‘ନିର୍ବାଚନ ପରେ ନିର୍ବାଚନ କମିଶନରଙ୍କ ନିଯୁକ୍ତି ହେଉ’; ସୁପ୍ରିମକୋର୍ଟରେ କଂଗ୍ରେସ ନେତାଙ୍କ ଅପିଲ୍
ନୂଆଦିଲ୍ଲୀ: ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ନୂଆ ନିର୍ବାଚନ କମିଶନର ନିଯୁକ୍ତି ହେବେ । ଖାଲି ପଡ଼ିଥିବା ଦୁଇ ପଦବୀ ପୂରଣ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ଇସିଙ୍କ ନାଁ ଘୋଷଣା କରାଯିବ । ହେଲେ ଏହାକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ । ଲୋକସଭା ନିର୍ବାଚନ ପରେ ଇସି ନିଯୁକ୍ତି ପାଇଁ ଦାବି କରିଛନ୍ତି । ଏନେଇ କଂଗ୍ରେସ ନେତା ଜୟା ଠାକୁର ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି । ଭୋଟ୍ ପରେ ନିର୍ବାଚନ କମିଶନର ନିଯୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ ଅଦାଲତଙ୍କୁ ସେ ଅପଲ୍ କରିଛନ୍ତି । #WATCH | Petitioner Jaya Thakur says, "I have filed a petition that they should be restrained and the appointment of all Election Officers should be done in a transparent manner. Also, a committee should be formed which should have the Prime Minister, LoP and Chief Justice, so… https://t.co/vVEB05seYr pic.twitter.com/ETLxGKdIZk— ANI (@ANI) March 11, 2024ନିଜ ଆବେଦନରେ ଠାକୁର କହିଛନ୍ତି, ନିର୍ବାଚନ କମିଶନରଙ୍କ ନିଯୁକ୍ତି ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ଅନୁଯାୟୀ ହେବା ଦରକାର । ନିର୍ବାଚନ ଆୟୋଗ ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି, ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ
ନୂଆଦିଲ୍ଲୀ: ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ନୂଆ ନିର୍ବାଚନ କମିଶନର ନିଯୁକ୍ତି ହେବେ । ଖାଲି ପଡ଼ିଥିବା ଦୁଇ ପଦବୀ ପୂରଣ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ଇସିଙ୍କ ନାଁ ଘୋଷଣା କରାଯିବ । ହେଲେ ଏହାକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ । ଲୋକସଭା ନିର୍ବାଚନ ପରେ ଇସି ନିଯୁକ୍ତି ପାଇଁ ଦାବି କରିଛନ୍ତି । ଏନେଇ କଂଗ୍ରେସ ନେତା ଜୟା ଠାକୁର ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି । ଭୋଟ୍ ପରେ ନିର୍ବାଚନ କମିଶନର ନିଯୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ ଅଦାଲତଙ୍କୁ ସେ ଅପଲ୍ କରିଛନ୍ତି ।
#WATCH | Petitioner Jaya Thakur says, "I have filed a petition that they should be restrained and the appointment of all Election Officers should be done in a transparent manner. Also, a committee should be formed which should have the Prime Minister, LoP and Chief Justice, so… https://t.co/vVEB05seYr pic.twitter.com/ETLxGKdIZk— ANI (@ANI) March 11, 2024
ନିଜ ଆବେଦନରେ ଠାକୁର କହିଛନ୍ତି, ନିର୍ବାଚନ କମିଶନରଙ୍କ ନିଯୁକ୍ତି ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ଅନୁଯାୟୀ ହେବା ଦରକାର । ନିର୍ବାଚନ ଆୟୋଗ ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି, ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ ନେଇ କମିଟି ହେବା ଆବଶ୍ୟକ । ଯାହା ଦ୍ବାରା ଇସିଙ୍କ ନିଯୁକ୍ତି ସ୍ବଚ୍ଛତାର ସହିତ ହୋଇପାରିବ ।
କୁହାଯାଉଛି, ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକ ପରେ ନାଁ ଘୋଷଣା କରାଯିବ । ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଗତ ମାସ ଅବସର ନେଇଛନ୍ତି ଏବଂ ଇସି ଅରୁଣ ଗୋୟଲଙ୍କ ଅଚାନକ ଇସ୍ତଫାପରେ ଦୁଇଟି ଯାକ ଇସି ପଦବୀ ଖାଲି ପଡିଛି ।