ନିଟ୍ ୟୁଜି ସଂଶୋଧିତ ରେଜଲ୍ଟ ଜାରି, ୪.୨୦ ଲକ୍ଷ ପିଲାଙ୍କ କମିଲା ମାର୍କ, ଟପ୍ପର୍ସଙ୍କ ସଂଖ୍ୟା ୬୧ରୁ କମି ହେଲା ୧୭

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜୁଲାଇ ୨୬, ଶୁକ୍ରବାର ନିଟ୍ ସଂଶୋଧିତ ରେଜଲ୍ଟ ୨୦୨୪ ଏବଂ ନିଟ୍ ୟୁଜି ସଂଶୋଧିତ ଫାଇନାଲ ମାର୍କ ଜାରି କରଛି । ଏହି ପରୀକ୍ଷାରେ ସାମିଲ ହୋଇଥିବା ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ neet.ntaonline.inରେ ନିଟ୍ ସଂଶୋଧିତ ସ୍କୋରକାର୍ଡ ୨୦୨୪ ଏବଂ ଏନଟିଏର ଅଫିସିଆଲ୍ ୱେବସାଇଟ୍ nta.ac.inରୁ ନିଟ୍ ୟୁଜି ୨୦୨୪ର ଫାଇନାଲ ମାର୍କ ଡାଉନଲୋଡ୍ କରିପାରିବେ ।ଉଲ୍ଲେଖଯୋଗ୍ୟ ଯେ ନିଟ୍ ୨୦୨୪ ସଂଶୋଧିତ ସ୍କୋରକାର୍ଡ ଡାଉନଲୋଡ୍ କରିବା ପାଇଁ ବିଦ୍ୟାର୍ଥୀଙ୍କୁ ନିଜର ଲଗଇନ୍ କ୍ରିଡେନସିଆଲ୍ ଯେପରି କି ଆବେଦନ ସଂଖ୍ୟା ଏବଂ ପାସୱାର୍ଡର ଆବଶ୍ୟକତା ରହିଥାଏ । ଅନ୍ୟପଟେ ଫାଇନାଲ୍ ଆନସର-କି ଦେଖିବା ପାଇଁ ଲଗ୍‌ଇନ୍‌ ଆବଶ୍ୟକତା ପଡିବ ନାହିଁ ।ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ଏନଟିଏକୁ ଆଇଆଇଟି ଦିଲ୍ଲୀ ଏକ୍ସପର୍ଟ ପ୍ୟାନେଲ ଅନୁସାରେ ବିବାଦୀୟ ଫିଜିକ୍ସ ପେପରରେ ଅତିରିକ୍ତ ୫ ମାର୍କ ଉପରେ ବିଚାର କରି ଦ୍ୱିତୀୟ ଥର ସଂଶୋଧିକ ରେଜଲ୍ଟ ଜାରି କରିବା ପାଇଁ କହିଥିଲେ । ପ୍ରଶ୍ନ ନମ୍ୱର ୧୯ର ଦୁଇ ଉତ୍ତର ପରିବର୍ତ୍ତେ ଗୋଟିଏ ଉତ୍ତର ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରୟା ପରେ ପ୍ରାୟ ୪.୨୦ ଲକ୍ଷ ପ୍ରାର୍ଥୀଙ୍କ ୫-୫ ମାର୍କ କମ୍ ହୋଇଛି । ଏଥିରେ ଲକ୍ଷାଧିକ ଛାତ୍ରଙ୍କ ରାଙ୍କିଂରେ ପରିବର୍ତ୍ତନ ହୋଇଛି । ଟପ୍ପର୍ସଙ୍କ ସଂଖ୍ୟା ୬୧ରୁ କମ ହୋଇ ୧୭ ହୋଇଛି ।  

ନିଟ୍ ୟୁଜି ସଂଶୋଧିତ ରେଜଲ୍ଟ ଜାରି, ୪.୨୦ ଲକ୍ଷ ପିଲାଙ୍କ କମିଲା ମାର୍କ, ଟପ୍ପର୍ସଙ୍କ ସଂଖ୍ୟା ୬୧ରୁ କମି ହେଲା ୧୭

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜୁଲାଇ ୨୬, ଶୁକ୍ରବାର ନିଟ୍ ସଂଶୋଧିତ ରେଜଲ୍ଟ ୨୦୨୪ ଏବଂ ନିଟ୍ ୟୁଜି ସଂଶୋଧିତ ଫାଇନାଲ ମାର୍କ ଜାରି କରଛି । ଏହି ପରୀକ୍ଷାରେ ସାମିଲ ହୋଇଥିବା ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ neet.ntaonline.inରେ ନିଟ୍ ସଂଶୋଧିତ ସ୍କୋରକାର୍ଡ ୨୦୨୪ ଏବଂ ଏନଟିଏର ଅଫିସିଆଲ୍ ୱେବସାଇଟ୍ nta.ac.inରୁ ନିଟ୍ ୟୁଜି ୨୦୨୪ର ଫାଇନାଲ ମାର୍କ ଡାଉନଲୋଡ୍ କରିପାରିବେ ।

ଉଲ୍ଲେଖଯୋଗ୍ୟ ଯେ ନିଟ୍ ୨୦୨୪ ସଂଶୋଧିତ ସ୍କୋରକାର୍ଡ ଡାଉନଲୋଡ୍ କରିବା ପାଇଁ ବିଦ୍ୟାର୍ଥୀଙ୍କୁ ନିଜର ଲଗଇନ୍ କ୍ରିଡେନସିଆଲ୍ ଯେପରି କି ଆବେଦନ ସଂଖ୍ୟା ଏବଂ ପାସୱାର୍ଡର ଆବଶ୍ୟକତା ରହିଥାଏ । ଅନ୍ୟପଟେ ଫାଇନାଲ୍ ଆନସର-କି ଦେଖିବା ପାଇଁ ଲଗ୍‌ଇନ୍‌ ଆବଶ୍ୟକତା ପଡିବ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ଏନଟିଏକୁ ଆଇଆଇଟି ଦିଲ୍ଲୀ ଏକ୍ସପର୍ଟ ପ୍ୟାନେଲ ଅନୁସାରେ ବିବାଦୀୟ ଫିଜିକ୍ସ ପେପରରେ ଅତିରିକ୍ତ ୫ ମାର୍କ ଉପରେ ବିଚାର କରି ଦ୍ୱିତୀୟ ଥର ସଂଶୋଧିକ ରେଜଲ୍ଟ ଜାରି କରିବା ପାଇଁ କହିଥିଲେ । ପ୍ରଶ୍ନ ନମ୍ୱର ୧୯ର ଦୁଇ ଉତ୍ତର ପରିବର୍ତ୍ତେ ଗୋଟିଏ ଉତ୍ତର ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରୟା ପରେ ପ୍ରାୟ ୪.୨୦ ଲକ୍ଷ ପ୍ରାର୍ଥୀଙ୍କ ୫-୫ ମାର୍କ କମ୍ ହୋଇଛି । ଏଥିରେ ଲକ୍ଷାଧିକ ଛାତ୍ରଙ୍କ ରାଙ୍କିଂରେ ପରିବର୍ତ୍ତନ ହୋଇଛି । ଟପ୍ପର୍ସଙ୍କ ସଂଖ୍ୟା ୬୧ରୁ କମ ହୋଇ ୧୭ ହୋଇଛି ।