ନିଟ୍ର ଟପ୍ପରଙ୍କ ସହିତ ୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ କଟିବ ମାର୍କ, NTA ଜାରି କରିବ ସଂଶୋଧିତ ରେଜଲ୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିଟ୍-ୟୁଜି ପେପର ଲିକ୍ ମାମଲାରେ ମଙ୍ଗଳବାର ରାୟ ଶୁଣାଇ ପୁନର୍ବାର ପରୀକ୍ଷା କରାଇବା ପାଇଁ ରୋକ୍ ଠୋକ୍ ମନା କରି ଦେଇଛନ୍ତି। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)କୁ ପ୍ରଶ୍ନପତ୍ର ଲିକ୍ର ବିବାଦୀୟ ପ୍ରଶ୍ନର ଉତ୍ତର ଭାବେ ବିକଳ୍ପ ୪କୁ ମାନି ସଂଶୋଧିତ ରେଜଲ୍ଟ ଜାରି କରିବାକୁ ଆଦେଶ ଦେଇଛନ୍ତି। ଆଇଆଇଟିର ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ପଦାର୍ଥ ବିଜ୍ଞାନର ବିବାଦୀୟ ପ୍ରଶ୍ନର ସଠିକ୍ ଉତ୍ତର ହେଉଛନ୍ତି ବିକଳ୍ପ ୪। ଏବେ ଏନଟିଏକୁ ସଂଶୋଧିତ ରେଜଲ୍ଟ ଜାରି କରିବାକୁ ପଡ଼ିବ।ସୂଚନାଯୋଗ୍ୟ, ନିଟ୍ର ୪, ୨୦, ୭୭୪ ପରୀକ୍ଷାର୍ଥୀ ଏହି ବିବାଦୀୟ ପ୍ରଶ୍ନର ଉତ୍ତର ଭାବେ ବିକଳ୍ପ ୪ ଚୟନ କରିଥିବା ବେଳେ ୯, ୨୮, ୩୭୯ ପରୀକ୍ଷାର୍ଥୀ ବିକଳ୍ପ ୨ ଚୟନ କରିଥିଲେ। ଏନଟିଏ ଉଭୟ ଉତ୍ତରକୁ ସଠିକ ମାନି ପରୀକ୍ଷାର୍ଥୀଙ୍କୁ ମାର୍କ୍ସ ଦେଇଥିଲା। ମାତ୍ର ଏବେ ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ସେହି ପରୀକ୍ଷାର୍ଥୀଙ୍କ ୫ ମାର୍କ କଟିବ ଯେଉଁମାନେ ବିକଳ୍ପ ୨ ଚୟନ କରିଥିଲେ। ୪ ମାର୍କ ଭୁଲ ଉତ୍ତର ଦେଇ ଥିବାରୁ ଏବଂ ଗୋଟିଏ ମାର୍କ ନେଗେଟିଭ ମାର୍କିଂ ପାଇଁ କଟିବ। ଏବେ ନିଟର ୪, ୨୦, ୭୭୪ ପରୀକ୍ଷାର୍ଥୀଙ୍କ ୫ ମାର୍କ କଟିବାର ଅର୍ଥ ଅଲଇଣ୍ଡିଆ ରାଙ୍କିଂରେ ବଡ଼ ପରିବର୍ତ୍ତନ ହେବ।ବିବାଦୀୟ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ନିଟ୍ର ଟପ୍ପରଙ୍କ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିଟ୍-ୟୁଜି ପେପର ଲିକ୍ ମାମଲାରେ ମଙ୍ଗଳବାର ରାୟ ଶୁଣାଇ ପୁନର୍ବାର ପରୀକ୍ଷା କରାଇବା ପାଇଁ ରୋକ୍ ଠୋକ୍ ମନା କରି ଦେଇଛନ୍ତି। