ନିବେଶ ଲକ୍ଷ୍ୟରେ ଭଜନଲାଲ
ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍ ଅଧିକାରୀଙ୍କ ଗୋଟିଏ ଟିମ୍ ସାରା ଦେଶରେ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ମିଶନ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିବେଶକୁ ଆକର୍ଷିତ କରିବା ଏବଂ ବୈଶ୍ୱିକ ବ୍ୟବସାୟିକ ମାନଚିତ୍ରରେ ରାଜସ୍ଥାନକୁ ସ୍ଥାନୀତ କରିବା ସେମାନଙ୍କର ଦାୟିତ୍ୱ। ସମ୍ଭାବ୍ୟ ନିବେଶକଙ୍କ ସହିତ ଯୋଗାଯୋଗ କରି ଦୀର୍ଘମିଆଦୀ ସମ୍ପର୍କ ସ୍ଥାପନ କରିବା ପାଇଁ ଏହି ପ୍ରତିନିଧି ଦଳ ୨୫ରୁ ଅଧିକ […] The post ନିବେଶ ଲକ୍ଷ୍ୟରେ ଭଜନଲାଲ appeared first on Dharitri Odia News.
ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍ ଅଧିକାରୀଙ୍କ ଗୋଟିଏ ଟିମ୍ ସାରା ଦେଶରେ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ମିଶନ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିବେଶକୁ ଆକର୍ଷିତ କରିବା ଏବଂ ବୈଶ୍ୱିକ ବ୍ୟବସାୟିକ ମାନଚିତ୍ରରେ ରାଜସ୍ଥାନକୁ ସ୍ଥାନୀତ କରିବା ସେମାନଙ୍କର ଦାୟିତ୍ୱ। ସମ୍ଭାବ୍ୟ ନିବେଶକଙ୍କ ସହିତ ଯୋଗାଯୋଗ କରି ଦୀର୍ଘମିଆଦୀ ସମ୍ପର୍କ ସ୍ଥାପନ କରିବା ପାଇଁ ଏହି ପ୍ରତିନିଧି ଦଳ ୨୫ରୁ ଅଧିକ ଦେଶ ଗସ୍ତ କରିବେ । ସୂତ୍ରରୁ ଜଣାପଡ଼ିଛି ଯେ, ଏହା କେବଳ ଏକ ସାକ୍ଷାତ ଏବଂ ଅଭିବାଦନରେ ସୀମିତ ରହିବ ନାହିଁ, ବରଂ ବାବୁମାନେ ନିୟମିତ ଭାବରେ ବିଦେଶୀ ତଥା ଘରୋଇ କମ୍ପାନୀର ପ୍ରତିନିଧିମାନଙ୍କ ସହ ଯୋଗାଯୋଗ ରକ୍ଷା କରିବେ ବୋଲି ଆଶା କରାଯାଏ
।
ଏହାର ଯୋଜନା ହେଉଛି, ଏକ ନେଟୱର୍କ ସୃଷ୍ଟି କରି ସିଧାସଳଖ ରାଜସ୍ଥାନରେ ପୁଞ୍ଜି ନିବେଶ କରିବା। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏଥିପାଇଁ ବଡ଼ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ରାଜସ୍ଥାନର ମୋଟ ଘରୋଇ ଉପତ୍ାଦ(ଜିଡିପି) ୧୮୪ ବିଲିୟନ ଡଲାରରୁ ୩୫୦ ବିଲିୟନ ଡଲାରକୁ ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ। ଏହା ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ। ଦେଖିବାକୁ ଗଲେ ତାମିଲନାଡୁଠାରୁ ରାଜସ୍ଥାନର ଏହି ରଣନୀତି ପୂରା ଭିିନ୍ନ। ନିକଟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ନିକଟରେ ରାଜ୍ୟକୁ ଆକର୍ଷଣୀୟ ପୁଞ୍ଜି ନିବେଶ ସ୍ଥଳୀ କରିବା ଲକ୍ଷ୍ୟ ନେଇ ଆମେରିକା ଯାଇଥିଲେ ଓ ସେଠାରେ ସିଲିକନ ଭ୍ୟାଲିର ପ୍ରମୁଖ ନେତୃତ୍ୱଙ୍କୁ ଭେଟିଥିଲେ। ଶର୍ମା ‘ରାଇଜିଂ ରାଜସ୍ଥାନ’ସମ୍ମିଳନୀରେ ଜିଡିପି ଅଭିବୃଦ୍ଧିର ମୂଳଦୁଆ ପକାଇବାକୁ ଆଶା ବାନ୍ଧିଛନ୍ତି। ଏହି ରଣନୀତି ଫଳପ୍ରଦ ହେବ କି ନାହିଁ ତାହା କେବଳ ସମୟ କହିବ। କିନ୍ତୁ ଏହା ସ୍ପଷ୍ଟ ଯେ ରାଜସ୍ଥାନ ନିଜକୁ ଏକ ଅର୍ଥନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବରେ ପ୍ରତିପାଦିତ କରୁଛି।
ଲିଗାଲ ଡ୍ରାମା
ପୂଜା ଖେଡ୍କରଙ୍କ ମାମଲା ବାସ୍ତବରେ କୌତୂହଳପ୍ରଦ ହେବାରେ ଲାଗିଛି। ଆପଣ ଭାବୁଥିବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଖେଡ୍କର ଏକ ନିମ୍ନ ପ୍ରୋଫାଇଲ ରହୁଛନ୍ତି, କିନ୍ତୁ ତା’ ନୁହେଁ, ସେ ଏହା ଉପରେ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଜଣେ ରିଫ୍ରେସର ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ଖେଡ୍କରଙ୍କ ବିରୋଧରେ ପରୀକ୍ଷା ଠକେଇର ଅଭିଯୋଗକୁ ନେଇ ୟୁପିଏସ୍ସି ତାଙ୍କ ପ୍ରାର୍ଥତ୍ତ୍ୱକୁ ରଦ୍ଦ କରିଦେଇଥିଲେ ମଧ୍ୟ ସେ ପଛଘୁଞ୍ଚା ଦେଇ ନାହାନ୍ତି। ସେ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ତାଙ୍କ ପ୍ରାର୍ଥତ୍ତ୍ୱକୁ ବାତିଲ କରିବା ପାଇଁ ୟୁପିଏସ୍ସିର କୌଣସି ଅଧିକାର ନାହିଁ। ତାଙ୍କ କହିବାନୁସାରେ, ଥରେ ସେ ସିଭିଲ ସର୍ଭିସ ପାଇଁ ମନୋନୀତ ହୋଇ ପ୍ରୋବେସନର୍ ଭାବରେ ନିଯୁକ୍ତ ହୋଇଛନ୍ତି ମାନେ କେବଳ ତାଙ୍କ ଉପରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପଦକ୍ଷେପ ନେଇପାରିବ। ୟୁପିଏସ୍ସି କେବଳ ଏହାର ଅଧିକାର ସୀମା ଅତିକ୍ରମ କରିଥିବା ସେ ଯୁକ୍ତି ବାଢୁଛନ୍ତି। ଉଲ୍ଲେଖନୀୟ ଯେ, ନିଜର ପରିଚୟ ଜାଲିଆତି କରିବା ଏବଂ ତାଙ୍କ କ୍ଷମତାର ଅପବ୍ୟବହାର ପାଇଁ ୟୁପିଏସ୍ସି ଖେଡ୍କରଙ୍କ ପ୍ରାର୍ଥତ୍ତ୍ୱ ରଦ୍ଦ କରିବା ସହ ତାଙ୍କୁ ଭବିଷ୍ୟତର ସମସ୍ତ ପରୀକ୍ଷାରୁ ବଞ୍ଚିତ କରିଥିଲା। ତାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ଦାଖଲ କରିଥିଲା। ତଥାପି, ଏସବୁ ସତ୍ତ୍ୱେ ଖେଡ୍କର ଆଗୁଆ ଜାମିନ ପାଇ ବର୍ତ୍ତମାନ କୋର୍ଟରେ ୟୁପିଏସ୍ସିର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଛନ୍ତି । କିନ୍ତୁ ଏବେ ୟୁପିଏସ୍ସି ଯୁକ୍ତି କରିଛି ଯେ ଠକେଇର ସମ୍ପୂର୍ଣ୍ଣ ବିଷୟକୁ ଉନ୍ମୋଚନ କରିବା ପାଇଁ ଖେଡ୍କରଙ୍କୁ ପଚରାଉଚୁରା ସକାଶେ ରିମାଣ୍ଡରେ ନେବା ଜରୁରୀ । କହିବାକୁ ଗଲେ ଏହା ଏକ ଲିଗାଲ ଡ୍ରାମା ବା ଆଇନଗତ ନାଟକ, ଯାହା ଧୀରେ ଧୀରେ ସ୍ପଷ୍ଟ ହେଉଛି।
