ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା
ନୂଆଦିଲ୍ଲୀ,୧୦।୨: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ କ୍ରମାଗତ ଭାବରେ ଅଗ୍ରଗତି କରୁଛି। ଯୋଜନା ଅନୁଯାୟୀ ସବୁକିଛି ଚାଲିଛି । କିନ୍ତୁ ସୂଚନା ମିଳିଛି ଯେ ବର୍ତ୍ତମାନ ଏହି ଯୋଜନା ପରିବର୍ତ୍ତନ କରାଯାଇପାରିବ। ରାହୁଲ ଗାନ୍ଧୀଙ୍କ ଏହି ଗସ୍ତ ନିର୍ଦ୍ଧାରିତ ସମୟର ୧୦ ଦିନ ପୂର୍ବରୁ ଶେଷ ହୋଇପାରେ। ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଯାତ୍ରାରେ ପରିବର୍ତ୍ତନ ବିଷୟରେ ଆଲୋଚନା ହେଉଛି। ବର୍ତ୍ତମାନ ଏହି ଯାତ୍ରା ଓଡିଶାରେ […] The post ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା appeared first on Dharitri Odia News.
ନୂଆଦିଲ୍ଲୀ,୧୦।୨: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ କ୍ରମାଗତ ଭାବରେ ଅଗ୍ରଗତି କରୁଛି। ଯୋଜନା ଅନୁଯାୟୀ ସବୁକିଛି ଚାଲିଛି । କିନ୍ତୁ ସୂଚନା ମିଳିଛି ଯେ ବର୍ତ୍ତମାନ ଏହି ଯୋଜନା ପରିବର୍ତ୍ତନ କରାଯାଇପାରିବ। ରାହୁଲ ଗାନ୍ଧୀଙ୍କ ଏହି ଗସ୍ତ ନିର୍ଦ୍ଧାରିତ ସମୟର ୧୦ ଦିନ ପୂର୍ବରୁ ଶେଷ ହୋଇପାରେ। ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଯାତ୍ରାରେ ପରିବର୍ତ୍ତନ ବିଷୟରେ ଆଲୋଚନା ହେଉଛି। ବର୍ତ୍ତମାନ ଏହି ଯାତ୍ରା ଓଡିଶାରେ ପହଞ୍ଚିଛି। ଏହି ଯାତ୍ରା ଠାରୁ ବିରତି ନେବା ପରେ ରାହୁଲ ଗାନ୍ଧୀ ଦିଲ୍ଲୀ ଆସିଛନ୍ତି।
ସୂଚନାନୁସାରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯାତ୍ରା ସମୟରେ ନିଜର ଗତି ବଢାଇଛନ୍ତି। ଅଦ୍ୟାବଧି ଏହି ଯାତ୍ରା ଦୈନିକ ପ୍ରାୟ ୬୦-୭୦ କିଲୋମିଟର ଦୂରତା ଅତିକ୍ରମ କରୁଥିଲା, ଯାହା ବର୍ତ୍ତମାନ ଦୈନିକ ୧୦୦-୧୧୦କିଲୋମିଟରକୁ ବୃଦ୍ଧି କରାଯାଇଛି। ଯୋଜନା ଅନୁଯାୟୀ ତାଙ୍କ ଯାତ୍ରା ମାର୍ଚ୍ଚ ୨୦ରେ ଶେଷ ହେବ। କିନ୍ତୁ ବର୍ତ୍ତମାନ ଏହାକୁ ୧୦ ଦିନ ପୂର୍ବରୁ ୧୦ମାର୍ଚ୍ଚରେ ମୁମ୍ବାଇରେ ଶେଷ କରିବାକୁ ଯୋଜନା କରାଯାଇଛି।
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ୧୬ ଫେବୃଆରୀରେ ଚାନ୍ଦୁଲି ଦେଇ ଉତ୍ତରପ୍ରଦେଶରେ ପ୍ରବେଶ କରିବ। ଏହି ଯାତ୍ରା ଉତ୍ତରପ୍ରଦେଶରେ ପ୍ରାୟ ୧୧ ଦିନ ଧରି ଚାଲିବ ଏବଂ ପ୍ରାୟ ୨୦ ଟି ଜିଲା ଦେଇ ଗତି କରିବ। ରାୟ ବରେଲିରେ ଏହି ଯାତ୍ରାରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଅଂଶଗ୍ରହଣ କରିବେ।
ର୍ନିଦ୍ଧାରିତ ସମୟ ପୂର୍ବରୁ ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ସଂପୂର୍ଣ୍ଣ କରିବା ପାଇଁ ଉତ୍ତରପ୍ରଦେଶର ଯୋଜନା କଟାଯାଇଛି। ଏହାପୂର୍ବରୁ ରାହୁଲ ଗାନ୍ଧୀ ୧୧ ଦିନ ପାଇଁ ୟୁପିର ବିଭିନ୍ନ ସ୍ଥାନ ପରିଦର୍ଶନ କରିବାର ଯୋଜନା କରିଥିଲେ, ଯାହାକୁ ୬-୭ କୁ ହ୍ରାସ କରାଯାଇଛି। ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଫେବୃଆରୀ ୧୯ରେ ତାଙ୍କ ପୂର୍ବତନ ସଂସଦ ନିର୍ବାଚନମଣ୍ଡଳୀ ଆମେଥୀ ନିକଟରେ ପହଞ୍ଚିବ। ଏହି ସମୟ ମଧ୍ୟରେ ସେ ଅନେକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ। ବହୁ ପରିମାଣରେ ଏଥିପାଇଁ ପ୍ରସ୍ତୁତି ଚାଲିଛି।
The post ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା appeared first on Dharitri Odia News.