ନିଟ୍‌ ପ୍ରସଙ୍ଗରେ ଖୋଲାଖୋଲି ଏମିତି କହିଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୧୬।୬: ଚଳିତ ବର୍ଷ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ସହ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନଟିଏକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ନିଟ୍‌ ପ୍ରସଙ୍ଗରେ ଯେକୌଣସି ଭୁଲ କରୁଥିବା ବ୍ୟକ୍ତିଙ୍କୁ ରକ୍ଷା କରାଯିବ ନାହିଁ। ପିଲାମାନଙ୍କର ଭବିଷ୍ୟତ ସହିତ ଖେଳିବା ସହ୍ୟ କରାଯିବ ନାହିଁ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […] The post ନିଟ୍‌ ପ୍ରସଙ୍ଗରେ ଖୋଲାଖୋଲି ଏମିତି କହିଦେଲେ ଧର୍ମେନ୍ଦ୍ର ପ୍ରଧାନ appeared first on Dharitri Odia News.

ନିଟ୍‌ ପ୍ରସଙ୍ଗରେ ଖୋଲାଖୋଲି ଏମିତି କହିଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୧୬।୬: ଚଳିତ ବର୍ଷ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ସହ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନଟିଏକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ନିଟ୍‌ ପ୍ରସଙ୍ଗରେ ଯେକୌଣସି ଭୁଲ କରୁଥିବା ବ୍ୟକ୍ତିଙ୍କୁ ରକ୍ଷା କରାଯିବ ନାହିଁ। ପିଲାମାନଙ୍କର ଭବିଷ୍ୟତ ସହିତ ଖେଳିବା ସହ୍ୟ କରାଯିବ ନାହିଁ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିଟ୍‌ ସଂପର୍କରେ ଦୁଇ ପ୍ରକାର ଅନିୟମିତତା ସାମ୍ନାକୁ ଆସିଛି। ପ୍ରାରମ୍ଭିକ ସୂଚନା ଥିଲା ଯେ, କମ ସମୟ ଯୋଗୁ କିଛି ଛାତ୍ରଙ୍କୁ ଗ୍ରେସ୍‌ ମାର୍କ ଦିଆଯାଇଥିଲା … ଦ୍ୱିତୀୟତଃ, ଦୁଇଟି ସ୍ଥାନରେ କିଛି ଅନିୟମିତତା ସାମ୍ନାକୁ ଆସିଛି। ମୁଁ ଛାତ୍ର ଓ ଅଭିଭାବକମାନଙ୍କୁ ନିଶ୍ଚିତ କରୁଛି ଯେ ସରକାର ଏହାକୁ ଗୁରୁତ୍ୱ ଦେଇଛନ୍ତି। ଆମେ ସମସ୍ତ ପ୍ରସଙ୍ଗକୁ ଅନୁଧ୍ୟାନ କରୁଛୁ। ଏନଟିଏରେ ଅନେକ ଉନ୍ନତିର ଆବଶ୍ୟକତା ରହିଛି।
ସୂଚନାଯୋଗ୍ୟ, ଗତ ମେ’ ୫ରେ ୨୪ ଲକ୍ଷ ଛାତ୍ରୀଛାତ୍ର ଦେଶର ୪,୭୫୦ ସେଣ୍ଟରରେ ଏନ୍‌ଇଇଟି-ୟୁଜି ପରୀକ୍ଷା ଦେଇଥିଲେ। ଜୁନ୍‌ ୪ ତାରିଖ ଲୋକ ସଭା ନିର୍ବାଚନ ଭୋଟଗଣନା ଦିନ ଏହି ପରୀକ୍ଷା ଫଳ ଘୋଷଣା କରାଯାଇଥିଲା। କେତେକ ରାଜ୍ୟରେ ପ୍ରଶ୍ନପତ୍ର ଲିକ୍‌ ହେବା ସହ ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ୬୭ ଜଣ ପିଲା ୭୨୦ରୁ ୭୨୦ ନମ୍ବର ରଖିଥିଲେ, ଯାହା କି ଏନ୍‌ଟିଏ ଇତିହାସରେ ଅଭୂତପୂର୍ବ। ପ୍ରଥମ ର଼୍ୟାଙ୍କ୍‌ ପାଇଥିବା ୬୭ ପିଲାଙ୍କ ମଧ୍ୟରେ ହରିୟାଣାର ଫରିଦାବାଦସ୍ଥିତ ଗୋଟିଏ ସେଣ୍ଟରର ୬ ଜଣ ପରୀକ୍ଷାର୍ଥୀ ଥିଲେ। ଫଳରେ ପରୀକ୍ଷାରେ ଅନିୟମିତତା ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଏହା ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ହେବା ସହ ସୁପ୍ରିମକୋର୍ଟ ଏବଂ ୭ ହାଇକୋର୍ଟରେ ପିଟିଶନ ଦାଏର ହୋଇଥିଲା।

The post ନିଟ୍‌ ପ୍ରସଙ୍ଗରେ ଖୋଲାଖୋଲି ଏମିତି କହିଦେଲେ ଧର୍ମେନ୍ଦ୍ର ପ୍ରଧାନ appeared first on Dharitri Odia News.