ନିର୍ବାଚନ ପରେ ଭାଜପା-ବିଜେଡି ପୁଣି ଏକାଠି ହୋଇଯିବେ: ଖାର୍ଗେ

ବାଲେଶ୍ୱର, ୩୦।୫(ମାନସ ବିଶ୍ୱାଳ)ଭାଜପା ଯାହା ଚାହୁଁଛି ବିଜେଡି ତାକୁ ସମର୍ଥନ କରୁଛି। ଏବେ ପରସ୍ପର ଅଲଗା ଅଲଗା ଅଛନ୍ତି। ମାତ୍ର ନିର୍ବାଚନ ପରେ ପୁଣି ଭାଜପା-ବିଜେଡି ଏକାଠି ହୋଇଯିବେ ବୋଲି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେ କହିଛନ୍ତି। ବାଲେଶ୍ୱର ସହର ନିକଟସ୍ଥ କୁରୁଡ଼ା ହାଟ ପଡିଆରେ ବୁଧବାର ଅନୁଷ୍ଠିତ କଂଗ୍ରେସର ନିର୍ବାଚନୀ ସଭାରେ ଖାର୍ଗେ ଏହା କହିଛନ୍ତି। ସଭାରେ ଭାଜପାକୁ ଟାର୍ଗେଟ କରି ଖାର୍ଗେ କହିଛନ୍ତି, ଭାଜପା ଦେଶ ପାଇଁ ବିପଦ। […] The post ନିର୍ବାଚନ ପରେ ଭାଜପା-ବିଜେଡି ପୁଣି ଏକାଠି ହୋଇଯିବେ: ଖାର୍ଗେ appeared first on Dharitri Odia News.

ନିର୍ବାଚନ ପରେ ଭାଜପା-ବିଜେଡି ପୁଣି ଏକାଠି ହୋଇଯିବେ: ଖାର୍ଗେ

ବାଲେଶ୍ୱର, ୩୦।୫(ମାନସ ବିଶ୍ୱାଳ)ଭାଜପା ଯାହା ଚାହୁଁଛି ବିଜେଡି ତାକୁ ସମର୍ଥନ କରୁଛି। ଏବେ ପରସ୍ପର ଅଲଗା ଅଲଗା ଅଛନ୍ତି। ମାତ୍ର ନିର୍ବାଚନ ପରେ ପୁଣି ଭାଜପା-ବିଜେଡି ଏକାଠି ହୋଇଯିବେ ବୋଲି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେ କହିଛନ୍ତି। ବାଲେଶ୍ୱର ସହର ନିକଟସ୍ଥ କୁରୁଡ଼ା ହାଟ ପଡିଆରେ ବୁଧବାର ଅନୁଷ୍ଠିତ କଂଗ୍ରେସର ନିର୍ବାଚନୀ ସଭାରେ ଖାର୍ଗେ ଏହା କହିଛନ୍ତି। ସଭାରେ ଭାଜପାକୁ ଟାର୍ଗେଟ କରି ଖାର୍ଗେ କହିଛନ୍ତି, ଭାଜପା ଦେଶ ପାଇଁ ବିପଦ। ଭାଜପାକୁ ଯଦି ନ ହଟାଇବେ ତେବେ ସମ୍ବିଧାନ ବିପଦରେ, ଲୋକତନ୍ତ୍ର ବି ବିପଦରେ ରହିବ। ଲୋକତନ୍ତ୍ର ଓ ସମ୍ବିଧାନ ବିପଦରେ ରହିବ ମାନେ ଆମ ଭବିଷ୍ୟତ ବି ବିପଦରେ ରହିବ। ସେମାନଙ୍କୁ ହଟାଇବା ଜରୁରୀ। ଦେଶରେ ଗରିବୀ ଏତେମାତ୍ରାରେ ବଢୁଛି ଯେ, ଲୋକେ ଚିନ୍ତାରେ ଅଛନ୍ତି। ଯୁବକଙ୍କୁ ଚାକିରି ମିଳୁନି, କିନ୍ତୁ ମୋଦିଙ୍କୁ ଏଥିଲାଗି କୌଣସି ଚିନ୍ତା ନାହିଁ। ଦେଶକୁ ବଞ୍ଚାଇବା ଆମର ଏକମାତ୍ର ଚିନ୍ତା।

ଗରିବଙ୍କୁ ଯେଉଁ ସଂରକ୍ଷଣ ମିଳିଛି, ତାକୁ ଶେଷ କରି ଦେବାକୁ ମୋଦି ସରକାର ଲାଗିଛନ୍ତି। ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ବିଦେଶରେ ବୁଲୁଥିଲେ। ଏଥିସହ ଖାର୍ଗେ ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି।
ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି ମଞ୍ଚ ପରିଚାଳନା କରିଥିବା ବେଳେ ବାଲେଶ୍ୱର ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା ସ୍ବାଗତଭାଷଣ ଦେଇ କଂଗ୍ରେସ ଆସିଲେ ବାଲେଶ୍ୱରରେ ସର୍ବାଙ୍ଗୀନ ଉନ୍ନତି ହେବ। ପୁଣି ଥରେ ୨୦୦୯ରୁ ୨୦୧୪ ଭଳି ଲୋକମାନେ କୌଣସି କାମ ପାଇଁ ଦିଲ୍ଲୀ ନ ଯାଇ ଉକ୍ତ କାର୍ଯ୍ୟ ବାଲେଶ୍ୱରରେ ସମ୍ପାଦନ କରିବେ ବୋଲି କହିଛନ୍ତି। ନିର୍ବାଚନୀ ସଭାରେ ପିସିସି ସଭାପତି ଶରତ ପଟ୍ଟନାୟକ, ଜାତୀୟ କଂଗ୍ରେସ ସମ୍ପାଦକ ସାହାନାବାଜ ଚୌଧୁରୀ, ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର, କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ, ପ୍ରସାଦ ହରିଚନ୍ଦନ, ଅଭୟ ସାଜେଡ୍‌ଙ୍କ ସମେତ ରେମୁଣା ବିଧାୟକ ପ୍ରାର୍ଥୀ ସୁଦର୍ଶନ ଜେନା, ବାଲେଶ୍ୱର ବିଧାୟକ ପ୍ରାର୍ଥତ୍ନୀ ମୋନାଲିସା ସାମଲ, ନୀଳଗିରି ବିଧାୟକ ପ୍ରାର୍ଥୀ ଅକ୍ଷୟ ଆଚାର୍ଯ୍ୟ, ବଡ଼ସାହି ବିଧାୟକ ପ୍ରାର୍ଥୀ କ୍ଷୀରୋଦ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

The post ନିର୍ବାଚନ ପରେ ଭାଜପା-ବିଜେଡି ପୁଣି ଏକାଠି ହୋଇଯିବେ: ଖାର୍ଗେ appeared first on Dharitri Odia News.