ନିର୍ବାଚନ କମିଟି ବୈଠକ ଡାକିଲେ ମନମୋହନ, ଆସନ ଉପରେ କରିବେ ଚର୍ଚ୍ଚା
ଭୁବନେଶ୍ୱର,୧୪।୩: ଶୁକ୍ରବାର ରାଜ୍ୟ ଭାଜପାର ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ। ଭାଜପା ସଭାପତି ମନମୋହନ ସାମଲ ଏହି ବୈଠକ ଡାକିଥିବା ଜଣାପଡିଛି। ମନମୋହନ କହିଛନ୍ତି, ନିର୍ବାଚନ କମିଟି ବୈଠକରେ ସମସ୍ତ ଆସନ ପାଇଁ ପରୀକ୍ଷା ନିରୀକ୍ଷା କରାଯିବ। ବୈଠକର ସବିଶେଷ ରିପୋର୍ଟ ଦଳର ଦଳର ସଂସଦୀୟ କମିଟିକୁ ପଠାଯିବ। ଏଥିସହିତ ଭାଜପା ଏକାକୀ ସରକାର କରିବ ବୋଲି ପୁଣି ମନମୋହନ ଦୋହରାଇଛନ୍ତି। ଅନ୍ୟପଟେ, ଭାଜପା ସଭାପତି ମନମୋହନ ଆଜି ଦିଲ୍ଲୀରୁ ଫେରିବା ପରେ ପ୍ରଥମେ କହିଥିଲେ, […] The post ନିର୍ବାଚନ କମିଟି ବୈଠକ ଡାକିଲେ ମନମୋହନ, ଆସନ ଉପରେ କରିବେ ଚର୍ଚ୍ଚା appeared first on Dharitri Odia News.
ଭୁବନେଶ୍ୱର,୧୪।୩: ଶୁକ୍ରବାର ରାଜ୍ୟ ଭାଜପାର ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ। ଭାଜପା ସଭାପତି ମନମୋହନ ସାମଲ ଏହି ବୈଠକ ଡାକିଥିବା ଜଣାପଡିଛି। ମନମୋହନ କହିଛନ୍ତି, ନିର୍ବାଚନ କମିଟି ବୈଠକରେ ସମସ୍ତ ଆସନ ପାଇଁ ପରୀକ୍ଷା ନିରୀକ୍ଷା କରାଯିବ। ବୈଠକର ସବିଶେଷ ରିପୋର୍ଟ ଦଳର ଦଳର ସଂସଦୀୟ କମିଟିକୁ ପଠାଯିବ। ଏଥିସହିତ ଭାଜପା ଏକାକୀ ସରକାର କରିବ ବୋଲି ପୁଣି ମନମୋହନ ଦୋହରାଇଛନ୍ତି।
ଅନ୍ୟପଟେ, ଭାଜପା ସଭାପତି ମନମୋହନ ଆଜି ଦିଲ୍ଲୀରୁ ଫେରିବା ପରେ ପ୍ରଥମେ କହିଥିଲେ, ପ୍ରକ୍ରିୟା ଚାଲିଛି। ତା’ର କିଛି ସମୟ ପରେ କହିଲେ ଆମେ ଏକା ଲଢିବୁ। ଏବେ କହିଲେଣି ନିଷ୍ପତ୍ତି ହାଇକମାଣ୍ଡ ନିଷ୍ପତ୍ତି ନେବେ। ପୁଣି ମନମୋହନ ଏକାକୀ ଲଢିବା ନେଇ ଟୁଇଟ କରିବା ପରେ ତାହାକୁ ଡିଲିଟ କରିବାକୁ ନେଇ ପ୍ରଶ୍ନ ଉଠୁଛି। ଏବେ ଚର୍ଚ୍ଚା ହେଉଛି, ମନମୋହନ ସାମଲଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି। କେବଳ ଏତିକି ନୁହେଁ, ପୁଣି ତାଙ୍କୁ ଦିଲ୍ଲୀ ଯିବା ପାଇଁ ଡାକରା ଆସିଥିବା ଆଲୋଚନା ହେଉଛି।
The post ନିର୍ବାଚନ କମିଟି ବୈଠକ ଡାକିଲେ ମନମୋହନ, ଆସନ ଉପରେ କରିବେ ଚର୍ଚ୍ଚା appeared first on Dharitri Odia News.