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)କୁ ପ୍ରଶ୍ନପତ୍ର ଲିକ୍ର ବିବାଦୀୟ ପ୍ରଶ୍ନର ଉତ୍ତର ଭାବେ ବିକଳ୍ପ ୪କୁ ମାନି ସଂଶୋଧିତ ରେଜଲ୍ଟ ଜାରି କରିବାକୁ ଆଦେଶ ଦେଇଛନ୍ତି। ଆଇଆଇଟିର ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ପଦାର୍ଥ ବିଜ୍ଞାନର ବିବାଦୀୟ ପ୍ରଶ୍ନର ସଠିକ୍ ଉତ୍ତର ହେଉଛନ୍ତି ବିକଳ୍ପ ୪। ଏବେ ଏନଟିଏକୁ ସଂଶୋଧିତ ରେଜଲ୍ଟ ଜାରି କରିବାକୁ ପଡ଼ିବ।
ସୂଚନାଯୋଗ୍ୟ, ନିଟ୍ର ୪, ୨୦, ୭୭୪ ପରୀକ୍ଷାର୍ଥୀ ଏହି ବିବାଦୀୟ ପ୍ରଶ୍ନର ଉତ୍ତର ଭାବେ ବିକଳ୍ପ ୪ ଚୟନ କରିଥିବା ବେଳେ ୯, ୨୮, ୩୭୯ ପରୀକ୍ଷାର୍ଥୀ ବିକଳ୍ପ ୨ ଚୟନ କରିଥିଲେ। ଏନଟିଏ ଉଭୟ ଉତ୍ତରକୁ ସଠିକ ମାନି ପରୀକ୍ଷାର୍ଥୀଙ୍କୁ ମାର୍କ୍ସ ଦେଇଥିଲା। ମାତ୍ର ଏବେ ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ସେହି ପରୀକ୍ଷାର୍ଥୀଙ୍କ ୫ ମାର୍କ କଟିବ ଯେଉଁମାନେ ବିକଳ୍ପ ୨ ଚୟନ କରିଥିଲେ। ୪ ମାର୍କ ଭୁଲ ଉତ୍ତର ଦେଇ ଥିବାରୁ ଏବଂ ଗୋଟିଏ ମାର୍କ ନେଗେଟିଭ ମାର୍କିଂ ପାଇଁ କଟିବ। ଏବେ ନିଟର ୪, ୨୦, ୭୭୪ ପରୀକ୍ଷାର୍ଥୀଙ୍କ ୫ ମାର୍କ କଟିବାର ଅର୍ଥ ଅଲଇଣ୍ଡିଆ ରାଙ୍କିଂରେ ବଡ଼ ପରିବର୍ତ୍ତନ ହେବ।
ବିବାଦୀୟ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ନିଟ୍ର ଟପ୍ପରଙ୍କ ସଂଖ୍ୟା ହ୍ରାସ ପାଇବ। ରିଟେଷ୍ଟ ପରେ ନିଟ୍ର ୭୨୦ରୁ ୭୨୦ ମାର୍କ ରଖିଥିବା ୬୧ ଜଣ ଟପ୍ପର ରହିଛନ୍ତି। ଏଥିରୁ ୪୪ ଜଣ ଏମିତି ଅଛନ୍ତି ଯେଉଁମାନେ ପୁରୁଣା ଏନସିଇଆରଟି ବୁକ୍ ହିସାବରେ ବିକଳ୍ପ ୨ ଚୟନ କରିଥିଲେ। ଏବେ ଏହି ୪୪ ଜଣଙ୍କର ୫ ମାର୍କ କଟିବ ଏବଂ ପୁରା ମାର୍କ ୭୨୦ରୁ ହ୍ରାସ ପାଇ ୭୧୫ ରହିବ।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଆଇଆଇଟି ବିଶେଷଜ୍ଞ ମଙ୍ଗଳବାର ଅଦାଲତରେ ବିବାଦୀୟ ପ୍ରଶ୍ନକୁ ନେଇ ନିଜର ରିପୋର୍ଟ ପ୍ରଦାନ କରିଥିଲେ। ଏଥିରେ ବିକଳ୍ପ ୪କୁ ସଠିକ୍ ଉତ୍ତର ଉଲ୍ଲେଖ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି କୋର୍ଟ ଏନଟିଏକୁ ସଂଶୋଧିତ ରେଜଲ୍ଟ ଜାରି କରିବାକୁ ଆଦେଶ ଦେଇଛନ୍ତି।