ନିଜ ସୁନା ଚେନ୍ ବିକୁଛନ୍ତି ଫେସବୁକ ପ୍ରତିଷ୍ଠାତା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
କାଲଫର୍ନିଆ,୧୩।୧୨: ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଗୋଲ୍ଡ ପ୍ଲେଟେଡ୍ କ୍ୟୁବା ଚେନ ଆଜିକାଲି ଚର୍ଚ୍ଚାରେ ଅଛି। ଏହି ଚେନ୍ ଅନଲାଇନ ନିଲାମ ପାଇଁ ଉପଲବ୍ଧ ଏବଂ ଏହାର ବିଡିଂ ୪୦,୦୦୦ ଡଲାର (ପ୍ରାୟ ୩୩ ଲକ୍ଷ) ଅତିକ୍ରମ କରିଛି। ଏହି ନିଲାମର ବିଶେଷତ୍ୱ ହେଉଛି ଯେ, ଏଥିରୁ ପ୍ରାପ୍ତ ସମସ୍ତ ଅର୍ଥ ଏକ ପରୋପକାରୀ ପଦକ୍ଷେପ ଇନଫ୍ଲେକ୍ସନ ଗ୍ରାଣ୍ଟକୁ ଦାନ କରାଯିବ। ଇନଫ୍ଲେକ୍ସନ ଗ୍ରାଣ୍ଟ ହେଉଛି ଏମିତି ଏକ ପଦକ୍ଷେପ, ଯାହା ବ୍ୟକ୍ତିଗତ ତଥା ସୃଜନଶୀଳ ପ୍ରକଳ୍ପଗୁଡ଼ିକୁ […] The post ନିଜ ସୁନା ଚେନ୍ ବିକୁଛନ୍ତି ଫେସବୁକ ପ୍ରତିଷ୍ଠାତା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ appeared first on Dharitri Odia News.
କାଲଫର୍ନିଆ,୧୩।୧୨: ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଗୋଲ୍ଡ ପ୍ଲେଟେଡ୍ କ୍ୟୁବା ଚେନ ଆଜିକାଲି ଚର୍ଚ୍ଚାରେ ଅଛି। ଏହି ଚେନ୍ ଅନଲାଇନ ନିଲାମ ପାଇଁ ଉପଲବ୍ଧ ଏବଂ ଏହାର ବିଡିଂ ୪୦,୦୦୦ ଡଲାର (ପ୍ରାୟ ୩୩ ଲକ୍ଷ) ଅତିକ୍ରମ କରିଛି। ଏହି ନିଲାମର ବିଶେଷତ୍ୱ ହେଉଛି ଯେ, ଏଥିରୁ ପ୍ରାପ୍ତ ସମସ୍ତ ଅର୍ଥ ଏକ ପରୋପକାରୀ ପଦକ୍ଷେପ ଇନଫ୍ଲେକ୍ସନ ଗ୍ରାଣ୍ଟକୁ ଦାନ କରାଯିବ।
ଇନଫ୍ଲେକ୍ସନ ଗ୍ରାଣ୍ଟ ହେଉଛି ଏମିତି ଏକ ପଦକ୍ଷେପ, ଯାହା ବ୍ୟକ୍ତିଗତ ତଥା ସୃଜନଶୀଳ ପ୍ରକଳ୍ପଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ। ଯେଉଁମାନେ ପାରମ୍ପରିକ ଆର୍ଥିକ ସହାୟତା ପାଇବାକୁ ଅସମର୍ଥ। ଏହା ଅଧୀନରେ, ୨,୦୦୦ ଡଲାର (ପ୍ରାୟ ୧.୬ ଲକ୍ଷ) ମାଇକ୍ରୋ ଗ୍ରାଣ୍ଟସ ଦିଆଯାଏ। ଜୁକରବର୍ଗଙ୍କ ଏହି ପଦକ୍ଷେପ ସମାଜ ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ନୂତନତ୍ୱକୁ ଉତ୍ସାହିତ କରୁଥିବା ଦର୍ଶାଏ।
ସୂଚନାଯୋଗ୍ୟ, ଏହି ୬.୫ ମିଲିମିଟର ସୁନା ଭର୍ମିଲ ଚେନ୍ ଜୁକରବର୍ଗଙ୍କ ସାମ୍ପ୍ରତିକ ୍ଶଳୀର ପ୍ରତୀକ ଭାବରେ ବିବେଚନା କରାଯାଉଛ। ନିଲାମ ଏହାକୁ ଏକ ‘କାଳଜୟୀ ଉତ୍ତରାଧିକାରୀ” ଭାବରେ ବର୍ଣ୍ଣନା କରିଛି,ଯାହା ବିଡରମାନଙ୍କୁ ଟେକ ଜଏଣ୍ଟର ପରିବର୍ତ୍ତିତ ବ୍ୟକ୍ତିଗତ ଶୈଳୀର ଅଂଶ ହେବାର ସୁଯୋଗ ପ୍ରଦାନ କରିଥାଏ। ବିଶେଷ କଥା ହେଉଛି ଚେନ୍ର ବିଜେତା ଜୁକରବର୍ଗଙ୍କ ବ୍ୟକ୍ତିଗତ ଭିଡିଓ ମଧ୍ୟ ପାଇବେ ଯାହା ଏହାର ସତ୍ୟତାକୁ ନିଶ୍ଚିତ କରିବ।
The post ନିଜ ସୁନା ଚେନ୍ ବିକୁଛନ୍ତି ଫେସବୁକ ପ୍ରତିଷ୍ଠାତା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ appeared first on Dharitri Odia News.