ନିଯୁକ୍ତି ପ୍ରକ୍ରିୟାରେ ବିଜିୟୁର ଉତ୍ତମ ପ୍ରଦର୍ଶନ

ଭୁବନେଶ୍ୱର,୧୫।୫: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଯୁକ୍ତି ପ୍ରକ୍ରିୟାରେ ବିର୍ଲା ଗ୍ଲୋବାଲ ୟୁନିଭରସିଟି(ବିଜିୟୁ)ର ଉତ୍ତମ ପ୍ରଦର୍ଶନ ଜାରି ରହିଛି। ବିଜିୟୁର ପ୍ଲେସମେଣ୍ଟ ବିଭାଗ ବିଭିନ୍ନ କ୍ଷେତ୍ରକୁ ବିସ୍ତାର କରୁଥିବା ବେଳେ ନିଯୁକ୍ତି ପ୍ରୋଫାଇଲ ସହ ଜଡିତ ହୋଇଛି। ବିଜିୟୁ ପ୍ଲେସମେଣ୍ଟ ବିଭାଗ ଦେଶବ୍ୟାପୀ ଶୀର୍ଷସ୍ତରରେ ନିଯୁକ୍ତଦାତାଙ୍କୁ ଆକର୍ଷିତ କରିବା ସହିତ ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କ କ୍ୟାରିୟର ସହ ସମାନ୍ତରାଳ ଭାବେ ଆଗକୁ ବଢ଼ିବା ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରୁଛି। ବିଜିୟୁର ମ୍ୟାନେଜମେଣ୍ଟ, କମର୍ସ, କମ୍ୟୁନିକେଶନ […] The post ନିଯୁକ୍ତି ପ୍ରକ୍ରିୟାରେ ବିଜିୟୁର ଉତ୍ତମ ପ୍ରଦର୍ଶନ appeared first on Dharitri Odia News.

ନିଯୁକ୍ତି ପ୍ରକ୍ରିୟାରେ ବିଜିୟୁର ଉତ୍ତମ ପ୍ରଦର୍ଶନ

ଭୁବନେଶ୍ୱର,୧୫।୫: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଯୁକ୍ତି ପ୍ରକ୍ରିୟାରେ ବିର୍ଲା ଗ୍ଲୋବାଲ ୟୁନିଭରସିଟି(ବିଜିୟୁ)ର ଉତ୍ତମ ପ୍ରଦର୍ଶନ ଜାରି ରହିଛି। ବିଜିୟୁର ପ୍ଲେସମେଣ୍ଟ ବିଭାଗ ବିଭିନ୍ନ କ୍ଷେତ୍ରକୁ ବିସ୍ତାର କରୁଥିବା ବେଳେ ନିଯୁକ୍ତି ପ୍ରୋଫାଇଲ ସହ ଜଡିତ ହୋଇଛି। ବିଜିୟୁ ପ୍ଲେସମେଣ୍ଟ ବିଭାଗ ଦେଶବ୍ୟାପୀ ଶୀର୍ଷସ୍ତରରେ ନିଯୁକ୍ତଦାତାଙ୍କୁ ଆକର୍ଷିତ କରିବା ସହିତ ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କ କ୍ୟାରିୟର ସହ ସମାନ୍ତରାଳ ଭାବେ ଆଗକୁ ବଢ଼ିବା ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରୁଛି। ବିଜିୟୁର ମ୍ୟାନେଜମେଣ୍ଟ, କମର୍ସ, କମ୍ୟୁନିକେଶନ ଏବଂ ସୋସିଆଲ ସାଇନ୍ସର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ରମାନେ ବିଭିନ୍ନ ସଂସ୍ଥା ଯଥା ଏଫ୍‌ଏମ୍‌ସିଜି, ଏଫ୍‌ଏମ୍‌ସିଡି, ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ, କନ୍‌ସଲ୍ଟିଂ, ବ୍ୟାଙ୍କିଙ୍ଗ୍‌ ସର୍ଭିସେସ୍‌, ଆଇଟି, ମିଡିଆ,ପବ୍ଲିକ ରିଲେସନ୍ସ ଆଣ୍ଡ ଆଡଭର୍ଟାଇଜିଂ ଭଳି କ୍ଷେତ୍ରରେ ସଫଳତାର ସହ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଛନ୍ତି। ଏଡିପି, ଫେଡେରାଲ ବ୍ୟାଙ୍କ, ଡିଲଏଟ୍‌, ପିଡବ୍ଲ୍ୟୁସି, ପେପ୍‌ସି, ଏସ୍‌ବିଆଇ ମ୍ୟୁଚୁଆଲ ଫଣ୍ଡ୍‌, ଶ୍ୟାମ୍‌ ଷ୍ଟିଲ, ଏସ୍‌ବିଆଇ ଲାଇଫ, କଫି କ୍ୟାଫେ ଡେ, ଆକ୍ସିସ୍‌ ବ୍ୟାଙ୍କ, ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ, ଆକ୍ସିସ୍‌ ମ୍ୟୁଚୁଆଲ ଫଣ୍ଡ୍‌, ଭାଲ୍ୟୁ ୩୬୦, ଏଚ୍‌ଡିଏଫ୍‌ସି ଏଏମ୍‌ସି, ବିଏଫ୍‌ଆଇଏଲ୍‌ ଭଳି ବହୁ ପ୍ରତିଷ୍ଠିତ କମ୍ପାନୀ ବିଜିୟୁ ଛାତ୍ରୀଛାତ୍ରମାନଙ୍କୁ ନିଯୁକ୍ତି ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।
ବିଜିୟୁ ଛାତ୍ରୀଛାତ୍ରମାନଙ୍କର ଗ୍ରୀଷ୍ମକାଳୀନ ଇଣ୍ଟର୍ନଶିପ୍‌ ଏବଂ ସ୍ବଳ୍ପ ଅବଧି ପ୍ରକଳ୍ପଗୁଡିକ ଶିଳ୍ପ ସମ୍ବନ୍ଧୀୟ ତାଲିମ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାରେ ନିଯୁକ୍ତି ଯୋଗ୍ୟ ହେବା ପାଇଁ ଅତ୍ୟାଧୁନିକ ପାଠ୍ୟକ୍ରମ ଡିଜାଇନ୍‌ କରାଯାଇଛି।

The post ନିଯୁକ୍ତି ପ୍ରକ୍ରିୟାରେ ବିଜିୟୁର ଉତ୍ତମ ପ୍ରଦର୍ଶନ appeared first on Dharitri Odia News.