ନିଟ୍-ୟୁଜି ପେପର ଲିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଆଦେଶ, ପୁନର୍ବାର ହେବନି ପରୀକ୍ଷା

ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଆଦେଶ। ପରୀକ୍ଷା ପୁନର୍ବାର ହେବ ନାହିଁ, କାରଣ ଏଥିରେ ବଡ଼ ଅନିୟମିତତା ହୋଇଥିବା ପ୍ରମାଣିତ ହୋଇ ପାରିନି। ତେଣୁ ପୁନର୍ବାର ପରୀକ୍ଷା କରାଇବା ଉଚିତ୍ ହେବନି। ଏହା ୨୪ ଲକ୍ଷ ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତର କଥା। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଅଦାଲତ କହିଛନ୍ତି ମାମଲାରେ ବ୍ୟବସ୍ଥାଗତ ତ୍ରୁଟି ହୋଇଥିବା ପ୍ରମାଣିତ ହୋଇ ପାରିଲା ନାହିଁ। ତେଣୁ ପୁନର୍ବାର ପରୀକ୍ଷା କରାଇବାକୁ ଆଦେଶ ଦିଆଯାଇ ପାରିବ ନାହିଁ।  ଅଦାଲତ କହିଛନ୍ତି, ପୁଣି ଥରେ ପରୀକ୍ଷା କରାଇବା ପାଇଁ ଆଦେଶ ଦେବା ୨୪ ଲକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ମୁସ୍କିଲ ହେବ। ଏମିତି ହେଲେ ପିଲାଙ୍କ ନାମଲେଖା ପ୍ରକ୍ରିୟା ବାଧାପ୍ରାପ୍ତ ହେବ। ମେଡିକାଲ୍ ଶିକ୍ଷା ଉପରେ ମଧ୍ୟ ବିପରୀତ ପ୍ରଭାବ ପଡ଼ିବ। କେବଳ ଏତିକି ନୁହେଁ ଏହାର ପ୍ରଭାବ ଭବିଷ୍ୟତରେ ଯୋଗ୍ୟ ମେଡିକାଲ ପେଶାଦାରଙ୍କ ଉପରେ ମଧ୍ୟ ପଡ଼ିପାରେ। ଏଥିସହ ବଞ୍ଚିତ ଲୋକଙ୍କ ପାଇଁ ଏହା ଗମ୍ଭୀର ଚିନ୍ତାର ବିଷୟ ପାଲଟିପାରେ, ଯେଉଁମାନଙ୍କୁ ସିଟ୍‌ରେ ସଂରକ୍ଷଣ ମିଳିଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ଏ ପର୍ଯ୍ୟନ୍ତ ଯାଞ୍ଚ ଅଧୁରା ରହିଛି। କେନ୍ଦ୍ର ସରକାରଙ୍କଠୁ ଜବାବ ଲୋଡ଼ିଥିଲୁ ଯେ, ୪୭୫୦ କେନ୍ଦ୍ରରୁ କେଉଁଠି ତ୍ରୁଟି ରହିଥିଲା। ଆଇଆଇଟି ମାଦ୍ରାସ ମଧ୍ୟ ମାମଲାର ସମୀକ୍ଷା କରିଛନ୍ତି। ଏ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଆଧାରରେ ଏହି ନିଷ୍

ନିଟ୍-ୟୁଜି ପେପର ଲିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଆଦେଶ, ପୁନର୍ବାର ହେବନି ପରୀକ୍ଷା

ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଆଦେଶ। ପରୀକ୍ଷା ପୁନର୍ବାର ହେବ ନାହିଁ, କାରଣ ଏଥିରେ ବଡ଼ ଅନିୟମିତତା ହୋଇଥିବା ପ୍ରମାଣିତ ହୋଇ ପାରିନି। ତେଣୁ ପୁନର୍ବାର ପରୀକ୍ଷା କରାଇବା ଉଚିତ୍ ହେବନି। ଏହା ୨୪ ଲକ୍ଷ ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତର କଥା। 

ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଅଦାଲତ କହିଛନ୍ତି ମାମଲାରେ ବ୍ୟବସ୍ଥାଗତ ତ୍ରୁଟି ହୋଇଥିବା ପ୍ରମାଣିତ ହୋଇ ପାରିଲା ନାହିଁ। ତେଣୁ ପୁନର୍ବାର ପରୀକ୍ଷା କରାଇବାକୁ ଆଦେଶ ଦିଆଯାଇ ପାରିବ ନାହିଁ।  ଅଦାଲତ କହିଛନ୍ତି, ପୁଣି ଥରେ ପରୀକ୍ଷା କରାଇବା ପାଇଁ ଆଦେଶ ଦେବା ୨୪ ଲକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ମୁସ୍କିଲ ହେବ। ଏମିତି ହେଲେ ପିଲାଙ୍କ ନାମଲେଖା ପ୍ରକ୍ରିୟା ବାଧାପ୍ରାପ୍ତ ହେବ। ମେଡିକାଲ୍ ଶିକ୍ଷା ଉପରେ ମଧ୍ୟ ବିପରୀତ ପ୍ରଭାବ ପଡ଼ିବ। କେବଳ ଏତିକି ନୁହେଁ ଏହାର ପ୍ରଭାବ ଭବିଷ୍ୟତରେ ଯୋଗ୍ୟ ମେଡିକାଲ ପେଶାଦାରଙ୍କ ଉପରେ ମଧ୍ୟ ପଡ଼ିପାରେ। ଏଥିସହ ବଞ୍ଚିତ ଲୋକଙ୍କ ପାଇଁ ଏହା ଗମ୍ଭୀର ଚିନ୍ତାର ବିଷୟ ପାଲଟିପାରେ, ଯେଉଁମାନଙ୍କୁ ସିଟ୍‌ରେ ସଂରକ୍ଷଣ ମିଳିଥିଲା। 

ପ୍ରଧାନମନ୍ତ୍ରୀ କହିଛନ୍ତି, ଏ ପର୍ଯ୍ୟନ୍ତ ଯାଞ୍ଚ ଅଧୁରା ରହିଛି। କେନ୍ଦ୍ର ସରକାରଙ୍କଠୁ ଜବାବ ଲୋଡ଼ିଥିଲୁ ଯେ, ୪୭୫୦ କେନ୍ଦ୍ରରୁ କେଉଁଠି ତ୍ରୁଟି ରହିଥିଲା। ଆଇଆଇଟି ମାଦ୍ରାସ ମଧ୍ୟ ମାମଲାର ସମୀକ୍ଷା କରିଛନ୍ତି। ଏ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଆଧାରରେ ଏହି ନିଷ୍କର୍ସରେ ପହଞ୍ଚି ପାରିବା ଯେ, ପରୀକ୍ଷାର ପବିତ୍ରତା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହେବ।