ନିଟ ଅନିୟମିତତା ମାମଲାରେ ସିବିଆଇର ତନାଘନା, ଆତଙ୍କୀ ଲିଙ୍କ୍ ନେଇ ବଢିଲା ସନ୍ଦେହ
ନୂଆଦିଲ୍ଲୀ: ନିଟ ଅନିୟମିତତା ମାମଲାରେ ସିବିଆଇ ତାର ତନାଘନା ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଏହି ମାମଲାରେ ୨୫ ଜଣଙ୍କୁ ଗିରଫ କରାଯାଇଛି। ସେପଟେ ଏହି ମାମଲାରେ ଆତଙ୍କବାଦୀଙ୍କ ସଂପୃକ୍ତି ଥିବା ସନ୍ଦେହ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ଜଣଙ୍କୁ ଗିରଫ କରାଯାଇଛି। ସେପଟେ ନିଟ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଡକୁ ଆକ୍ଷେପ କରିଛି ବିଜେଡି। ନିଟ ଅନିୟମିତତାର ତନାଘନା। ପାଟନା ଓ ଗୋଧ୍ରାରେ ସିବିଆଇ ଟିମ୍। ବିହାରର ଅର୍ଥନୈତିକ ଅପରାଧ ଶାଖା ସିବିଆଇକୁ ସମସ୍ତ ତଥ୍ୟ ପ୍ରଦାନ କରିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୨୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ କେବଳ ବିହାରରୁ ୧୩ ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କ ସଂପର୍କରେ ସମସ୍ତ ତଥ୍ୟ ହାସଲ କରିଛି ସିବିଆଇ। ସେହିପରି ବିହାର ଅର୍ଥନୈତିକ ଅପରାଧ ଶାଖା ଶିକ୍ଷାମନ୍ତ୍ରଣାଳୟକୁ ମଧ୍ୟ ଏକ ରିପୋର୍ଟ ଦେଇଛି। ଯେଉଁଥିରେ ଦର୍ଶାଯାଇଛି ୫ ମେରେ ହୋଇଥିବା ପରୀକ୍ଷାର ପ୍ରଶ୍ନ ପାଖାପାଖି ଶହେ ଜଣଙ୍କ ପାଖକୁ ଆଗୁଆ ପହଞ୍ଚି ସାରିଥିଲା।Also read: ପଶ୍ଚିମବଙ୍ଗକୁ ସାମିଲ ନ କରି ତିସ୍ତା ନଦୀ ଜଳ ନେଇ ବାଂଲାଦେଶ ସହ ଆଲୋଚନାକୁ ସମାଲୋଚନା କଲେ ମମତା ବାନାର୍ଜୀସେପଟେ ନିଟ ଅନିୟମିତତାରେ ଆତଙ୍କବାଦୀଙ୍କ ସଂପୃକ୍ତି ଥିବାର ସନ୍ଦେହ ବଢ଼ିଲାଣି।ଏଥିରେ ଟେରର ଫଣ୍ଡିଙ୍ଗ ହୋଇଥିବା ସନ୍ଦେହ କରାଯାଉଛି।ମହାରାଷ୍ଟ୍ରର ନାନ୍ଦେଡ ପୋଲିସ ୪ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଏହା ପୂର୍ବରୁ ଏଟିଏସ ଲ
ନୂଆଦିଲ୍ଲୀ: ନିଟ ଅନିୟମିତତା ମାମଲାରେ ସିବିଆଇ ତାର ତନାଘନା ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଏହି ମାମଲାରେ ୨୫ ଜଣଙ୍କୁ ଗିରଫ କରାଯାଇଛି। ସେପଟେ ଏହି ମାମଲାରେ ଆତଙ୍କବାଦୀଙ୍କ ସଂପୃକ୍ତି ଥିବା ସନ୍ଦେହ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ଜଣଙ୍କୁ ଗିରଫ କରାଯାଇଛି। ସେପଟେ ନିଟ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଡକୁ ଆକ୍ଷେପ କରିଛି ବିଜେଡି।
ନିଟ ଅନିୟମିତତାର ତନାଘନା। ପାଟନା ଓ ଗୋଧ୍ରାରେ ସିବିଆଇ ଟିମ୍। ବିହାରର ଅର୍ଥନୈତିକ ଅପରାଧ ଶାଖା ସିବିଆଇକୁ ସମସ୍ତ ତଥ୍ୟ ପ୍ରଦାନ କରିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୨୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ କେବଳ ବିହାରରୁ ୧୩ ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କ ସଂପର୍କରେ ସମସ୍ତ ତଥ୍ୟ ହାସଲ କରିଛି ସିବିଆଇ। ସେହିପରି ବିହାର ଅର୍ଥନୈତିକ ଅପରାଧ ଶାଖା ଶିକ୍ଷାମନ୍ତ୍ରଣାଳୟକୁ ମଧ୍ୟ ଏକ ରିପୋର୍ଟ ଦେଇଛି। ଯେଉଁଥିରେ ଦର୍ଶାଯାଇଛି ୫ ମେରେ ହୋଇଥିବା ପରୀକ୍ଷାର ପ୍ରଶ୍ନ ପାଖାପାଖି ଶହେ ଜଣଙ୍କ ପାଖକୁ ଆଗୁଆ ପହଞ୍ଚି ସାରିଥିଲା।
Also read: ପଶ୍ଚିମବଙ୍ଗକୁ ସାମିଲ ନ କରି ତିସ୍ତା ନଦୀ ଜଳ ନେଇ ବାଂଲାଦେଶ ସହ ଆଲୋଚନାକୁ ସମାଲୋଚନା କଲେ ମମତା ବାନାର୍ଜୀ
ସେପଟେ ନିଟ ଅନିୟମିତତାରେ ଆତଙ୍କବାଦୀଙ୍କ ସଂପୃକ୍ତି ଥିବାର ସନ୍ଦେହ ବଢ଼ିଲାଣି।ଏଥିରେ ଟେରର ଫଣ୍ଡିଙ୍ଗ ହୋଇଥିବା ସନ୍ଦେହ କରାଯାଉଛି।ମହାରାଷ୍ଟ୍ରର ନାନ୍ଦେଡ ପୋଲିସ ୪ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଏହା ପୂର୍ବରୁ ଏଟିଏସ ଲାଟୁରରୁ ଦୁଇ ଜଣ ଶିକ୍ଷକଙ୍କୁ ଅଟକ ରହିଥିଲା। ଏହି ଦୁଇଜଣ ହେଲେ ତୁକାରାମ ଯାଦବ ଏବଂ ଜଲିଲ୍ ପଠାନ। ସେମାନଙ୍କୁ ପଚରାଉଚରା ପରେ ଟେରର ଫଣ୍ଡିଙ୍ଗ ନେଇ ସନ୍ଦେହ କରାଯାଉଛି।
ସେପଟେ ସୁପ୍ରିମକୋର୍ଟରେ ମଧ୍ୟ ଆଜି ନିଟ ମାମଲାରେ ବିଚାର ହୋଇଥିଲା। ମାମଲାର ତଦନ୍ତ ଇଡିକୁ ଦେବା ଲାଗି ଆବେଦନକାରୀ ଦର୍ଶାଇଥିଲେ। ତେବେ କୋର୍ଟ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି। ଏହି ମାମଲାକୁ ପୂର୍ବ ମାମଲା ସହିତ ଗୁନ୍ଥି ଜୁଲାଇ ୮ ତାରିଖରେ ଶୁଣାଣି ପାଇଁ ରଖାଯାଇଛି। ସେପଟେ ଇସ୍ରୋର ପୂର୍ବତନ ମୁଖ୍ୟ କେ ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରଥମ ବୈଠକ ଆଜି ବସିଥିଲା।
ନିଟକୁ ନେଇ ଏବେ ଦିଲ୍ଲୀରୁ ପାଟନା, ଗୋଧ୍ରାରୁ ଲାଟୁର ଯାଏଁ ସିବିଆଇ ତନାଘନା ଜାରି ରଖିଥିବା ବେଳେ ଏଥିରେ ଆତଙ୍କବାଦୀଙ୍କ ସଂପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି । ଘଟଣାକୁ ନେଇ ଶିକ୍ଷା ମନ୍ତ୍ରଣାଳୟ ଖୁବ ଗୁରୁତ୍ବର ସହିତ ନେଇଥିବା ବେଳେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛି
ସେପଟେ କିନ୍ତୁ ନିଟକୁ ନେଇ ରାଜନୀତି ଥମିବାରେ ନାଁ ନେଉନାହିଁ। ଆଜି ଦିଲ୍ଲୀରେ ଏନଏସୟୁଆଇ ବିକ୍ଷୋଭ ପ୍ରଦର୍ଶନ କରିଛି। ନିଟକୁ ନେଇ ବିଜେଡି ଏବେ କେନ୍ଦ୍ର ସରକାରଙ୍କୁ ନିସାନା ସାଧିଛି। ଏଥିରେ ସ୍ପଷ୍ଟତା ଆସିବା ଦରକାର। ନହେଲେ ଆଗାମୀ ଦିନରେ ଓଡ଼ିଶା ଛାତ୍ର ସମାଜ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେଡି ଚେତାବନୀ ଦେଇଛି।
ସେପଟେ ନିଟ ଛାତ୍ରଛାତ୍ରୀଙ୍କ ମନୋବଳ ସୁଦୃଢ କରିଛନ୍ତି ମେଡିକାଲ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ପ୍ରଫେସର ଡକ୍ଟର ଦତ୍ତେଶ୍ବର ହୋତା। ଏହି ସମୟରେ ସମସ୍ତେ ଧୈର୍ଯ୍ୟ ରଖିବା ଦରକାର। ସରକାର ଯାହା ନିଷ୍ପତ୍ତି ନିଅନ୍ତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜରରେ ରଖି ନିଷ୍ପତ୍ତି ନିଅନ୍ତି। ଖୁବ ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି। ଆଗକୁ ବ୍ୟବସ୍ଥା ଅଧିକ ସୁଦୃଢ ହେବ। ଆଗକୁ ଭଲ ଡାକ୍ତର ଓ ସ୍ପେସାଲିଷ୍ଟ ଡାକ୍ତର ବାହାରିବେ ବୋଲି ପ୍ରଫେସର ଦତ୍ତେଶ୍ବର ହୋତା କହିଛନ୍ତି। ସେପଟେ ଏନଟିଏର ନିଷ୍ପତ୍ତି ଅନୁସାରେ ଗତକାଲି ରିଏକ୍ଜାମ ଅନୁଷ୍ଠିତ ହୋଇଥିବା ବେଳେ ଧାର୍ଯ୍ୟ ୧୫୬୩ ପିଲାଙ୍କ ମଧ୍ୟରୁ ୭୫୦ ଜଣ ପରୀକ୍ଷା ଦେଇନାହାନ୍ତି।