ନିଯୁକ୍ତି ପତ୍ର ମିଳିଲା ହେଲେ ହେଉନି ପୋଷ୍ଟିଂ,ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
ନିଯୁକ୍ତି ପତ୍ର ମିଳିଲା ହେଲେ ହେଉନି ପୋଷ୍ଟିଂ । କଟକ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ । ଫାୟାର ମ୍ୟାନ ଓ ଫାୟାର ମ୍ୟାନ ଡ୍ରାଇଭର ଆଶାୟୀଙ୍କ ଆନ୍ଦୋଳନ । ନିଯୁକ୍ତି ପତ୍ର ମିଳିଥିଲେ ବି ପୋଷ୍ଟିଂ ମିଳୁନଥିବା ଅଭିଯୋଗ ।
ନିଯୁକ୍ତି ପତ୍ର ମିଳିଲା ହେଲେ ହେଉନି ପୋଷ୍ଟିଂ । କଟକ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଛି ଆନ୍ଦୋଳନ । ଫାୟାର ମ୍ୟାନ ଓ ଫାୟାର ମ୍ୟାନ ଡ୍ରାଇଭର ଭାବେ ନିଯୁକ୍ତି ପତ୍ର ମିଳିଥିଲେ ବି ପୋଷ୍ଟିଂ ମିଳୁନଥିବାରୁ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଶହଶହ ଆଶାୟୀ।
ଗତ ଫେବୃଆରୀ ୧୨ ତାରିଖରେ ଚାକିରିରେ ଯୋଗ ଦେବା ପାଇଁ ବିଭାଗ ପକ୍ଷରୁ ନିଯୁକ୍ତି ପତ୍ର ପାଇଥିଲେ ଶହ ଶହ ପ୍ରାର୍ଥୀ । ହେଲେ ଏହାପରେ ଆଉ ସେମାନଙ୍କୁ ନିଯୁକ୍ତି ଦିଆଯାଉନାହିଁ । ବାରମ୍ବାର ଏ ନେଇ ଅଗ୍ନିଶମ ବିଭାଗର ଡିଜିଙ୍କୁ ଭେଟିବା ସତ୍ତ୍ୱେ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି। ଏ ନେଇ ଆଜି ଶତାଧିକ ପ୍ରାର୍ଥୀ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ...
#ନିଯୁକ୍ତି_ପତ୍ର_ପାଇ_ମଧ୍ୟ_ଚାକିରି_କରିପାରୁନାହାନ୍ତି_ଶହ_ଶହ_ଆଶାୟୀ
ନିଯୁକ୍ତି ପତ୍ର ମିଳିଲା ହେଲେ ପୋଷ୍ଟିଂ ହେଉନି। କଟକ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଛି ବିକ୍ଷୋଭ ପ୍ରଦର୍ଶନ । ଫାୟାରମ୍ୟାନ୍ ଓ ଫାୟାରମ୍ୟାନ ଡ୍ରାଇଭର ଆଶାୟୀ ଆନ୍ଦୋଳନ କରିଛନ୍ତି।#Cuttack #FireDG #Fireman #OTV pic.twitter.com/FWeimFlewx — ଓଟିଭି (@otvkhabar) September 13, 2024