ନିମ୍ରତ କୌରଙ୍କ ସହ ପ୍ରେମ ସମ୍ପର୍କ ଚର୍ଚ୍ଚା ମଧ୍ୟରେ ଏମିତି ପ୍ରତିକ୍ରିୟା ଦେଲେ ଅଭିଷେକ ବଚ୍ଚନ
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ତାଙ୍କ ନାଁ ଅଭିନେତ୍ରୀ ନିମ୍ରତ କୌରଙ୍କ ଯୋଡ଼ାଯାଉଛି। ଏସବୁ ଭିତରେ ନିକଟରେ ଅଭିଷେକଙ୍କୁ ବିମାନବନ୍ଦରରୁ ବାହାରକୁ ଆସୁଥିବାର ଦେଖାଯାଇଥିଲା। ଗଣମାଧ୍ୟମ ତାଙ୍କୁ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ବହୁତ ଅପ୍ସେଟ୍ ଜଣାପଡୁଥିଲେ। ସେ ବାସ୍ ସେତିକି ଥାଉ ବୋଲି ହାତ ଯୋଡ଼ି କହିଥିଲେ। ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ମତଭେଦ ହେବାର କାରଣ […] The post ନିମ୍ରତ କୌରଙ୍କ ସହ ପ୍ରେମ ସମ୍ପର୍କ ଚର୍ଚ୍ଚା ମଧ୍ୟରେ ଏମିତି ପ୍ରତିକ୍ରିୟା ଦେଲେ ଅଭିଷେକ ବଚ୍ଚନ appeared first on Dharitri Odia News.
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ତାଙ୍କ ନାଁ ଅଭିନେତ୍ରୀ ନିମ୍ରତ କୌରଙ୍କ ଯୋଡ଼ାଯାଉଛି। ଏସବୁ ଭିତରେ ନିକଟରେ ଅଭିଷେକଙ୍କୁ ବିମାନବନ୍ଦରରୁ ବାହାରକୁ ଆସୁଥିବାର ଦେଖାଯାଇଥିଲା। ଗଣମାଧ୍ୟମ ତାଙ୍କୁ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ବହୁତ ଅପ୍ସେଟ୍ ଜଣାପଡୁଥିଲେ। ସେ ବାସ୍ ସେତିକି ଥାଉ ବୋଲି ହାତ ଯୋଡ଼ି କହିଥିଲେ।
ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ମତଭେଦ ହେବାର କାରଣ ନିମ୍ରତ ବୋଲି ଆଲୋଚନା ଚାଲିଛି। ଏହି କାରଣରୁ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଗୋଟିଏ ଘରେ ଏକାଠି ରହୁ ନାହାନ୍ତି ଏବଂ ଏକାଠି କୌଣସି ଇଭେଣ୍ଟରେ ଯୋଗ ଦେଉନାହାନ୍ତି। କିନ୍ତୁ ଏଭଳି ଚର୍ଚ୍ଚାକୁ ନେଇ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନି।
ଅଭିଷେକ ବଚ୍ଚନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ହେଉଛି ‘ହାଉସଫୁଲ୍ ୫’। ନିକଟରେ ସେ ଲଣ୍ଡନରେ ଫିଲ୍ମର ଶୁଟିଂ କରିଥିଲେ। ଏଥିରେ ଅକ୍ଷୟ କୁମାର, ଅନିଲ କପୁର, ନାନା ପାଟେକର, ରିତେଶ ଦେଶମୁଖ ଏବଂ ଚଙ୍କି ପାଣ୍ଡେଙ୍କ ଭଳି ଷ୍ଟାରମାନେ ତାଙ୍କ ସହ ନଜର ଆସିବେ। ‘ହାଉସଫୁଲ ୫’ ଜୁନ ୨୦୨୫ରେ ପ୍ରେକ୍ଷାଳୟକୁ ଆସିବ।
The post ନିମ୍ରତ କୌରଙ୍କ ସହ ପ୍ରେମ ସମ୍ପର୍କ ଚର୍ଚ୍ଚା ମଧ୍ୟରେ ଏମିତି ପ୍ରତିକ୍ରିୟା ଦେଲେ ଅଭିଷେକ ବଚ୍ଚନ appeared first on Dharitri Odia News.