର ସେହି ପ୍ରତିମୂର୍ତ୍ତିର ପତନ ଘଟଣା ମୋ ପାଇଁ ଅତ୍ୟନ୍ତ ଦୁଖଦାୟକ। ସରକାରଙ୍କ ଅଂଶ ଭାବରେ ମୁଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରୁଛି।
ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସମୟରେ ଭୌଗାଳିକ ଅବସ୍ଥା ଏବଂ ଜଳବାୟୁ ଭଳି ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକ ଅଧ୍ୟୟନ କରାଯାଇଥିଲା କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଅଜିତ ପାୱାର କହିଛନ୍ତି, ଦୁର୍ଗରେ ଯଥାଶୀଘ୍ର ମହାରାଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏଥିସହ ଅବହେଳିତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ରାଜ୍ୟ ନିର୍ବାଚନର କିଛିମାସ ପୂର୍ବରୁ ମହାରାଷ୍ଟ୍ରର କ୍ଷମତାସୀନ ମେଣ୍ଟ ସରକାରଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ଏନସିପି ଶିବାଜୀଙ୍କ ମୂର୍ତ୍ତିୀ ଭାଙ୍ଗିଯିବା ଘଟଣାର ନିନ୍ଦା କରିଛି। ଏଥିସହ ମୌନ ବିରୋଧ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନେଇଛି। ଅଜିତଙ୍କ ଦ୍ୱାରା ନିଜ ସରକାରଙ୍କ ବିରୋଧରେ ଖୋଲିଥିବା ମୋର୍ଚ୍ଚାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ସମୀକରଣ ବଦଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
The post ନିଜ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲେ ଅଜିତ ପାଓ୍ବାର, ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ appeared first on Dharitri Odia News.