ପରିବାରରେ ରହିଲା ଶୀର୍ଷ ପଦବୀ
ଅପ୍ରତ୍ୟାଶିତ ଭାବେ କେରଳର କ୍ଷମତାଶାଳୀ ଦମ୍ପତି ଏବେ ଇତିହାସ ସୃଷ୍ଟି କରିଛନ୍ତି! ଥିରୁଭାନନ୍ତପୁରମ୍ ସଚିବାଳୟରେ ଏକ ଆନୁଷ୍ଠାନିକ ସମାରୋହରେ ବିଦାୟୀ ମୁଖ୍ୟ ଶାସନ ସଚିବ ଡ. ଭି.ବେନୁ ତାଙ୍କ ସ୍ତ୍ରୀ ସାରଦା ମୁରଲୀଧରନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହା ଏକ ଅମଲାତାନ୍ତ୍ରିକ ପରିବର୍ତ୍ତନ ହେଲେ ବି ଏହାକୁ ଏକ ପାରିବାରିକ ନାଟକ ବୋଲି କହିଲେ ଭୁଲ୍ ନାହିଁ। ଉଭୟ ବେନୁ ଏବଂ ସାରଦା ୧୯୯୦ ଆଇଏଏସ୍ ବ୍ୟାଚ୍ ଅଧିକାରୀ। ସେମାନେ ଉଭୟ ଜୀବନ ଏବଂ ସେବାରେ ପ୍ରକୃତ ଭାଗୀଦାରି ହୋଇଛନ୍ତି। ବେନୁ ବୟସରେ କିଛି ମାସ ବଡ଼ ଓ ବରିଷ୍ଠତାରେ ସାମାନ୍ୟ ଆଗରେ ରହିଆସିଥିଲେ। ବର୍ତ୍ତମାନ ରାଜ୍ୟର ଅମଲାତନ୍ତ୍ରରେ ସାରଦା ଶୀର୍ଷ ସ୍ଥାନ ଅଧିକାର କରିବା କେବଳ ପ୍ରୋଟୋକଲର ବିଷୟ ନୁହେଁ, ଏହା ଏକ ଐତିହାସିକ କ୍ଷଣ ମଧ୍ୟ। ସରକାରରେ ଅନେକ କ୍ଷମତାଶାଳୀ ସ୍ବାମୀ-ସ୍ତ୍ରୀ ଯୋଡ଼ି ଅଛନ୍ତି। କିନ୍ତୁ ଏହା ହେଉଛି ପ୍ରଥମ ଘଟଣା, ଯେଉଁଥିରେ ଜଣେ ମୁଖ୍ୟ ଶାସନ ସଚିବ ତାଙ୍କ ସ୍ତ୍ରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି; ସତେ ଯେପରି ରାଜ୍ୟର ସର୍ବୋଚ୍ଚ ପଦବୀ ସର୍ବଦା ପରିବାରରେ ରହିବା ପାଇଁ ଉଦ୍ଦିଷ୍ଟ ଥିଲା । ସାରଦା ନୂତନ ଦାୟିତ୍ୱ ନେଇଥିବାବେଳେ ଦମ୍ପତିଙ୍କ ମିଳିତ ଉତ୍ତରାଧିକାର କେବଳ ଅମଲାତାନ୍ତ୍ରିକ ପରିସରରେ ନୁହେଁ, ବରଂ ସବୁଠି ଆଲୋଚନାର ବିଷୟ ହେଇଛି। ପାରିବାରିକ ପରିହାସ ବିଷୟ କଥା ଜଣେ ଭାବି ପାରନ୍ତି। ତାହା ହେଉଛି, ବେନୁ ସାରଦାଙ୍କୁ ଗୁରୁ ଦାୟିତ୍ୱ ଦେଇଥିବା ମନେପକାଇ ଦେଉଛନ୍ତି ଏବଂ ସାରଦା ମଜାଳିଆ ଢଙ୍ଗେରେ ସୂଚାଇ ଦେଇଛନ୍ତି ଯେ ସେ ବର୍ତ୍ତମାନ ଉଭୟ ଅଫିସ ଏବଂ ଘରେ ବି ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
Email: dilipcherian@gmail.com
The post ନିବେଶ ଲକ୍ଷ୍ୟରେ ଭଜନଲାଲ appeared first on Dharitri Odia News.