ନିର୍ବାଚନ କାର୍ଯ୍ୟରେ ଆଦେଶ ଅବମାନନା : ୧୩ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ଗିରଫ ଓ୍ବାରେଣ୍ଟ

ଭଦ୍ରକ ୨୯।୫: ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ସେକ୍ଟର ଅଫିସରମାନଙ୍କ ପାଇଁ ଓ ଅନ୍ୟାନ୍ୟ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିବା ଗାଡ଼ିଗୁଡ଼ିକ ମଧ୍ୟରୁ ୧୩ଟି ଗାଡ଼ି ରିପୋର୍ଟ କରିନଥିବାରୁ ଉକ୍ତ ଗାଡ଼ି ମାଲିକମାନଙ୍କୁ ଗିରଫ କରାଯିବା ପାଇଁ ୱାରେଣ୍ଟ ଜାରି ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ପୋଲିସ ପ୍ରଶାସନକୁ ଅବଗତ କରାଯାଇଛି । ସୂଚନାଯୋଗ୍ୟ ଯେ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ଆଦେଶ ସଂଖ୍ୟା ୯୦୨ ଅନୁଯାୟୀ ଏହି ଗାଡ଼ି ସବୁକୁ ନିର୍ବାଚନ କାର୍ଯ୍ୟ ପାଇଁ ରିକ୍ୟୁଜିସନ୍ କରାଯାଇଥିଲା । ଆଦେଶ ଅନୁଯାୟୀ ଗାଡ଼ି ଗୁଡ଼ିକ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଏବଂ କଲେକ୍ଟରେଟ୍‌ରେ ରିପୋର୍ଟ କରିବା କଥା । ମାତ୍ର ଗାଡ଼ି ମାଲିକମାନେ ଜିଲ୍ଲାପାଳଙ୍କ ଆଦେଶକୁ ଅବମାନନା କରି ସଂପୃକ୍ତ କାର୍ଯ୍ୟ ପାଇଁ ଗାଡ଼ି ଉପସ୍ଥିତି କରାଇ ନାହାନ୍ତି । ଲୋକ ଆଇନ ୧୯୫୧ର ଧାରା ୧୬୦ ଓ ୧୬୭ ଅନୁଯାୟୀ ଆଇନ ଉଲଘଂନକାରୀ ସଂପୃକ୍ତ ୧୩ ଜଣ ଗାଡ଼ି ମାଲିକମାନଙ୍କୁ ଗିରଫ କରାଯିବା ପାଇଁ ସେମାନଙ୍କ ବିରୁଦ୍ଧରେ ଓ୍ବାରେଣ୍ଟ ଜାରି କରିବାକୁ ଜିଲ୍ଲାପାଳଙ୍କ ତରଫରୁ ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରାଯାଇଛି । You Can Read :ଓଡ଼ିଶାକୁ ଫେରିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ତାପମାତ୍ରା ୨ରୁ ୩ଡିଗ୍ରୀ ଯାଏ ବଢିବା ସମ୍ଭାବନା 

ନିର୍ବାଚନ କାର୍ଯ୍ୟରେ ଆଦେଶ ଅବମାନନା : ୧୩ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ଗିରଫ ଓ୍ବାରେଣ୍ଟ

ଭଦ୍ରକ ୨୯।୫: ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ସେକ୍ଟର ଅଫିସରମାନଙ୍କ ପାଇଁ ଓ ଅନ୍ୟାନ୍ୟ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିବା ଗାଡ଼ିଗୁଡ଼ିକ ମଧ୍ୟରୁ ୧୩ଟି ଗାଡ଼ି ରିପୋର୍ଟ କରିନଥିବାରୁ ଉକ୍ତ ଗାଡ଼ି ମାଲିକମାନଙ୍କୁ ଗିରଫ କରାଯିବା ପାଇଁ ୱାରେଣ୍ଟ ଜାରି ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ପୋଲିସ ପ୍ରଶାସନକୁ ଅବଗତ କରାଯାଇଛି । 

ସୂଚନାଯୋଗ୍ୟ ଯେ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ଆଦେଶ ସଂଖ୍ୟା ୯୦୨ ଅନୁଯାୟୀ ଏହି ଗାଡ଼ି ସବୁକୁ ନିର୍ବାଚନ କାର୍ଯ୍ୟ ପାଇଁ ରିକ୍ୟୁଜିସନ୍ କରାଯାଇଥିଲା । ଆଦେଶ ଅନୁଯାୟୀ ଗାଡ଼ି ଗୁଡ଼ିକ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଏବଂ କଲେକ୍ଟରେଟ୍‌ରେ ରିପୋର୍ଟ କରିବା କଥା । ମାତ୍ର ଗାଡ଼ି ମାଲିକମାନେ ଜିଲ୍ଲାପାଳଙ୍କ ଆଦେଶକୁ ଅବମାନନା କରି ସଂପୃକ୍ତ କାର୍ଯ୍ୟ ପାଇଁ ଗାଡ଼ି ଉପସ୍ଥିତି କରାଇ ନାହାନ୍ତି । ଲୋକ ଆଇନ ୧୯୫୧ର ଧାରା ୧୬୦ ଓ ୧୬୭ ଅନୁଯାୟୀ ଆଇନ ଉଲଘଂନକାରୀ ସଂପୃକ୍ତ ୧୩ ଜଣ ଗାଡ଼ି ମାଲିକମାନଙ୍କୁ ଗିରଫ କରାଯିବା ପାଇଁ ସେମାନଙ୍କ ବିରୁଦ୍ଧରେ ଓ୍ବାରେଣ୍ଟ ଜାରି କରିବାକୁ ଜିଲ୍ଲାପାଳଙ୍କ ତରଫରୁ ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରାଯାଇଛି । 

You Can Read :

ଓଡ଼ିଶାକୁ ଫେରିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ତାପମାତ୍ରା ୨ରୁ ୩ଡିଗ୍ରୀ ଯାଏ ବଢିବା ସମ୍ଭାବନା