ନିର୍ବାଚନ ପୂର୍ବରୁ ଚାଲିଛି ତରବରିଆ ରାସ୍ତା କାର୍ଯ୍ୟ

କୋରାପୁଟ,୧୬ା୩(ଅମିତାଭ ବେହେରା): ନିର୍ବାଚନ ପୂର୍ବରୁ କୋରାପୁଟ ରାସ୍ତା ଓ ଗୃହ ବିଭାଜନ ତରଫରୁ କୋରାପୁଟ ସହରରେ ଚାଲିଛି ତରବରିଆ ରାସ୍ତା କାର୍ଯ୍ୟ। ନେତା ଓ ଠିକାଦାରଙ୍କ ପକେଟ ଗରମ ପାଇଁ ଏଭଳି ତରବରିଆ ଭାବେ ରାସ୍ତା କାର୍ଯ୍ୟ ଚାଲୁଥିବା ନେଇ ସାଧାରଣରେ ଅଭିଯୋଗ ହେଉଥିବା ବେଳେ ଏଥିନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିର୍ବାଚନ ପୂର୍ବରୁ କୋରାପୁଟର ବିଭିନ୍ନ ଜାଗାରେ ରାସ୍ତା ଓ ଗୃହ ବିଭାଜନ ତରଫରୁ କାର୍ଯ୍ୟ ଚାଲୁ ରହିଛି। ରାସ୍ତା ଓ […] The post ନିର୍ବାଚନ ପୂର୍ବରୁ ଚାଲିଛି ତରବରିଆ ରାସ୍ତା କାର୍ଯ୍ୟ appeared first on Dharitri Odia News.

ନିର୍ବାଚନ ପୂର୍ବରୁ ଚାଲିଛି ତରବରିଆ ରାସ୍ତା କାର୍ଯ୍ୟ

କୋରାପୁଟ,୧୬ା୩(ଅମିତାଭ ବେହେରା): ନିର୍ବାଚନ ପୂର୍ବରୁ କୋରାପୁଟ ରାସ୍ତା ଓ ଗୃହ ବିଭାଜନ ତରଫରୁ କୋରାପୁଟ ସହରରେ ଚାଲିଛି ତରବରିଆ ରାସ୍ତା କାର୍ଯ୍ୟ। ନେତା ଓ ଠିକାଦାରଙ୍କ ପକେଟ ଗରମ ପାଇଁ ଏଭଳି ତରବରିଆ ଭାବେ ରାସ୍ତା କାର୍ଯ୍ୟ ଚାଲୁଥିବା ନେଇ ସାଧାରଣରେ ଅଭିଯୋଗ ହେଉଥିବା ବେଳେ ଏଥିନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିର୍ବାଚନ ପୂର୍ବରୁ କୋରାପୁଟର ବିଭିନ୍ନ ଜାଗାରେ ରାସ୍ତା ଓ ଗୃହ ବିଭାଜନ ତରଫରୁ କାର୍ଯ୍ୟ ଚାଲୁ ରହିଛି। ରାସ୍ତା ଓ ଗୃହ ବିଭାଜନ ଏବେ ଯେଉଁ କାର୍ଯ୍ୟ କରୁଛି ସେ ସବୁ କାର୍ଯ୍ୟ କରିବା ପାଇଁ ଅଞ୍ଚଳବାସୀ ବହୁ ଦିନରୁ ଦାବି କରି ଆସୁଥିଲେ ହେଁ ରାସ୍ତା ଓ ଗୃହ ବିଭାଜନ ଅଞ୍ଚଳବାସୀଙ୍କ କଥାକୁ କର୍ଣ୍ଣପାତ କରୁ ନ ଥିଲା।  କିନ୍ତୁ ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ମାର୍ଚ୍ଚ ମାସର ଟାର୍ଗେଟ ପୂରଣ କରିବା ପାଇଁ ଏପରି ରାତି ଅଧିଆ କାର୍ଯ୍ୟ ଚାଲିଛି। ଯାହା ଫଳରେ କାମ ସରିବାର ୨ ଦିନ ନ ହେଉଣୁ ରାସ୍ତାରୁ ପିଚୁ ଉଠିଯିବା ସହିତ କିଛି ସ୍ଥାନରେ ବଜୁରି ବାହାରି ଯାଇଥିବା ସହରର ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।

ବିଭାଗ ପକ୍ଷରୁ କୋରାପୁଟ ପୌର ପରିଷଦ ଅଧୀନରେ ହୋଇଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ରାସ୍ତା, ଚନ୍ଦନ ପୋଖରୀ, ମାଉସୀ ମା’ ମନ୍ଦିରଠାରୁ ରେଲଓ୍ବେ ପୋଲ ପର୍ଯ୍ୟନ୍ତ ଯେତେ ସବୁ କାର୍ଯ୍ୟ କରାଯାଇଛି ତାହା ସବୁ ଏବେ ବଜୁରି ବାହାରି ଗଲାଣି। ମାଉସୀ ମା’ ମନ୍ଦିରଠାରୁ ରେଲୱେ ପୋଲ ପର୍ଯ୍ୟନ୍ତ ହେଉଥିବା ୨ କିଲୋମିଟର ରାସ୍ତା ମରାମତି ପାଇଁ ୩୭ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ବର୍ଷାଦିନରେ ସେହି ରାସ୍ତା ତରବରିଆ ଭାବେ କରା ଯାଇଥିଲା। କିଛି ମାସ ବ୍ୟବଧାନରେ ପୁଣି ଉକ୍ତ ରାସ୍ତାକୁ ମରାମତି ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ନେତା ଓ ଠିକାଦାର ପକେଟ ଗରମ ପାଇଁ ଏପରି ତରବରିଆ ଭାବେ ନିମ୍ନମାନର ରାସ୍ତା କାର୍ଯ୍ୟ ଚାଲିଛି ବୋଲି କୋରାପୁଟର ଯୁବ ଆଇନଜୀବୀ ରୂପକ ତୁରୁକ ଏବଂ ସାମାଜିକ କର୍ମୀ କାମାକ୍ଷା ପାଢ଼ୀ ଅଭିଯୋଗ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

The post ନିର୍ବାଚନ ପୂର୍ବରୁ ଚାଲିଛି ତରବରିଆ ରାସ୍ତା କାର୍ଯ୍ୟ appeared first on Dharitri Odia News.