ନିମାପଡ଼ା ରାଜନୀତିରେ ହଟଚମଟ: ଆସନ ହାତେଇବା ପାଇଁ ୮ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି
ନିମାପଡ଼ା,୨୬।୫: ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି। ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭାଜପାକୁ ଯିବା ପରେ ଦଳ ଏବେ ଏହି ଆସନ ଲାଗି ୮ ନେତାଙ୍କୁ ଦାୟିତ୍ୱ ଦେଇଛି। ସେମାନେ ହେଉଛନ୍ତି- ସୁଭାଶିଷ ଖୁଣ୍ଟିଆ, ଉମାକାନ୍ତ ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥୀ, ରମା ରଞ୍ଜନ ବଳିଆରସିଂହ, ସଂଗ୍ରାମ ପାଇକରାୟ, କମଳ ପାତ୍ର, ସୁନୀଲ ମହାନ୍ତି ଓ ଦିବାକର ପାତ୍ର। ନିର୍ବାଚନ ସଂଯୋଜକ ଭାବେ ସମସ୍ତଙ୍କୁ ନିଯୁକ୍ତ କରାଯାଇଛି। ଅନ୍ତିମ […] The post ନିମାପଡ଼ା ରାଜନୀତିରେ ହଟଚମଟ: ଆସନ ହାତେଇବା ପାଇଁ ୮ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି appeared first on Dharitri Odia News.
ନିମାପଡ଼ା,୨୬।୫: ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି। ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭାଜପାକୁ ଯିବା ପରେ ଦଳ ଏବେ ଏହି ଆସନ ଲାଗି ୮ ନେତାଙ୍କୁ ଦାୟିତ୍ୱ ଦେଇଛି। ସେମାନେ ହେଉଛନ୍ତି- ସୁଭାଶିଷ ଖୁଣ୍ଟିଆ, ଉମାକାନ୍ତ ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥୀ, ରମା ରଞ୍ଜନ ବଳିଆରସିଂହ, ସଂଗ୍ରାମ ପାଇକରାୟ, କମଳ ପାତ୍ର, ସୁନୀଲ ମହାନ୍ତି ଓ ଦିବାକର ପାତ୍ର। ନିର୍ବାଚନ ସଂଯୋଜକ ଭାବେ ସମସ୍ତଙ୍କୁ ନିଯୁକ୍ତ କରାଯାଇଛି।
ଅନ୍ତିମ ପର୍ଯ୍ୟାୟରେ ନିମାପଡ଼ା ଆସନରେ ମତଦାନ କରାଯିବ। ଏଠାରୁ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି। ତିନି ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଟିକେଟ କାଟି ଦଳ ଦିଲ୍ଲୀପଙ୍କ ଉପରେ ଭରସା କରିଛି। ଅନ୍ୟପକ୍ଷରେ ଟିକେଟ ନପାଇବାରୁ ସମୀର ବିଜେଡିରୁ ଇସ୍ତଫା ଦେଇ ନିକଟରେ ଭାଜପାରେ ଯୋଗ ଦେଇଛନ୍ତି।
ସେହିଭଳି ଭାଜପା ଏହି ଆସନରୁ ପ୍ରଭାତୀ ପରିଡ଼ାଙ୍କୁ ପ୍ରାର୍ଥୀ କରିଛି। ପ୍ରଭାତୀ ଏଥର ନିଶ୍ଚିୟ ବିଜୟୀ ହେବେ ବୋଲି ସମୀର ପୂର୍ବରୁ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଜେଡି କଳ ବଳ କୌଶଳ ଆପଣାଉଥିବା କୁହାଯାଉଛି।
The post ନିମାପଡ଼ା ରାଜନୀତିରେ ହଟଚମଟ: ଆସନ ହାତେଇବା ପାଇଁ ୮ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି appeared first on Dharitri Odia News.