ନିରୀହଙ୍କୁ ଟାର୍ଗେଟ୍ କରୁଛି ଇସ୍ରାଏଲ; ଗାଜାପଟ୍ଟୀରେ ସ୍କୁଲ ଉପରେ ରକେଟ୍ ମାଡ଼, ୨୦ ମୃତ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବହ୍ନି ଥମୁନାହିଁ । ଗାଜାପଟ୍ଟୀରେ ନରସଂହାର ଜାରି ରଖିଛି ଇସ୍ରାଏଲ ସେନା । ଇସ୍ରାଏଲ ଡିଫେନ୍ସ ଫୋର୍ସ ସ୍କୁଲ ଏବଂ ଆଶ୍ରୟସ୍ଥଳୀକୁ ଟାର୍ଗେଟ୍ କରୁଥିବା ଅଭିଯୋଗ ହୋଇଛି । ଅକ୍ଟୋବର ୧୪ ତାରିଖ ଅର୍ଥାତ୍ ସୋମବାର ଇସ୍ରାଏଲ ସେନା ଗାଜାପଟ୍ଟୀର ଏକ ସ୍କୁଲ ଉପରେ ଆକ୍ରମଣ କରିଛି । ଏହି ହମଲାରେ ୨୦ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଥିବା କୁହାଯାଉଛି । ସ୍ଥାନୀୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ମଧ୍ୟ-ଗାଜାର ଏକ ସ୍କୁଲରେ ଆଶ୍ରୟସ୍ଥଳୀ ହୋଇଥିଲା । ସେଠାରେ ଯୁଦ୍ଧ ପୀଡିତ ବା ବିସ୍ଥାପିତମାନେ ଆଶ୍ରୟ ନେଇଥିଲେ । ତେବେ ସେହି ସ୍ଥାନକୁ ଟାର୍ଗେଟ୍ କରିଛି ହମଲା କରିଛି ଇସ୍ରାଏଲ ସେନା । ଇସ୍ରାଏଲର ଏହି ରକେଟ୍ ମାଡ଼ରେ ୨୦ଜଣଙ୍କ ମୃତ୍ୟୁ ହୋଇଛି । ରବିବାର ଗାଜାର ଅନ୍ୟଏକ ସ୍ଥାନରେ ହମଲା ଯୋଗୁ ୨ଜଣ ମହିଳାଙ୍କ ମୃତ୍ୟୁ ଖବର ମିଳିଛି । ଗାଜା ସ୍ବାସ୍ଥ୍ୟମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ଗାଜାରେ ଇସ୍ରାଏଲର ବୋମା ବିସ୍ଫୋରଣ ଏବଂ ସ୍ଥଳସେନା ଆକ୍ରମଣରେ ଏପର୍ଯ୍ୟନ୍ତ ୪୨,୦୦୦ରୁ ଅଧିକ ଫିଲିସ୍ତିନୀଙ୍କ ମୃତ୍ୟୁ ହୋଇଛି । ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ସଂଗଠନ ଅତର୍କିତ ଆକ୍ରମଣ କରିଥିଲା । ରକେଟ୍ ମାଡ଼ରେ ୧୨ଶହରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ପ୍ରାୟ ୩୫୦ ନିରୀହ ଲୋକଙ୍କୁ ହମାସ ଆତଙ୍କୀ ପଣବନ୍ଦୀ କରି ନେଇଥ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବହ୍ନି ଥମୁନାହିଁ । ଗାଜାପଟ୍ଟୀରେ ନରସଂହାର ଜାରି ରଖିଛି ଇସ୍ରାଏଲ ସେନା । ଇସ୍ରାଏଲ ଡିଫେନ୍ସ ଫୋର୍ସ ସ୍କୁଲ ଏବଂ ଆଶ୍ରୟସ୍ଥଳୀକୁ ଟାର୍ଗେଟ୍ କରୁଥିବା ଅଭିଯୋଗ ହୋଇଛି । ଅକ୍ଟୋବର ୧୪ ତାରିଖ ଅର୍ଥାତ୍ ସୋମବାର ଇସ୍ରାଏଲ ସେନା ଗାଜାପଟ୍ଟୀର ଏକ ସ୍କୁଲ ଉପରେ ଆକ୍ରମଣ କରିଛି । ଏହି ହମଲାରେ ୨୦ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଥିବା କୁହାଯାଉଛି ।
ସ୍ଥାନୀୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ମଧ୍ୟ-ଗାଜାର ଏକ ସ୍କୁଲରେ ଆଶ୍ରୟସ୍ଥଳୀ ହୋଇଥିଲା । ସେଠାରେ ଯୁଦ୍ଧ ପୀଡିତ ବା ବିସ୍ଥାପିତମାନେ ଆଶ୍ରୟ ନେଇଥିଲେ । ତେବେ ସେହି ସ୍ଥାନକୁ ଟାର୍ଗେଟ୍ କରିଛି ହମଲା କରିଛି ଇସ୍ରାଏଲ ସେନା । ଇସ୍ରାଏଲର ଏହି ରକେଟ୍ ମାଡ଼ରେ ୨୦ଜଣଙ୍କ ମୃତ୍ୟୁ ହୋଇଛି । ରବିବାର ଗାଜାର ଅନ୍ୟଏକ ସ୍ଥାନରେ ହମଲା ଯୋଗୁ ୨ଜଣ ମହିଳାଙ୍କ ମୃତ୍ୟୁ ଖବର ମିଳିଛି । ଗାଜା ସ୍ବାସ୍ଥ୍ୟମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ଗାଜାରେ ଇସ୍ରାଏଲର ବୋମା ବିସ୍ଫୋରଣ ଏବଂ ସ୍ଥଳସେନା ଆକ୍ରମଣରେ ଏପର୍ଯ୍ୟନ୍ତ ୪୨,୦୦୦ରୁ ଅଧିକ ଫିଲିସ୍ତିନୀଙ୍କ ମୃତ୍ୟୁ ହୋଇଛି ।
ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ସଂଗଠନ ଅତର୍କିତ ଆକ୍ରମଣ କରିଥିଲା । ରକେଟ୍ ମାଡ଼ରେ ୧୨ଶହରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ପ୍ରାୟ ୩୫୦ ନିରୀହ ଲୋକଙ୍କୁ ହମାସ ଆତଙ୍କୀ ପଣବନ୍ଦୀ କରି ନେଇଥିଲା । ଏହାର ପରେ ଇସ୍ରାଏଲ ସେନା ପାଲଟା ଆକ୍ରମଣ କରିଥିଲା । ସେବେଠାରୁ ହମାସ ଆତଙ୍କୀ ସଂଗଠନ ଉପରେ ଘନଘନ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ ।