ସିସୋଡିଆଙ୍କୁ ପୁଣି ଲାଗିଲା ଝଟ୍କା
ନୂଆଦିଲ୍ଲୀ,୧୨।୪: ମନୀଷ ସିସୋଡିଆଙ୍କୁ କୋର୍ଟ ଏକ ବଡ ଝଟ୍କା ଦେଇଛନ୍ତି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ, ଯାହାର ଶୁଣାଣି ସ୍ଥଗିତ ରଖାଯାଇଛି। ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଡିଆ ଲୋକ ସଭା ନିର୍ବାଚନରେ ପ୍ରଚାର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ଶୁକ୍ରବାର ରାଉସ ଆଭେନ୍ୟୁ କୋର୍ଟ ତାଙ୍କ ଆବେଦନର ଶୁଣାଣି କରିଛନ୍ତି। ମନୀଷ ସିସୋଡିଆଙ୍କ ଆବେଦନ ଉପରେ ସେମାନଙ୍କର ଜବାବ ଦାଖଲ […] The post ସିସୋଡିଆଙ୍କୁ ପୁଣି ଲାଗିଲା ଝଟ୍କା appeared first on Dharitri Odia News.
ନୂଆଦିଲ୍ଲୀ,୧୨।୪: ମନୀଷ ସିସୋଡିଆଙ୍କୁ କୋର୍ଟ ଏକ ବଡ ଝଟ୍କା ଦେଇଛନ୍ତି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ, ଯାହାର ଶୁଣାଣି ସ୍ଥଗିତ ରଖାଯାଇଛି। ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଡିଆ ଲୋକ ସଭା ନିର୍ବାଚନରେ ପ୍ରଚାର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ଶୁକ୍ରବାର ରାଉସ ଆଭେନ୍ୟୁ କୋର୍ଟ ତାଙ୍କ ଆବେଦନର ଶୁଣାଣି କରିଛନ୍ତି। ମନୀଷ ସିସୋଡିଆଙ୍କ ଆବେଦନ ଉପରେ ସେମାନଙ୍କର ଜବାବ ଦାଖଲ କରିବାକୁ କୋର୍ଟ ସିବିଆଇ ଏବଂ ଇଡିକୁ ଏକ ସପ୍ତାହ ସମୟ ଦେଇଛନ୍ତି। ବର୍ତ୍ତମାନ ସିସୋଡିଆଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଏପ୍ରିଲ ୨୦ରେ ଶୁଣାଣି ହେବ।
ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ସେ ଏ ସମ୍ପର୍କରେ ରାଉଜ ଆଭେନ୍ୟୁ କୋର୍ଟରେ ଆବେଦନ କରିଥିଲେ। ତାଙ୍କ ଆବେଦନ ଶୁଣାଣି ବେଳେ ସ୍ବତନ୍ତ୍ର ଜଜ ଶୁଣାଣି ଏପ୍ରିଲ ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖି ଅନୁସନ୍ଧାନକାରୀ ସଂସ୍ଥା ଇଡି ଏବଂ ସିବିଆଇକୁ ଏହାର ଉତ୍ତର ଦାଖଲ କରିବାକୁ ସମୟ ଦେଇଛନ୍ତି। ସୂଚନାଯୋଗ୍ୟ,ମନୀଷ ସିସୋଡିଆ ତାଙ୍କ ସମ୍ପର୍କୀୟଙ୍କ ବିବାହ ସମାରୋହରେ ଯୋଗଦେବା ପାଇଁ ନିକଟରେ ଜାମିନ ମାଗିଥିଲେ, ଯାହା ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ସେ ମଧ୍ୟବର୍ତ୍ତୀକାଳୀନ ଜାମିନ ଦାବି କରିଛନ୍ତି।
The post ସିସୋଡିଆଙ୍କୁ ପୁଣି ଲାଗିଲା ଝଟ୍କା appeared first on Dharitri Odia News.